ETV Bharat / state

ସୀମା ଟପିଲା ଯୌତୁକ ନିର୍ଯାତନା, ଶାଶୁ କାଟିଦେଲା ବୋହୂର ହାତ ଆଙ୍ଗୁଠି

author img

By

Published : Nov 14, 2022, 4:30 PM IST

ସୀମା ଟପିଲା ଯୌତୁକ ନିର୍ଯାତନା
ସୀମା ଟପିଲା ଯୌତୁକ ନିର୍ଯାତନା

କନ୍ଧମାଳ ଡଙ୍ଗା ଗ୍ରାମରେ ଅଭାବନୀୟ ଘଟଣା । ସୀମା ଟପିଲା ଯୌତୁକ ନିର୍ଯାତନା । ଯୌତୁକ ପାଇଁ ଶାଶୁ କାଟିଦେଲା ବୋହୂର ହାତ ଆଙ୍ଗୁଠି । ଅଧିକ ପଢନ୍ତୁ

ଫୁଲବାଣୀ: ସୀମା ଟପିଲା ଯୌତୁକ ନିର୍ଯାତନା । ଯୌତୁକ ପାଇଁ ଶାଶୁ ଘଟାଇଲା ବର୍ବରକାଣ୍ଡ । ବୋହୂର ହାତ ଆଙ୍ଗୁଠିକୁ କାଟିବାକୁ ପଛାଇଲା ନାହିଁ ଶାଶୁ । ଆଙ୍ଗୁଠି କାଟି ଶରୀରରୁ ଅଲଗା କରିଦେଲା ଯୌତୁକ ଲୋଭି ଶାଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବିଲାବାଡ଼ି ଗ୍ରାମ ପଞ୍ଚାୟତର ଡଙ୍ଗା ଗ୍ରାମରେ । ପୀଡିତା ମହିଳା ଜଣଙ୍କ ହେଉଛନ୍ତି ଝୁଲଣ ବେହେରା । ଗୁରୁତର ଅବସ୍ଥାରେ ଝୁଲଣାଙ୍କୁ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଯୌତୁକ ପାଇଁ ଶାଶୁ କାଟିଦେଲା ବୋହୂର ହାତ ଆଙ୍ଗୁଠି

ମିଳିଥିବା ସୂଚନା ଅନୁଯାୟୀ ଆଜିକୁ ଦଶ ବର୍ଷ ପୂର୍ବେ କୃତିବାସ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ ଝୁଲଣ । ଭାବିଥିଲେ ନିଜ ପ୍ରେମକୁ ପାଖରେ ପାଇଁ ଜୀବନ ସାରା ଖୁସିରେ ରହିବେ । କିନ୍ତୁ ସ୍ବାମୀ ଓ ଶାଶୁଙ୍କ ଯୌତୁକ ଲୋଭ ଯୋଗୁଁ ଝୁଲଣଙ୍କ ଖୁସିରେ ବଞ୍ଚିବାର ସ୍ବପ୍ନ ମଳିନ ପଡିଗଲା । ପ୍ରେମ ବିବାହ ପରେ ସ୍ବାମୀ ଓ ଶାଶୁଙ୍କୁ ଘାରିଲା ଯୌତୁକ ପାଇବାର ନିଶା । ଏଥିପାଇଁ ବାରମ୍ବାର ସ୍ୱାମୀ ଓ ଶାଶୁ ମିଶି ଝୁଲଣକୁ ନିର୍ଯାତନା ଦେଇ ଆସୁଥିଲେ । ଶେଷରେ ଆଜି ସୀମା ଟପିଥିଲା ଯୌତୁକ ନିର୍ଯାତନା ।

ଏହା ମଧ୍ୟ ପଢନ୍ତୁ: ଜୁନିୟର ଛାତ୍ରଙ୍କୁ ଫିଲ୍ମ ଷ୍ଟାଇଲରେ ମାଡ ମାରିଲେ ସିନିୟର, ଭିଡିଓ ଭାଇରାଲ

ସ୍ବାମୀ କୃତିବାସ ଓ ଶାଶୁ ରେବତୀ ବେହେରା ମିଶି ବୋହୂ ଝୁଲଣଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । କିନ୍ତୁ ଝୁଲଣ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ଶାଶୁ ଏକ ଧାରୁଆ ଅସ୍ତ୍ରରେ ଝୁଲଣଙ୍କ ବାମ ହାତର ବିଶି ଆଙ୍ଗୁଠିକୁ କାଟିଦେଇଥିଲେ । ଯୌତୁକ ପାଇଁ ଶାଶୁ କାଟିଦେଲା ବୋହୂର ହାତ ଆଙ୍ଗୁଠି । ଏନେଇ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଝୁଲଣଙ୍କ ବାପଘର ଲୋକେ ।

ଏହା ମଧ୍ୟ ପଢନ୍ତୁ-Padmapur ByPoll: ବିଜେଡି ପ୍ରାର୍ଥୀ ହେଲେ ବର୍ଷା ସିଂହ ବରିହା

ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ସଦର ଥାନାରେ ଝୁଲଣଙ୍କ ସ୍ବାମୀ ଓ ତାଙ୍କ ଶାଶୁଙ୍କ ବିରୋଧରେ ଝୁଲଣାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ । ମହିଳା ଜଣଙ୍କୁ ଯୌତୁକ ଯୋଗୁଁ ଏପରି ନିର୍ଯାତନା ଦେବାରୁ ସ୍ୱାମୀ କୃତିବାସ ଓ ଶାଶୁକୁ କଠୋର ଦଣ୍ଡ ଦିଆଯାଉ ବୋଲି ମହିଳାଙ୍କ ବାପ ଘର ଲୋକେ ଦାବି କରିଛନ୍ତି । ସଦର ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.