ETV Bharat / state

ଯୌତୁକ ଜୁଇଲେ ଜଳିଲା ବଧୂ, ଥାନାରେ ଅଭିଯୋଗ

author img

By

Published : Nov 15, 2022, 7:19 PM IST

ଯୌତୁକ ଜୁଇଲେ ଜଳିଲା ବଧୂ
ଯୌତୁକ ଜୁଇଲେ ଜଳିଲା ବଧୂ

ପୁଣି ଯୌତୁକ ଜୁଇରେ ଆଉ ଜଣେ ବଧୂ l ଟଙ୍କା ଲୋଭରେ ଦଶବର୍ତ୍ତୀ ହୋଇ ମହିଳାଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

ନୟାଗଡ: ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଜଣେ ବଧୂ । ନଣନ୍ଦଙ୍କ ପ୍ରରୋଚନାରେ ବୋହୂକୁ ନିର୍ଯାତନା ଦେଲେ ଶାଶୁ ଓ ସ୍ବାମୀ । ନଣନ୍ଦ, ସ୍ବାମୀ ଓ ଶାଶୁ ମିଶି ବୋହୂ ଉପରେ କରୁଥିଲେ ଅକଥନୀୟ ଅତ୍ୟାଚାର । ଶେଷରେ ଆଖି ବୁଜିଲେ ମହିଳା । ଯୌତୁକ ଲୋଭରେ ବଧୂ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳାରେ। ମୃତ ମହିଳା ହେଉଛନ୍ତି ମନୋରମା ସାହୁ ।

ଯୌତୁକ ଜୁଇଲେ ଜଳିଲା ବଧୂ

ମିଳିଥିବା ସୂଚନା ଅନୁଯାୟୀ ଗତ 12ବର୍ଷ ତଳେ ଚମ୍ପାପେଡି ଗ୍ରାମର ବାଉରୀ ବନ୍ଧୁ ପରିଡାଙ୍କ ଝିଅ ମନୋରମା ସାହୁ ରାଜସୁନାଖଳା ଗ୍ରାମର ସୁରେଶ ସାହୁଙ୍କୁ ବିବାହ କରିଥିଲେ । ବେଶ କିଛି ଦିନ ହସ ଖୁସିରେ ପରିବାର ଚାଲିଥିବା ବେଳେ ନଣନ୍ଦ ମାନଙ୍କର ପ୍ରରୋଚନାରେ ପଡି ଶାଶୁଘର ଲୋକେ ବିଭିନ୍ନ ସମୟରେ ଯୌତୁକ ପାଇଁ ମନୋରମାଙ୍କୁ ମାର ପିଟି କରିବା ସହ ଅକଥନୀୟ ଅତ୍ୟାଚାର ଦେଉଥିଲେ ।

ଗତକାଲି ବିଳମ୍ବିତ ରାତିରେ ଯୌତୁକ ପାଇଁ ମନୋରମାକୁ ହତ୍ୟା କରାଯାଇଥିବା ତାଙ୍କ ବାପା ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି l ତେବେ ଘଟଣାସ୍ଥଳରେ ରାଜସୁନାଖଳା ଫାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀକୁ ଅଟକ ରଖିଛି ପୋଲିସ । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଏବେ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ l ରିପୋର୍ଟ ଆସିବା ପରେ ପୋଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିଛି ।

ଏନେଇ ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛି, ''ମୋ ଭଉଣୀକୁ ତାର ତିନି ନଣନ୍ଦ ଓ ଜ୍ବାଇଁ ମିଶି ହତ୍ୟା କରିଛନ୍ତି । ପୂର୍ବରୁ ତାକୁ ଅନେକ ସମସୟରେ ଶାରିରୀକ ନିର୍ଯାତନା ଦେଉଥିଲେ, ଅନେକ ସମୟରେ ଆମେ ଆସି ବୁଝାସୁଝା କରି ଯାଉଥିଲୁ । ସେମାନେ ଆମକୁ ବାରମ୍ବାର ଦାବି କରୁଥିଲେ ଟଙ୍କା ଦେବା ପାଇଁ, ଶାଶୁ, ତିନି ନଣନ୍ଦ, ସ୍ବାମୀ ମିଶି ତାକୁ ମାରପିଟ କରନ୍ତି । ତାର ମୃତ୍ୟୁ ହୋଇଥିବା ବେଳେ ଆମେ ଆଜି ରାଜସୁନାଖଳା ଫାଣ୍ଡିରେ ଏତଲା ଦେଇଛୁ ।

ଏହା ମଧ୍ୟ ପଢନ୍ତୁ-ସୀମା ଟପିଲା ଯୌତୁକ ନିର୍ଯାତନା, ଶାଶୁ କାଟିଦେଲା ବୋହୂର ହାତ ଆଙ୍ଗୁଠି

କେବଳ ଏହି ଗୋଟିଏ ଘଟଣା ନୁହେଁ, ରାଜ୍ୟରେ ଅନେକ ସ୍ଥାନରେ ଯୌତୁକ ଯୋଗୁଁ ଅନେକ ମହିଳାଙ୍କ ଜୀବନ ଯାଉଛି । ଗତକାଲି କନ୍ଧମାଳରେ ଏହିପରି ଏକ ଘଟଣା ଘଟିଥିଲା । ଯୌତୁକ ନଆଣିବାରୁ ଶାଶୁ ବୋହୂର ହାତ ଆଙ୍ଗୁଠି କାଟି ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ବୋହୂକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.