ବର୍ଷାରେ ଭିଜି ବିଦାୟ ନେଲେ ମା' ଖିଲାମୁଣ୍ଡା, ବାଦ୍ୟରେ ଦୁଲୁକିଲା ଦାଣ୍ଡ

author img

By

Published : Oct 5, 2022, 3:24 PM IST

ବର୍ଷାରେ ଭିଜି ବିଦାୟ ନେଲେ ମା' ଖିଲାମୁଣ୍ଡା
ବର୍ଷାରେ ଭିଜି ବିଦାୟ ନେଲେ ମା' ଖିଲାମୁଣ୍ଡା ()

ନୟାଗଡର ଅଧିଷ୍ଠାତ୍ରୀ ଦେବୀ ମା' ଖିଲାମୁଣ୍ଡା ବିଦାୟ ନେଇଛନ୍ତି । ବର୍ଷାରେ ଭିଜି ମା'ଙ୍କୁ ବିଦାୟ ଦେଇଛନ୍ତି ନୟାଗଡ ଜିଲ୍ଲା ରଣପୁରବାସୀ । 16 ଦିନର ଯାତ୍ରା ସାରି ବିଦାୟ ନେଲେ ମା’ ଖିଲାମୁଣ୍ଡା । ଢ଼ୋଲ, ଝାଞ୍ଜ, ମାଦଳ ଆଦିରେ ଦୁଲୁକିଛି ରଣପୁର ବଡ଼ ଦାଣ୍ଡ l ଅଧିକ ପଢନ୍ତୁ

ନୟାଗଡ: ବର୍ଷାରେ ଭିଜି ବିଦାୟ ନେଲେ ମା' ଖିଲାମୁଣ୍ଡା । ଆସିଥିଲେ ବୁଢ଼ା ହୋଇ, ଫେରିଲେ ପାରା ହୋଇ ! ଚାଲିଛି ଦଶହରା ପୂଜା। ଏଥିପାଇଁ ବିଭିନ୍ନ ସ୍ଥାନରେ ମା'ଙ୍କ ପୂଜାର୍ଚ୍ଚନା ଚାଲିଛି । ଦଶହରା ପୂଜା ସମୟରେ ନୟାଗଡ଼ ଜିଲ୍ଲା ରଣପୁର ରାଜବାଟିରେ ପୂଜା ପାଇଥାନ୍ତି ମା' ଖିଲାମୁଣ୍ଡା । ମା' ଏବେ ରାଜବାଟୀ ଛାଡ଼ି ମୂଳ ଆସ୍ଥାନକୁ ଫେରିଛନ୍ତି । ବର୍ଷାରେ ଭିଜି ମା'ଙ୍କୁ ବିଦାୟ ଦେଇଛନ୍ତି ରଣପୁରବାସୀ । 16 ଦିନର ଯାତ୍ରା ସାରି ବିଦାୟ ନେଲେ ମା’ ଖିଲାମୁଣ୍ଡା । ଯିବା ବେଳେ ମା' ପାରା ହୋଇ ଫେରିଛନ୍ତି l ଢ଼ୋଲ, ଝାଞ୍ଜ, ମାଦଳ ଆଦିରେ ଦୁଲୁକିଛି ରଣପୁର ବଡ଼ଦାଣ୍ଡ l

