ETV Bharat / state

କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ଉତ୍ପାତ, ଛାତ୍ରଙ୍କୁ କଲେ ଆକ୍ରମଣ

author img

By

Published : Mar 6, 2021, 8:04 PM IST

a student attacked by non student in nuapada
କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ଉତ୍ପାତ, ଛାତ୍ରଙ୍କୁ କଲେ ଆକ୍ରମଣ

ନୂଆପଡା ଜିଲ୍ଲା ମଡେଲ ଡ଼ିଗ୍ରୀ କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ରାଜୁତି । ସାମାନ୍ୟ ଘଟଣା ପାଇଁ ଛାତ୍ରଙ୍କୁ କଲେ ଆକ୍ରମଣ । ଅଧିକ ପଢନ୍ତୁ...

ନୂଆପଡା : ଜିଲ୍ଲା ମଡେଲ ଡ଼ିଗ୍ରୀ କଲେଜ କ୍ୟାମ୍ପସ ଭିତରେ ଜଣେ ଯୁକ୍ତ 3 ଦ୍ବିତୀୟ ବର୍ଷ ବାଣିଜ୍ୟ ଛାତ୍ରଙ୍କୁ ଅଣଛାତ୍ର ଗୋଷ୍ଠି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ବୋଡେ଼ନ ବ୍ଲକ ଅଞ୍ଚଳର ନରେଶ ଜଗତ ନାମକ ଛାତ୍ର ନୂଆପଡା ମଡେଲ ଡିଗ୍ରୀ କଲେଜର ଯୁକ୍ତ 3 ଦ୍ବିତୀୟ ବର୍ଷ ବାଣିଜ୍ୟ ଛାତ୍ର । ଶନିବାର କ୍ଲାସ ସାରି ତୃତୀୟ ସେମିଷ୍ଟାର ଫର୍ମ ପୂରଣ ପାଇଁ ତରବରିଆ ଭାବରେ ଯାଉଥିଲେ । ସେତେବେଳେ କଲେଜ କ୍ୟାମ୍ପସ ଭିତରେ ଅଣଛାତ୍ରଙ୍କ ସହିତ ଧକ୍କା ହୋଇଥିଲା ।

କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ଉତ୍ପାତ, ଛାତ୍ରଙ୍କୁ କଲେ ଆକ୍ରମଣ

ଘଟଣାରେ ବାଣିଜ୍ୟ ଛାତ୍ର ନରେଶ ଜଗତ ଅଣ ଛାତ୍ରଙ୍କୁ କ୍ଷମା ମାଗିଥିଲେ । ହେଲେ ଅଣଛାତ୍ର ଶୁଣି ନ ଥିଲେ । 6ରୁ ଅଧିକ ଅଣଛାତ୍ର ନରେଶଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି । ଯାହାକି କଲେଜ ସିସିଟିଭି ଫୁଟେଜରୁ ସ୍ପଷ୍ଟ ଜଣାପଡୁଛି । ଶେଷରେ ଅଣଛାତ୍ର ଗୋଷ୍ଠୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗୁରୁତର ଛାତ୍ର ଏବଂ କଲେଜ କର୍ତ୍ତୃପକ୍ଷ ଖଡ଼ିଆଳ ଥାନାରେ ଅଭିଯୋଗ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.