କୋରୋନା ସଙ୍କଟ କାଳରେ ଜୀବିକା ଦେଲା ମିଶନ ଶକ୍ତି, ଉପକୃତ ହେଲେ ଏକାଧିକ ମହିଳା

author img

By

Published : Sep 22, 2021, 9:54 PM IST

କୋରୋନା ସଙ୍କଟ କାଳରେ ଜୀବିକା ଦେଲା ମିଶନ ଶକ୍ତି, ଉପକୃତ ହେଲେ ଏକାଧିକ ମହିଳା

କୋଭିଡ ମହାମାରୀ ସମୟରେ ମିଶନ ଶକ୍ତି ଯୋଗାଇଛି ଜୀବିକା । ସିଲେଇ ମେସିନ ପକାଇ ଆତ୍ମନିର୍ଭରଶୀଳ ହେଲେ ଜିଲ୍ଲାର ମହିଳା । ଅଧିକ ପଢନ୍ତୁ...

ନୟାଗଡ: କୋରୋନା ସଙ୍କଟ କାଳରେ ଜୀବିକା ଦେଇଛି ମିଶନ ଶକ୍ତି । ନୟାଗଡ ଓଡଗାଁ ବ୍ଲକର ସୁନାମୁହିଁ ପଞ୍ଚାୟତର ଜୟ ଜଗନ୍ନାଥ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଏକାଧିକ ମହିଳା ମିଶନ ଶକ୍ତି ଜରିଆରେ ପାଇଛନ୍ତି ରୋଜଗାର । ସିଲେଇ ମେସିନ ପକାଇ ଅଙ୍ଗନବାଡି ଓ ସ୍କୁଲ ପିଲାଙ୍କ ପାଇଁ ପୋଷାକ ତିଆରି କରି ଆରମ୍ଭ କରିଛନ୍ତି ବ୍ୟବସାୟ l ଏହା ଛଡା ମାସ୍କ ତିଆରି କରି ବିଭିନ୍ନ ସ୍ଥାନରେ ବିକ୍ରୟ କରି ବେଶ ଦୁଇ ପଇସା କମାଉଛନ୍ତି । ତେବେ ମହିଳା ଗୋଷ୍ଠୀର ଏଭଳି ସଫଳତାକୁ ନିକଟରେ ଟୁଇଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

କୋରୋନା ସଙ୍କଟ କାଳରେ ଜୀବିକା ଦେଲା ମିଶନ ଶକ୍ତି, ଉପକୃତ ହେଲେ ଏକାଧିକ ମହିଳା
ସିଲେଇ ମେସିନ ଦେଇଛି ଜୀବିକା । ମିଶନ ଶକ୍ତି ଜରିଆରେ ଉପକ୍ରୁତ ହେଲେ ମହିଳା l ଗାଁର 12 ଜଣ ମହିଳା ଏକାଠି ହୋଇ ଜୟ ଜଗନ୍ନାଥ ନାମକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ଆରମ୍ଭ କରିଛନ୍ତି ବ୍ୟବସାୟ । ମିଶନ ଶକ୍ତି ସହାୟତାରେ ସିଲେଇ ମେସିନ ୟୁନିଟ ପକାଇ ଅଙ୍ଗନବାଡି ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ତିଆରି କରୁଛନ୍ତି ପୋଷାକ l ଏଗୁଡିକୁ ବ୍ଲକର ବିଭିନ୍ନ ଅଙ୍ଗନବାଡି ସେଣ୍ଟର ଏବଂ ସ୍କୁଲମାନଙ୍କୁ ଯୋଗାଇବା ସହ ବଜାରରେ ମଧ୍ୟ ବିକ୍ରୟ କରୁଛନ୍ତି । ଖାଲି ସେତିକି ନୁହେଁ, କୋରୋନା କାଳରେ ମାସ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି କପଡାରେ ବିଭିନ୍ନ ପ୍ରକାର ମାସ୍କ ତିଆରି କରି ବିକ୍ରୟ କରୁଛନ୍ତି । ବ୍ୟବସାୟରୁ ମିଳୁଥିବା ଲାଭାଂଶ ବ୍ୟାଙ୍କରେ ଜମା କରିବା ସହ ନିଜ ପରିବାର ପ୍ରତି ପୋଷଣ କରିବାରେ ସକ୍ଷମ ହେଉଛନ୍ତି ।ଖାଲି ଯେ ସୁରଟ ନୁହେଁ, ନିଜ ଅଞ୍ଚଳରେ ସିଲେଇ ମେସିନ ୟୁନିଟ ପକାଇ ମହିଳାମାନେ ରୋଜଗାରକ୍ଷମ ହୋଇପାରିଛନ୍ତି । ଏହାଛଡା ମିଶନ ଶକ୍ତି ମାଧ୍ୟମରେ 12 ଜଣ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହୋଇପାରିଥିବାରୁ ସବୁଠୁ ମିଳୁଛି ପ୍ରଶଂସା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.