ବର୍ଷାରେ ଭିଜି ବିଦାୟ ନେଲେ ମା' ଖିଲାମୁଣ୍ଡା

ଶୋଳ ଦିନାତ୍ମକ ଯାତ୍ରା ପାଇଁ ରଣପୁର ରାଜନଅରରେ ମା' ଥିଲେ l ଏଥିପାଇଁ ଚଳଚଞ୍ଚଳ ହୋଇଉଠିଥିଲା ରାଜନଅର l ମା'ଙ୍କ ଦର୍ଶନ ପାଇଁ ରାଜବାଟୀରେ ଭକ୍ତଙ୍କ ଭିଡ଼ ଜମିଥିଲା l ରଣପୁରର ଆରାଧ୍ୟ ଠାକୁରାଣୀ ହେଉଛନ୍ତି ମା' ଖିଲାମୁଣ୍ଡା l ମା' ମଙ୍ଗଳବାର ରାତିରେ ମୂଳ ଆସ୍ଥାନକୁ ଫେରିଛନ୍ତି l ଏକ ବିରାଟ ପାଟୁଆରରେ ମା'ଙ୍କୁ ବିଦାୟ ଦିଆଯାଇଛି l ଘଣ୍ଟ ହୁଳହୁଳି ଏବଂ ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ଦୁଲିକିଥିଲା ରଣପୁର ବଡ଼ ଦାଣ୍ଡ l ଦୁଃଖର ସହ ରଣପୁରବାସୀ ମା'ଙ୍କୁ ବିଦାୟ ଦେଇଛନ୍ତି l ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରିଛନ୍ତି ସଭିଏଁ l ଶୋଳପୂଜା ସମୟରେ ମା' ଖିଲାମୁଣ୍ଡା ଏକ କାଠି ସାହାଯ୍ୟରେ ରଣପୁର ଆସିଥାନ୍ତି ଏବଂ ଯିବା ବେଳେ ମଧ୍ୟ କାଠି ସାହାଯ୍ୟରେ ଯାଇଛନ୍ତି l ଏହାକୁ କାଠିଯାତ୍ରା ବୋଲି କୁହାଯାଏ l

ଏହା ବି ପଢନ୍ତୁ...ଲଘୁଚାପ ବର୍ଷାରେ ଭିଜିଲା ପୂଜା, ପାଣିଚିଆ କଲା ଖୁସି

ରଣପୁର ଅଞ୍ଚଳର ଲୋକେ ମା'ଙ୍କୁ ପାଛୋଟି ଆଣିଥାନ୍ତି l ମା' ଖିଲାମୁଣ୍ଡା ବୁଢ଼ା ରୂପରେ ଆସିଥିଲେ ଏବଂ ଫେରିବା ବେଳେ ପାରା ହୋଇ ଫେରିଥିବା ଲୋକ ବିଶ୍ବାସ ରହିଛି । ମା'ଙ୍କ ଏହି ରୂପକୁ ଦର୍ଶନ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥାଏ l ଦଶହରା ଦିନ ମା' ଖିଲାମୁଣ୍ଡା ପାରା ରୂପରେ ନିଜ ଆସ୍ଥାନକୁ ଫେରିଥାନ୍ତି l ଏହି ପାରା ମା'ଙ୍କ ମୂଳ ଆସ୍ଥାନରେ ପ୍ରାଣ ହରାଇ ପଡିଥାଏ ବୋଲି ବିଶ୍ବାସ ରହିଛି l ରଣପୁର ବ୍ଲକ ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତରେ ମା' ଖିଲାମୁଣ୍ଡାଙ୍କ ମୂଳ ଆସ୍ଥାନ ରହିଛି l ମା'ଙ୍କ ଦର୍ଶନ ପାଇଁ ଘଞ୍ଚ ଅରଣ୍ୟ ଦେଇ ଯାଇଥାନ୍ତି ଲୋକେ l ବନ୍ଧମୁଣ୍ଡା ପଞ୍ଚାୟତର ରାଆଁଳା ନିକଟରେ କାହିଁ କେଉଁ ପୁରାତନ କାଳରୁ ପୂଜା ପାଉଛନ୍ତି ମା' ଖିଲାମୁଣ୍ଡା l ରଣପୁର ସହର ଠାରୁ ପ୍ରାୟ ୨୫ କିମି ଦୂର ବଣ ଜଙ୍ଗଲ ପରିବେଷ୍ଟିତ, ଶାନ୍ତ ନିକାଞ୍ଚନ ଜଙ୍ଗଲରେ ମା' ରୁହନ୍ତି l ରଣପୁର ଇତିହାସ ସହ ଜଡ଼ିତ ରହିଛନ୍ତି ମା' ଖିଲାମୁଣ୍ଡାଙ୍କ ଶକ୍ତିପୀଠ l ସେଠାରେ ବର୍ଷ ତମାମ ଲୋକଙ୍କ ଭିଡ଼ ଲାଗି ରହିଥାଏ l ପ୍ରତ୍ୟେକ ବର୍ଷ ମା' ସ୍ବତନ୍ତ୍ର ଭାବେ ଦଶହରା ସମୟରେ 16 ଦିନ ପାଇଁ ରଣପୁର ରାଜବାଟିକୁ ଆସିଥାନ୍ତି l

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.