ସାକ୍ଷୀଙ୍କୁ ନେଇ ବଢ଼ିଲା ସନ୍ଦେହ ! ସେବେ ନଥିଲେ ଏବେ ଆସିଲେ କେଉଁଠୁ ?

author img

By

Published : Sep 20, 2021, 10:40 PM IST

ସାକ୍ଷୀଙ୍କୁ ନେଇ ବଢ଼ିଲା ସନ୍ଦେହ! ସେବେ ନଥିଲେ ଏବେ ଆସିଲେ କେଉଁଠୁ ?

ଯଦୁପୁରର ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣା ସାକ୍ଷୀଙ୍କୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ସେହି ସମୟରେ କୌଣସି ସାକ୍ଷୀ ନଥିବା ବେଳେ ଏବେ କେଉଁଠୁ ଆସିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ...

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟା ଘଟଣା । ଆଜି(ସୋମବାର) ନୟାଗଡ଼ ଚିଲଡ୍ରେନ କୋର୍ଟରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସାକ୍ଷୀଙ୍କୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ସେହି ସମୟରେ କୌଣସି ସାକ୍ଷୀ ନଥିବା ବେଳେ ଏବେ କେଉଁଠୁ ଆସିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସାକ୍ଷୀଙ୍କୁ ନେଇ ବଢ଼ିଲା ସନ୍ଦେହ! ସେବେ ନଥିଲେ ଏବେ ଆସିଲେ କେଉଁଠୁ ?

ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ଯଦୁପୁର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ । ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା l ପରୀକୁ କିଏ ମାରିଲା ତାକୁ ନେଇ ତୁମ୍ଭି ତୋଫାନ ସୃଷ୍ଟି ହୋଇଥିଲା l ପରୀ ଅପହରଣ ଘଟଣାକୁ କେହି ଦେଖିନଥିବା କଥା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପରୀ ନିଖୋଜ ହେଲା ବେଳେ କେହି ଦେଖିନଥିବା ଗ୍ରାମବାସୀ କହିଥିଲେ l ଏଥିପାଇଁ ପୋଲିସ ନିରାଶ ହୋଇଥିଲା l

ହେଲେ ଆଜି(ସୋମବାର) ପରୀ ହତ୍ୟାକାଣ୍ଡ ଘଟଣାର ସାକ୍ଷ୍ୟ ଗ୍ରହଣ ବେଳେ ଏକାଧିକ ସାକ୍ଷୀ ରହିଥିବା ଜଣାପଡ଼ିଛି l ପରୀ ହତ୍ୟାକାଣ୍ଡ ଘଟଣା ବେଳେ ଏମାନେ ମୁହଁ ଖୋଲିନଥିଲେ l ସେହି ସମୟରେ ସାକ୍ଷୀ ନଥିବା ବେଳେ ଏବେ କେଉଁଠୁ ଆସିଲେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି l ଏହି ଘଟଣାରେ 70 ଜଣ ସାକ୍ଷୀ ଥିବା ନେଇ ଅଭିଯୁକ୍ତର ଓକିଲ ଶିବଶଙ୍କର ବିଶ୍ୱାଳ କହିଛନ୍ତି l

ଏତେ ସାକ୍ଷୀ କେଉଁଠୁ ଆସିଲେ ତାକୁ ନେଇ ପ୍ରଶ୍ନ ଉଠିଛି l ତେବେ ସାକ୍ଷୀଙ୍କୁ କୋର୍ଟ ଡକାଯିବ ବୋଲି କ୍ରାଇମବ୍ରାଞ୍ଚର ସରକାରୀ ଓକିଲ ଚିତ୍ତରଞ୍ଜନ କାନୁନଗୋ କହିଛନ୍ତି l ଆଜି ଯଦୁପୁର ଗାଁ'ର ଦୁର୍ଯ୍ୟୋଧନ ପ୍ରଧାନ ନାମକ ଜଣେ ସାକ୍ଷୀ ଉପସ୍ଥିତ ହୋଇ ସାକ୍ଷ ଦେଇଛନ୍ତି l ତେବେ ଅକ୍ଟୋବର 8 ତାରିଖରେ ଅନ୍ୟ ସାକ୍ଷୀମାନଙ୍କ ସାକ୍ଷ ଗ୍ରହଣ କରାଯିବ l

ସାକ୍ଷ ଗ୍ରହଣ ବେଳେ ଅଭିଯୁକ୍ତ ନାବାଳକ ଉପସ୍ଥିତ ଥିଲେ l ତେବେ ସାକ୍ଷୀ ଦୁର୍ଯ୍ୟୋଧନ ପ୍ରଧାନଙ୍କୁ ପ୍ରତିପକ୍ଷ ଓକିଲଙ୍କ ପକ୍ଷରୁ ଜେରା ହୋଇଥିବା କହିଛନ୍ତି ଅଭିଯୁକ୍ତଙ୍କ ଓକିଲ l SIT(Special Investigation Team)ର ଚାର୍ଜ ଫ୍ରେମ ଦଖଲ ପରେ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି l ଅକ୍ଟୋବର 8 ତାରିଖରେ ଅନ୍ୟ ସାକ୍ଷୀ ମାନେ ସାକ୍ଷ୍ୟ ଦେବେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.