ନୟାଗଡ଼ ଜିଲ୍ଲାରେ ଛାଡ଼ିଛି ବର୍ଷା, ବଢୁଛି ଦୁର୍ଦ୍ଦଶା

author img

By

Published : Sep 16, 2021, 9:05 PM IST

ନୟାଗଡ଼ ଜିଲ୍ଲାରେ ଛାଡ଼ିଛି ବର୍ଷା, ବଢୁଛି ଦୁର୍ଦ୍ଦଶା

ନୟାଗଡ଼ ଜିଲ୍ଲାରେ ବର୍ଷା ଛାଡ଼ିବା ପରେ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଏବେ ମଧ୍ୟ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ନୟାଗଡ଼: ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଲାଗି ରହିଥିବା ବର୍ଷା ଜିଲ୍ଲାରେ ଛାଡ଼ିଛି ସତ କିନ୍ତୁ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଜିଲ୍ଲାର 8ଟି ବ୍ଲକରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ଶତାଧିକ ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି । ସେପଟେ ଜମିରେ ବନ୍ୟା ପାଣି ମାଡ଼ିଯିବାରୁ ହେକ୍ଟର ହେକ୍ଟର ଜମି ପନିପରିବା ଠାରୁ ଆରମ୍ଭ କରି ଧାନ ଫସଲ ସହିତ ଅନେକ ଘର ଭାଙ୍ଗି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।

ନୟାଗଡ଼ ଜିଲ୍ଲାରେ ଛାଡ଼ିଛି ବର୍ଷା, ବଢୁଛି ଦୁର୍ଦ୍ଦଶା

3 ଦିନର ଲଗାଣ ବର୍ଷାରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସହ କେହି ମୃତାହତ ହେଇନାହାନ୍ତି । ଗ୍ରାଉଣ୍ଡରେ ପହଞ୍ଚି RI ଓ ତହସିଲଦାର ମାନେ କ୍ଷୟକ୍ଷତି ଆକଳନ କରୁଛନ୍ତି । ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ପ୍ରଶାସନ ତରଫରୁ ସରକାରଙ୍କୁ ରିପୋର୍ଟ ଦିଆଯିବ । ଲଗାଣ ବର୍ଷା ଯୋଗୁଁ ଗାଁ ଦାଣ୍ଡ, ଘରଦ୍ବାର ସବୁ ଜଳମୟ ହୋଇଯାଇଛି । ଅନେକ ସ୍ଥାନରେ ଏବେ ମଧ୍ୟ 3ରୁ 4 ଫୁଟର ବନ୍ୟା ପାଣି ଲହଡି ମାରୁଥିବା ଦେଖିବାକୁ ମିଳିଛି ।

ସେପଟେ ଜଳବନ୍ଦୀରେ ରହିଛନ୍ତି ଏକାଧିକ ଗାଁର ଶତାଧିକ ପରିବାର । ଘରେ ବନ୍ୟା ପାଣି ପ୍ରବେଶ କରିଥିବାରୁ ରୋଷେଇ ବନ୍ଦ ରହିଥିବା ବେଳେ ଗୃହ ପାଳିତପଶୁ, ଗୋରୁ ଗାଈ ଉପବାସ, ବନ୍ୟା ପାଣି ବୁଢିଛି । ଗାଁର ସ୍କୁଲ ଘର କୋଠାଘର, ମନ୍ଦିର ଆଦି ଜଳମଗ୍ନ ହୋଇ ରହିଛି । ବର୍ଷା ଛାଡ଼ିବା ପରେ ଏବେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି । କେଉଁଠି ପ୍ରଶାସନିକ ସହାୟତା ମିଳୁଛି ତ ଆଉ କେଉଁଠି ମିଳୁନାହିଁ । ତେବେ ଜିଲ୍ଲାର ଗଣିଆ, ଭାପୁର ଏବଂ ଖଣ୍ଡପଡ଼ା ବ୍ଲକ ଅଧିକ ପ୍ରଭାବିତ ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.