ETV Bharat / state

ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ବର ଶାଣିତ କଲା ବିଜେପି

author img

By ETV Bharat Odisha Team

Published : Nov 22, 2023, 7:07 AM IST

ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ
ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ

ରାଜ୍ୟ ସରକାରଙ୍କ ବିରୋଧରେ ସାରା ରାଜ୍ୟରେ ପ୍ରତିବାଦ କରୁଛି ଭାରତୀୟ ଜନତା ପାର୍ଟି । ନୂଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ବିକ୍ଷେବ ପ୍ରଦର୍ଶନ । କଳାହାଣ୍ଡି ସାଂସଦ ବସନ୍ତ ପାଣ୍ଡାଙ୍କ ନେତୃତ୍ୱରେ ଖଡ଼ିଆଳ ବ୍ଲକ ଘେରାଉ । ଅଧିକ ପଢ଼ନ୍ତୁ

ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ

ନୂଆପଡ଼ା: ରାଜ୍ୟ ସରକାରଙ୍କ ବିରୋଧରେ ସାରା ରାଜ୍ୟରେ ପ୍ରତିବାଦ କରୁଛି ଭାରତୀୟ ଜନତା ପାର୍ଟି । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ବର ଉତ୍ତୋଳନକୁ ମୂଳମନ୍ତ୍ର ରୂପେ ବାଛି ନେଇଛି ବିଜେପି । ନୂଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । କଳାହାଣ୍ଡି ସାଂସଦ ବସନ୍ତ ପାଣ୍ଡାଙ୍କ ନେତୃତ୍ୱରେ ଖଡ଼ିଆଳ ବ୍ଲକ ଘେରାଉ ।

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ 50 ପ୍ରତିଶତ ପିସି କାରବାର ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି । ସରପଞ୍ଚ, ସମିତି ସଭ୍ୟଙ୍କଠାରୁ ଆରମ୍ଭ କରି PRI ମେମ୍ବରଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତି ଗ୍ରସ୍ତ । ସରକାରୀ କର୍ମଚାରୀମାନେ ପିସି ନଦେଲେ କାମ କରୁନଥିବା ଅଭିଯୋଗ ଆଣିଛନ୍ତି ଭାରତୀୟ ଜନତା ପାର୍ଟିର କର୍ମୀ । ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବିଜୁ ଜନତା ଦଳ ଓ କଂଗ୍ରେସ ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି । ସେନେଇ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଆଜି ଶତାଧିକ ନେତା କର୍ମୀଙ୍କୁ ନେଇ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣାରେ ବସିଥିଲେ । ଧାରଣା ସ୍ଥଳକୁ BDO ସମେତ ବ୍ଲକର କର୍ମଚାରୀ ମାନଙ୍କ ସହ ସମସ୍ତ ଅଧିକାରୀ ମାନଙ୍କ ସହିତ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ଖଡ଼ିଆଳ BDO, CDPOଙ୍କଠାରୁ ସନ୍ତୋଷ ଜନକ ଉତ୍ତର ନପାଇ କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ ବସନ୍ତ ପଣ୍ଡା ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ପ୍ରତିବାଦ, କୋରେଇ ବ୍ଲକ ଘେରାଉ କଲା ବିଜେପି

ଖଡ଼ିଆଳ ବ୍ଲକ ଏବଂ ଏଠିକାର କର୍ମଚାରୀମାନେ ଦୁର୍ନୀତିରେ ଲିପ୍ତ ରହି ଅସାଧୁ ଠିକାଦାର ମାନଙ୍କଠାରୁ ପିସି ନେଇ କାମ କରୁଛନ୍ତି । ଫଳରେ ଗ୍ରାମାଞ୍ଚଳରେ ସରକାରୀ ଯୋଜନା ଠିକ ଭାବରେ କାର୍ଯ୍ୟକାରୀ ହେଉନାହିଁ । ଲୋକେ ତାଙ୍କ ଅଧିକାର ପାଇବାରୁ ବଞ୍ଚିତ ଅଛନ୍ତି । ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମିଳୁନାହିଁ, ଗରିବ ଲୋକଙ୍କୁ ରାସନ କାର୍ଡ, ପିଇବା ପାଣି, କୃଷକଙ୍କୁ ତାଙ୍କ ପାଇଁ ଥିବା ଯୋଜନା, ଶିଶୁ ଓ ମାଆଙ୍କୁ ପୋଷଣ ଭଳି ନାହିଁ ନାହିଁ ରେ ଚାଲିଛି ଖଡ଼ିଆଳ ବ୍ଲକ । ଖଡ଼ିଆଳ BDO କିମ୍ବା CDPOଙ୍କ ପାଖରେ ଏସବୁ ପ୍ରଶ୍ନର କିଛି ଉତ୍ତର ମିଳିନଥିଲା । ଆଗାମୀ ଦିନରେ ଯଦି ଅଧିକାରୀ ଠିକ ଭାବରେ କାମ ନକରନ୍ତି ତେବେ ସାଧାରଣ ଲୋକଙ୍କ ଅଧିକାର ପାଇଁ ଭାରତୀୟ ଜନତା ପାର୍ଟି ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିବ ବୋଲି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଚେତାବନୀ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.