ନଡ଼ିଆ ବୋଝେଇ ଟ୍ରକ ଅପହରଣ ମାମଲାରେ ଦୋଷମୁକ୍ତ ହେଲେ ସବ୍ୟସାଚୀ ଓ ଆଜାଦ

author img

By

Published : Oct 9, 2021, 12:30 PM IST

ପୁଣିଥରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା-ଆଜାଦ

ନଡ଼ିଆ ବୋଝେଇ ଟ୍ରକ ଅପହରଣ ମାମଲାରେ ଶୁକ୍ରବାର ଶୁଣାଣି କରିଛନ୍ତି ନୟାଗଡ଼ ଜିଲ୍ଲା କୋର୍ଟ । ପୁଣି ଥରେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ଟପ୍ ମାଓନେତା ସବ୍ୟସାଚୀ ପଣ୍ଡା ଓ ଆଜାଦ । ଅଧିକ ପଢନ୍ତୁ...

ନୟାଗଡ: 2008 ଫେବୃଆରୀ 15ର ବହୁଚର୍ଚ୍ଚିତ ନୟାଗଡ଼ ମାଓ ହମଲା ଘଟଣା l ପୁଣି ନିର୍ଦ୍ଦୋଷରେ ଖଲାସ ହେଲେ ଟପ୍ ମାଓନେତା ସବ୍ୟସାଚୀ ପଣ୍ଡା ଏବଂ ଡ଼ି କେଶବ ରାଓ ଓରଫ ଆଜାଦ । ଦଶପଲ୍ଲା ଥାନା ପୋଡି ଓ ଦଶପଲ୍ଲା ଥାନା ଅଧିକାରୀଙ୍କ ବାସଗୃହରେ ନିଆଁ ଲଗାଇ ଆତଙ୍କ ସୃଷ୍ଟି କରିବା ଆଦି ୨ଟି ପୃଥକ ମାମଲାରେ ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ଗୁରୁବାର ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ଏହି ଦୁଇ ଅଭିଯୁକ୍ତ । ଶୁକ୍ରବାର ଉଭୟ ପୁଣି ଅନ୍ୟ ଏକ ଘଟଣା ନଡ଼ିଆ ବୋଝେଇ ଟ୍ରକ ଅପହରଣ ମାମଲାରେ ମଧ୍ୟ ନିର୍ଦ୍ଦୋଷରେ ସାବ୍ୟସ୍ତ ହୋଇଛନ୍ତି ।

ପୁଣିଥରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା-ଆଜାଦ

2008ରେ ନୟାଗଡ଼ ଟାଉନ ଥାନା ଆକ୍ରମଣ, ନୂଆଗାଁ ଥାନା ପୋଡି ଓ ଦଶପଲ୍ଲା ଥାନା ପୋଡ଼ି ସହ ଅସ୍ତ୍ରଗାର ଲୁଟ ଭଳି ନଅଟି ପୃଥକ ମାମଲା ମଧ୍ୟରୁ ଦଶପଲ୍ଲା ଥାନା ପୋଡି ଓ ଦଶପଲ୍ଲା ଥାନା ଅଧିକାରୀଙ୍କ ବାସଗୃହରେ ନିଆଁ ଲଗାଇ ଆତଙ୍କ ସୃଷ୍ଟି କରିବା ଏବଂ ସେହି ସମୟରେ ଏକ ନଡ଼ିଆ ବୋଝେଇ ଟ୍ରକ ଅପହରଣ ମାମଲାରେ ନୟାଗଡ଼ ଜିଲ୍ଲା କୋର୍ଟରେ ଶୁଣାଣି ହୋଇଥିଲା । ମାତ୍ର ପ୍ରମାଣ ଅଭାବରୁ ଏହି 3ଟି କେସରେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଜିଲ୍ଲା ଜର୍ଜ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.