ETV Bharat / state

ଜବତ ଚୋରା ମୋବାଇଲ ମାଲିକଙ୍କୁ ଫେରାଇଲା ପୋଲିସ

author img

By

Published : Nov 12, 2022, 12:40 PM IST

police seized stolen mobiles from nayagarh
40 ଚୋରା ମୋବାଇଲ ଜବତ, ମାଲିକଙ୍କୁ ଫେରାଇଲା ପୋଲିସ

ନୟାଗଡ଼ ପୋଲିସ ପକ୍ଷରୁ ମୋବାଇଲ ବଣ୍ଟନ ମେଳା ଅନୁଷ୍ଠିତ । ଜିଲ୍ଲାର ବିଭିନ୍ନ ଥାନା ଅଧିନରୁ ଚୋରି ହୋଇଥିବା 40ଟି ଫୋନ ଜବତ କରି ପୋଲିସ ମୋବାଇଲ ମାଲିକଙ୍କୁ ହସ୍ତାନ୍ତର କରିଛି । ଅଧିକ ପଢ଼ନ୍ତୁ

ନୟାଗଡ଼: ଚୋରି ହୋଇଥିବା ମୋବାଇଲ ଫେରି ପାଇଲା ପୋଲିସ । ନୟାଗଡ଼ର ବିଭିନ୍ନ ଥାନା ଅଧିନରୁ ଚୋରି ହୋଇଥିବା 40ଟି ଦାମୀ ଫୋନ ମୋବାଇଲ ମାଲିକଙ୍କୁ ଫେରାଇଲା ପୋଲିସ । ଲୁଟେରାଙ୍କ ଠାରୁ ଚୋରା ମୋବଇଲ ଜବତ କରି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ନୟାଗଡ଼ ପୋଲିସ ପକ୍ଷରୁ ମୋବାଇଲ ବଣ୍ଟନ ମେଳା ଆୟୋଜନ କରି ଚୋରି ମୋବାଇଲ ହସ୍ତାନ୍ତର କରାଯାଇଛି । ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ 40ଟି ଦାମୀ ଚୋରା ଜବତ ମୋବାଇଲ ଫୋନକୁ ଚିହ୍ନଟ କରି ପୋଲିସ ପକ୍ଷରୁ ବଣ୍ଟନ କରାଯାଇଛି ।

40 ଚୋରା ମୋବାଇଲ ଜବତ

ଏନେଇ ନୟାଗଡ଼ SP କହିଛନ୍ତି, "ଗତ ଅକ୍ଟୋବର 31 ତାରିଖ ଦିନ ଟାଉନ ଥାନା ପୋଲିସ ଦୁଇ ଲୁଟେରାଙ୍କୁ ଗିରଫ କରିବା ପରେ ତାଙ୍କ ଠାରୁ ଚୋରା ମୋବାଇଲ ଫୋନର ସନ୍ଧାନ ମିଳିଥିଲା । ସେମାନଙ୍କ ପାଖରୁ ଦୁଇଟି ସୁନା ଚେନ ଓ କିଛି ଚୋରା ମୋବାଇଲ ଜବତ କରାଯାଇଥିଲା ।"

ଏହା ମଧ୍ୟ ପଢ଼ନ୍ତୁ: ନୟାଗଡ଼ରୁ ପୁଣି ବାଘ ଛାଲ ଜବତ, ଜଣେ ଗିରଫ

ବିଭିନ୍ନ ଥାନାକୁ ଯୋଗାଯୋଗ କରି ଚୋରି ହୋଇଥିବା ମୋବାଇଲ ଫୋନ ଜବତ କରିବାରେ ପୋଲିସ ସଫଳ ହୋଇଥିବା ନୟାଗଡ଼ SP କହିଛନ୍ତି ଏବଂ ନୟାଗଡ଼ ପୋଲିସର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ବହୁତ ଦିନ ପରେ ଚୋରି ମୋବାଇଲକୁ ପାଇ ଲୋକେ ଖୁସି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.