ଭୃଣ ହତ୍ୟାରେ ଲାଗିବ ଅଙ୍କୁଶ, CDMO ନଜରରେ କ୍ଲିନିକ ଓ ହସ୍ପିଟାଲ

author img

By

Published : Oct 12, 2021, 11:18 AM IST

ନୟାଗଡରେ ଭ୍ରୁଣ ହତ୍ୟା ରୋକିବାକୁ ସିଡିଏମଓର ନଜର

ନୟାଗଡ ଜିଲ୍ଲା ଭ୍ରୁଣ ହତ୍ୟା ଉପରେ ଅଙ୍କୁଶ ଲଗାଇବାକୁ ଅଣ୍ଟା ଭିଡିଛନ୍ତି ସିଡ଼ିଏମଓ । ସବୁ କ୍ଲିନିକ ଏବଂ ହସ୍ପିଟାଲ ଉପରେ ରହିଛି କଡା ନଜର । ଅଧିକ ପଢନ୍ତୁ...

ନୟାଗଡ଼: ଭୃଣ ହତ୍ୟା, କନ୍ୟା ଭୃଣ ହତ୍ୟା ଏବଂ ବାଲ୍ୟ ବିବାହ ପାଇଁ ବିଗତ ଦିନରେ ବେଶ୍ ବଦନାମ ମୁଣ୍ଡାଇ ଆସିଛି ନୟାଗଡ l 2008, 2016 ଏବଂ 2021 ମସିହାରେ କନ୍ୟା ଭୃଣ ହତ୍ୟା ଏବଂ ଭୃଣ ହତ୍ୟା ପାଇଁ ରାଜ୍ୟରେ ଚର୍ଚ୍ଚିତ ରହିଛି ଜିଲ୍ଲା l ଯାହାକୁ ବନ୍ଦ କରିବା ପାଇଁ ଏବେ ଅଣ୍ଟା ଭିଡିଛନ୍ତି ନୟାଗଡ ସିଡିଏମଓ ଶକ୍ତି ପ୍ରସାଦ ମିଶ୍ର । ସିଡ଼ିଏମଓ ଜିଲ୍ଲାରେ ଥିବା ସମସ୍ତ କ୍ଲିନିକ ଏବଂ ହସ୍ପିଟାଲ ଉପରେ ସ୍ବତନ୍ତ୍ର ନଜର ରଖିଛନ୍ତି l ପୁନର୍ବାର ଭୃଣ ହତ୍ୟା ନ ହେବ ସେଥିପାଇଁ ପଦକ୍ଷେପ ନିଆଯାଇ ପ୍ରତି କ୍ଲିନିକ ଏବଂ ନର୍ସିଂକୁ ଯାଇ ପରିଦର୍ଶନ କରିବା ସହ ପ୍ରତ୍ୟେକ କ୍ଲିନିକ ପାଇଁ 5ଟି ଗାଇଡ଼ଲାଇନ ଜାରି କରାଯାଇଛି l

ନୟାଗଡରେ ଭ୍ରୁଣ ହତ୍ୟା ରୋକିବାକୁ ସିଡିଏମଓର ନଜର

ପ୍ରତି କ୍ଲିନିକ ଏବଂ ନର୍ସିଂ ହୋମ ଓପିଡ଼ି ରେଜିଷ୍ଟ୍ରସନ, ଆଇପିଡ଼ି ରେଜିଷ୍ଟ୍ରସନ, ଓଟି ରେଜିଷ୍ଟ୍ରସନ,ଚିକିତ୍ସା ପ୍ରଦାନ କରୁଥିବା ଡାକ୍ତରଙ୍କ ତାଲିକା ଏବଂ ନାମକୁ ଡକ୍ୟୁମେଣ୍ଟରେ ରଖିବା ପାଇଁ ବାଧ୍ୟତାମୂଳକ କରାଯାଇଛି l ଯେଉଁମାନେ ବିନା ରେଜିଷ୍ଟ୍ରସନରେ କ୍ଲିନିକ କିମ୍ବା ନର୍ସିଂ ଚଳାଉଥିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡ଼ିଏମଓ କହିଛନ୍ତି l

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ବ୍ୟବଧାନରେ ପୁଣି ଭ୍ରୁଣ ହତ୍ୟା ଅଭିଯୋଗରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛ ଆନନ୍ଦ ଭଵନ ଆଦିତ୍ୟ ହସ୍ପିଟାଲ ଏବଂ କ୍ଲିନିକରେ ପ୍ରାୟ 1 ମାସ ପୂର୍ବେ ଚଢ଼ାଉ କରିଥିଲା ପୋଲିସ l ଫଳରେ କ୍ଲିନିକ ମାଲିକ ନୟାଗଡ଼ ଜିଲ୍ଲା ନୂଆଗାଁ ବକଳବନ୍ଧର ସତ୍ୟପ୍ରିୟ ସ୍ବାଇଁ, ଖଣ୍ଡପଡ଼ା ଖଳିସାହି ଅଞ୍ଚଳର ରାଜକିଶୋର ସାହୁ, ଫୁଲବାଣୀ ଅଞ୍ଚଳର ନର୍ସ ବବିତା ରାଉତ , ରଣପୁର ବ୍ଲକ କୁଳାସର ଅଞ୍ଚଳର ସଂଗୀତ ମହାନ୍ତି ଏବଂ ମହିଳାଙ୍କ ସ୍ବାମୀ ଗଣେଶ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଏଥିସହ ଆଦିତ୍ୟ କ୍ଲିନିକ ଏବଂ ହସ୍ପିଟାଲର ଗୋଟିଏ ଗୋଟିଏ ଗୁମର ଖୋଲିଥିଲା । ନୟାଗଡ଼ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଏବଂ ଟାଉନ ଥାନା ପୋଲିସ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.