ETV Bharat / state

ନୟାଗଡ଼ରେ ରାଜ କରୁଛି ରାଜଗିରି ପାହାଡ, ରହିଛି ହନୁମାନଙ୍କ 3 ଫୁଟର ପଦଚି଼ହ୍ନ

author img

By

Published : Nov 5, 2021, 12:56 PM IST

ଦେବାଦେବୀଙ୍କ ପୀଠ, ସୁନ୍ଦର ଉଚ୍ଚ ପାହାଡ଼ ଏବଂ ଝରଣା କୋଳରେ ସମୟ ବିତାଇବା ପାଇଁ ନୟାଗଡରେ ସ୍ଥାନର ଅଭାବ ନାହିଁ l ଏହି ସବୁ ସ୍ଥାନ ସହ ଯୋଡ଼ି ହୋଇଛି ରାଜଗିରି ପାହାଡ଼ ଝରଣା । ଅଧିକ ପଢନ୍ତୁ...

ନୟାଗଡ଼ର ସୁନ୍ଦରତାରେ ଯୋଡି ହୋଇଛି ରାଜଗିରି ପାହାଡ଼
ନୟାଗଡ଼ର ସୁନ୍ଦରତାରେ ଯୋଡି ହୋଇଛି ରାଜଗିରି ପାହାଡ଼

ନୟାଗଡ: ବଣ ଜଙ୍ଗଲ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ନୟାଗଡ ଜିଲ୍ଲା । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅନୁଭବ କରିବାକୁ କାହିଁ କେତେ ଦୂରରୁ ଏଠାକୁ ଛୁଟି ଆସନ୍ତି ପର୍ଯ୍ୟଟକ । ଦେବାଦେବୀଙ୍କ ପୀଠ, ସୁଉଚ୍ଚ ପାହାଡ଼ ଏବଂ ଝରଣା କୋଳରେ ସମୟ ବିତାଇବା ପାଇଁ ନୟାଗଡରେ ସ୍ଥାନର ଅଭାବ ନାହିଁ l ଏହି ସବୁ ସ୍ଥାନ ସହ ଯୋଡ଼ି ହୋଇଛି ରାଜଗିରି ପାହାଡ଼ ଝରଣା ।

ନୟାଗଡ଼ର ସୁନ୍ଦରତାରେ ଯୋଡି ହୋଇଛି ରାଜଗିରି ପାହାଡ଼

ନୟାଗଡରୁ ଖଣ୍ଡପଡା ଯିବା ରାସ୍ତାରେ ପଡ଼େ ପାଣିପୋଇଲା ଛକ l ଏହି ଛକରୁ 8 କିଲୋମିଟର ଦୂର ଷଣ୍ଢମରା ଗାଁରୁ 3 କିଲୋମିଟର ପାହାଡ଼ ଉପରକୁ ଚାଲି ଚାଲି ଗଲେ ପଡ଼େ ରାଜଗିରି ପାହାଡ଼ l ଏହି ପାହାଡ଼ ଉପରେ କାହିଁ କେଉଁ ସମୟରୁ ମହାବୀରଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ଲୋକେ l ଏହି ସ୍ଥାନରେ ହନୁମାନଙ୍କ 3 ଫୁଟର ପଦ ଚି଼ହ୍ନ ଥିବା ଦେଖିବାକୁ ମିଳେ l ଏଠାରେ ବହି ଯାଇଛି ରାଜଗିରି ଝରଣା l ପ୍ରାକୃତିକ ପରିବେଶ ମଧ୍ୟରେ ରହି ଏହାକୁ ଖୁବ ଉପଭୋଗ କରାଯାଇପାରୁଛି l

ଏବେ ଲୋକଲୋଚନକୁ ଏହା ଆସିବା ପରେ ଲୋକେ ସେଠାକୁ ଯିବା ଆରମ୍ଭ କରିଛନ୍ତି l କମ ପ୍ରଚାର ପ୍ରସାରରେ ଲୋକଙ୍କ ଯାତାୟାତ ରହିଛି l ଜିଲ୍ଲା ପ୍ରଶାସନ ତରଫରୁ ଏହି ସ୍ଥାନର ବିକାଶ କରିବାକୁ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.