ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀ ନିବାସ, ଛାତରୁ ଖସୁଛି ସିମେଣ୍ଟ ଅତଡା

author img

By

Published : Aug 29, 2021, 2:40 PM IST

ବିପଦ ସଙ୍କୁଳ ଅବସ୍ଥାରେ ଛାତ୍ରୀ ନିବାସ ; ଛାତରୁ ଖସୁଛି ସିମେଣ୍ଟ ଅତଡା

ଅବ୍ୟବସ୍ଥାରେ ଘେରରେ ସ୍ମାର୍ଟ ସ୍କୁଲର ଛାତ୍ରୀ ନିବାସ । ଛାତ ଫାଟି ଆଁ କରିଛି । ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅନ୍ତେବାସୀ । ଅଧିକ ପଢନ୍ତୁ...

ନୂଆପଡା: ଅବ୍ୟବସ୍ଥାରେ ଘେରରେ ସ୍ମାର୍ଟ ସ୍କୁଲର ଛାତ୍ରୀ ନିବାସ । ଛାତ ଫାଟି ଆଁ କରିଛି । ଛାତର ଲୁହା ରହ ମଧ୍ୟ ଦେଖାଯାଉଛି । କେତେବେଳେ ଯେ ଅଘଟଣ ଘଟିବ ତାହା କହିବା ମଧ୍ୟ ମୁସ୍କିଲ । ବର୍ଷା ହେଲେ ହଷ୍ଟେଲରେ ପାଣି ଗଳି ଛାତ୍ରଛାତ୍ରୀଙ୍କ ବହିପତ୍ର ମଧ୍ୟ ଭିଜି ଯାଉଛି । ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ନୂଆପଡାର ହାତୀବନ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟ ଆଦିବାସୀ ଛାତ୍ରୀ ନିବାସର । ୧୦୦ ଶଯ୍ୟା ବିଶିଷ୍ଟ ଏ ଛାତ୍ରୀ ନିବାସରେ 4୦ରୁ ଅଧିକ ଅନ୍ତେବାସୀ ରହୁଛନ୍ତି । କିନ୍ତୁ ତାହା ଏବେ ବିପଦସଙ୍କୁଳ ଅବସ୍ଥାରେ ।

ବିପଦ ସଙ୍କୁଳ ଅବସ୍ଥାରେ ଛାତ୍ରୀ ନିବାସ ; ଛାତରୁ ଖସୁଛି ସିମେଣ୍ଟ ଅତଡା

ଏପଟେ ସରକାର ହାତୀବନ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ହାଇସ୍କୁଲର ମାନ୍ୟତା ଦେଇଛନ୍ତି । କିନ୍ତୁ ବିଜ୍ଞାନ, ଗଣିତ, ଇଂରାଜୀ ଓ ସାହିତ୍ୟ ଶିକ୍ଷକଙ୍କ ପଦବୀ ଦୀର୍ଘଦିନ ହେବ ଖାଲି ପଡିଛି । ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ଅସ୍ଥାୟୀ ଭାବରେ ଅବସ୍ଥାପିତ କରି ଚାଲିଛି ପିଲାଙ୍କ ପାଠପଢ଼ା ।


ବିଦ୍ୟାଳୟଟି ସ୍ମାର୍ଟ ସ୍କୁଲର ପରିଣତ ହେବା ପରେ ସ୍ମାର୍ଟ କ୍ଲାସରୁମ ପାଇଁ ଆରମ୍ଭ ହୋଇଛି କାର୍ଯ୍ୟ। ଯାହାଫଳରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ବିପଦସଙ୍କୁଳ ଅବସ୍ଥାରେ ଥିବା ଛାତ୍ରୀ ନିବାସରେ ପାଠ ପଢୁଛନ୍ତି । ଯାହାକି ସୁରକ୍ଷିତ ନୁହେଁ । ଏହି ସ୍କୁଲ ଉପରେ ଆଖପାଖ 15ଟି ଗାଁର ଛାତ୍ରଛାତ୍ରୀ ନିର୍ଭର କରୁଥିବାରୁ ଏହାର ବିକାଶ ପାଇଁ ସାଧାରଣରେ ଦାବି ହୋଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.