ନୂଆପଡାରେ ମରୁଡି ସ୍ଥିତି ସମୀକ୍ଷା କଲା ବିଜେପି ଟିମ୍

author img

By

Published : Sep 3, 2021, 9:30 PM IST

ନୂଆପଡା ଜିଲ୍ଲା ବୁଲି ଚାଷୀଙ୍କ ଦୁଃଖ ବୁଝିଲେ ବିଜେପି ଟିମ୍

ସ୍ବଳ୍ପ ବର୍ଷା ଯୋଗୁଁ ନୂଆପଡା ଜିଲ୍ଲାରେ ଦେଖାଦେଇଛି ମରୁଡି ଭୟାବହତା । ଜିଲ୍ଲା ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲା ରାଜ୍ୟ ବିଜେପି ଟିମ୍ । ଅଧିକ ପଢନ୍ତୁ...

ନୂଆପଡା: ଏ ବର୍ଷ ସ୍ବଳ୍ପ ବର୍ଷା ଯୋଗୁଁ ନୂଆପଡା ଜିଲ୍ଲାରେ ମରୁଡି ଭୟାବହତା ଦେଖାଦେଇଛି । ଚାଷ ଜମି ଫାଟି ଆଁ କରିଛି । ଯେଉଁଥିପାଇଁ ଚାଷୀର ବେଉଷଣ କାମ ଠପ୍ ପଡିଛି । ଏନେଇ ନୂଆପଡାର ଚାଷୀକୂଳ ହତାଶ ହୋଇ ସରକାରୀ ସହାୟତାକୁ ଚାତକ ପରି ଚାହିଁ ବସିଥିବାବେଳେ ଶୁକ୍ରବାର ଜିଲ୍ଲାର ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛି ରାଜ୍ୟ ବିଜେପି ଟିମ୍ ।

ନୂଆପଡା ଜିଲ୍ଲା ବୁଲି ଚାଷୀଙ୍କ ଦୁଃଖ ବୁଝିଲେ ବିଜେପି ଟିମ୍

ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ବରେ ରାଜ୍ୟ ବିଜେପିର ଏକ ସ୍ବତନ୍ତ୍ର ଟିମ୍ ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଏବଂ ଚାଷୀଙ୍କ ଦୁଃଖରେ ସମଦୁଃଖୀ ହୋଇଛନ୍ତି । ଚାଷୀଙ୍କ ଚାଷବାସ ଉଜୁଡି ଯାଉଥିବାବେଳେ ତାଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି । ରାଜ୍ୟ ନବୀନ ସରକାର ଏବଂ ତାଙ୍କ ରାଜସ୍ବ ମନ୍ତ୍ରୀ ଦେଖା ଦେଉନାହାନ୍ତି ବୋଲି ଗର୍ଜିଛି ବିଜେପି ।

ଯଥାଶୀଘ୍ର ନୂଆପଡା ଜିଲ୍ଲାକୁ ମରୁଡି ଅଞ୍ଚଳ ଭାବେ ଘୋଷଣା କରାଯାଉ । ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥାଶୀଘ୍ର ସହାୟତା ପ୍ରଦାନ କରନ୍ତୁ ବୋଲି ଦାବି କରିଛି ଟିମ୍ । ଏଥିସହ ଆଜିର ମରୁଡି ସ୍ଥିତି ରିପୋର୍ଟ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ଦେବା ସଙ୍ଗେ ସଙ୍ଗେ ନୂଆପଡା ଜିଲ୍ଲାର ମରୁଡି ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରିବା ନେଇ ଟିମ୍ ଜଣାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.