ଶ୍ରାବଣ ଶେଷ ସୋମବାର: ରାସ୍ତାରେ ଗଡି ଗଡି ମନ୍ଦିରରେ ପହଞ୍ଚିଲେ କାଉଡିଆ

author img

By

Published : Aug 8, 2022, 1:21 PM IST

Updated : Aug 8, 2022, 2:25 PM IST

ଶ୍ରାବଣ ଶେଷ ସୋମବାର: ରାସ୍ତାରେ ଗଡି ଗଡି ମନ୍ଦିରରେ ପହଞ୍ଚିଲେ କାଉଡିଆ

ଶ୍ରାବଣ ମାସର ଶେଷ ସୋମବାର । ଚଳଚଞ୍ଚଳ ନୂଆପଡା ଜିଲ୍ଲାର ସମସ୍ତ ଶୈବପୀଠ । ନୂଆପଡା କାପସି ଗାଁରେ କାଉଡିଆମାନେ ରାସ୍ତାରେ ଗଡିଗଡି ମନ୍ଦିରରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

ନୂଆପଡା: ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଶେଷ ସୋମବାରରେ ମହାଦେବଙ୍କ ମନ୍ଦିରରେ ଜଳାଭିଷେକ କରିବା ପାଇଁ ଲାଗିଛି କାଉଡିଆଙ୍କ ଭିଡ । କାଉଡିଆମାନେ ସାଧାରଣତଃ କାନ୍ଧରେ ପାଣିଭାର ନେଇ ଶିବଙ୍କ ପାଖକୁ ଯାଇଥାନ୍ତି । କିନ୍ତୁ ନୂଆପଡା କାପସି ଗାଁରେ କାଉଡିଆମାନେ ରାସ୍ତାରେ ଗଡିଗଡି ମନ୍ଦିରରେ ପହଞ୍ଚିଛନ୍ତି ।

ଶ୍ରାବଣ ଶେଷ ସୋମବାର: ରାସ୍ତାରେ ଗଡି ଗଡି ମନ୍ଦିରରେ ପହଞ୍ଚିଲେ କାଉଡିଆ

ଦୀର୍ଘ ଗୋଟିଏ କିଲୋମିଟର ରାସ୍ତାରେ ଗଡି ଗଡି ସିନାପାଲି ସ୍ଥିତ ବାବା ଚନ୍ଦ୍ରଶେଖର ଶିବ ମନ୍ଦିରରେ ପହଞ୍ଚି ଜଳାଭିଷେକ କରିଛନ୍ତି କାଉଡ଼ିଆ । ଶତାଧିକ ସଂଖ୍ୟାରେ କାଉଡ଼ିଆ ମାନେ କାପସି ନଦୀଘାଟରୁ ଜଳ ଉଠାଇ ମାନସିକ ପୂରଣ ପାଇଁ ରାସ୍ତାରେ ଗଡ଼ିଗଡ଼ି ଯିବାର ଦୃଶ୍ୟ ଦେଖିବାକୁ ମିଳିଛି । କାଉଡ଼ିଆଙ୍କୁ ଉତ୍ସାହିତ କରିବା ପାଇଁ ଘଣ୍ଟ, ଶଙ୍ଖ, ବାଜା ବଜାଇ ଗାଁ ଦାଣ୍ଡ କମ୍ପାଉଥିଲେ ସ୍ଥାନୀୟ ଲୋକେ ।

ବୋଲବମ ହରହର ମହାଦେବ ଶଦ୍ଧରେ ଫାଟିପଡୁଛି ସାରା ଅଞ୍ଚଳ । ଏନେଇ ଦୀର୍ଘ ୫ ଘଣ୍ଟାଧରି କାପସି ଗାଁ ଦାଣ୍ଡରେ ଗାଡି ମୋଟର ଚଳାଚଳ ବନ୍ଦ ଥିବାବେଳେ ସୁରକ୍ଷା ନେଇ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ନୂଆପଡା

Last Updated :Aug 8, 2022, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.