ETV Bharat / state

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ପ୍ରତିବାଦ, କୋରେଇ ବ୍ଲକ ଘେରାଉ କଲା ବିଜେପି

author img

By ETV Bharat Odisha Team

Published : Nov 21, 2023, 7:51 PM IST

କୋରେଇ ବ୍ଲକରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗରେ ବିଜେପି ଦଳ ପକ୍ଷରୁ କୋରେଇ ବ୍ଲକ କାର୍ଯ୍ୟାଳୟ ଘେରାଉ । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କଲା ବିଜେପି । ଅଧିକ ପଢ଼ନ୍ତୁ

କୋରେଇ ବ୍ଲକ ଘେରାଉ କଲା ବିଜେପି
କୋରେଇ ବ୍ଲକ ଘେରାଉ କଲା ବିଜେପି

କୋରେଇ ବ୍ଲକ ଘେରାଉ କଲା ବିଜେପି

ଯାଜପୁର: ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଛି ବିଜେପି । ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ବିଜେପିର ପ୍ରତିବାଦ । ବ୍ଲକ ଏବଂ ମୁନିସିପାଳିଟି ସ୍ତରରେ ବିରୋଧ ଓ ପ୍ରତିବାଦ କରୁଛନ୍ତି ବିଜେପି କର୍ମୀ । ରାଜ୍ୟରେ ଘଟୁଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ପ୍ରତି ଜିଲ୍ଲାର ବ୍ଲକ୍‌ ଘେରାଉ କରୁଛି ବିଜେପି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହ ବିଜୁ ପକ୍କା ଘର ଯୋଜନାରେ ରାଜ୍ୟରେ ବିଜେଡି ସରକାର ବ୍ୟାପକ ଦୁର୍ନୀତି କରୁଛି ବୋଲି ଅଭିଯୋଗ କରିଛି ବିଜେପି । ଯାଜପୁର ଜିଲ୍ଲା କୋରେଇ ବ୍ଲକରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗରେ ବିଜେପି ଦଳ ପକ୍ଷରୁ ଆଜି କୋରେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ, ରାସନ୍ କାର୍ଡ ବଣ୍ଟନ, ବଡ଼ବଡ଼ ପ୍ରକଳ୍ପକୁ ଟେଣ୍ଡର ନକରି ବିଭାଗୀୟ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଜାରି କରି ଦଳୀୟ କର୍ମୀଙ୍କୁ କାମ ଦେବା, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ଦେବାରେ ଘୋଟାଲା, ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଅସହଯୋଗ କରିବା ଭଳି ବିଭିନ୍ନ ଅଭିଯୋଗ ସହ ଚାଷୀମାନଙ୍କ ଶସ୍ୟ ମଣ୍ଡିରେ ଗ୍ରହଣ କରିବା, ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷକ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୂରଣ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ସୁନିଶ୍ଚିତ କରିବା ଲକ୍ଷ୍ୟରେ କରାଯାଇଥିବା ଯୋଜନାଗୁଡ଼ିକ ନେଇ ରାଜ୍ୟ ସରକାରଙ୍କ ନେତାମାନଙ୍କ ଦ୍ଵାରା ବ୍ୟାପକ ଦୁର୍ନୀତି କରାଯାଉଛି ଯାହାକୁ ବିରୋଦ୍ଧ କରି ବିଭିନ୍ନ ଦାବି ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କୋରେଇ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ......ବାଲିଅନ୍ତା ବ୍ଲକ ଘେରିଲା ବିଜେପି, କହିଲା ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ତେବେ କୋରେଇ ବିଜେପି ନେତା ବିଶ୍ୱଜିତ ନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ସାଦକପୁର ସ୍ଥିତ କିଲା ପଡ଼ିଆଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କୋରେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦି ରାଜ୍ୟ ସରକାର ଏହି ଦୁର୍ନୀତିକୁ ନେଇ ସଚେତନତା ନହୁଅନ୍ତି ତେବେ ଆଗାମୀ ଦିନରେ ରାଜ୍ୟରେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି କହିଛି ବିଜେପି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଗୌତମ ରାଏ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ବିକ୍ରମ କୁମାର ବିଶ୍ୱାଳଙ୍କ ସମେତ ଏହି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ସ୍ତରୀୟ ବିଜେପି ନେତା ଓ ନେତ୍ରୀ ପ୍ରମୁଖ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.