ETV Bharat / state

ଜୀବନ ନେଲା ପରକୀୟା ପ୍ରୀତି ! କଟକ LIC ଏଜେଜେଣ୍ଟଙ୍କୁ ନୟାଗଡ଼ରେ ହତ୍ୟା ଅଭିଯୋଗ

author img

By

Published : Dec 11, 2022, 8:31 PM IST

ପରକୀୟା ପ୍ରୀତିରୁ ହତ୍ୟା ! କଟକ LIC ଏଜେଜେଣ୍ଟଙ୍କୁ ନୟାଗଡ଼ରେ ହତ୍ୟା ଅଭିଯୋଗ
ପରକୀୟା ପ୍ରୀତିରୁ ହତ୍ୟା ! କଟକ LIC ଏଜେଜେଣ୍ଟଙ୍କୁ ନୟାଗଡ଼ରେ ହତ୍ୟା ଅଭିଯୋଗ

ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ । କଟକର ଯୁବକଙ୍କୁ ନୟାଗଡ଼ରେ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଘଟଣାସ୍ଥଳରେ ନୟାଗଡ଼ ଓ କଟକ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଅଧିକ ପଢ଼ନ୍ତୁ

ପରକୀୟା ପ୍ରୀତିରୁ ହତ୍ୟା ! କଟକ LIC ଏଜେଜେଣ୍ଟଙ୍କୁ ନୟାଗଡ଼ରେ ହତ୍ୟା ଅଭିଯୋଗ

କଟକ/ନୟାଗଡ଼: ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା । ପରକୀୟା ପ୍ରୀତିରୁ ପ୍ରେମିକକୁ ବିବାହିତା ପ୍ରେମିକା ଓ ତାର ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । କଟକ ମହାନ୍ତିପଡାରେ ରହୁଥିବା LIC ଏଜେଣ୍ଟ ଶୈଳେନ୍ଦ୍ର ସାହୁଙ୍କୁ ଅପହରଣ ଓ ହତ୍ୟା ସନ୍ଦେହ ।

ସୂଚନା ଅନୁସାରେ ନୟାଗଡ଼ ମହୀପୁର ଅଞ୍ଚଳର ଜନୈକା ମହିଳା ସ୍ବାମୀ ଦୀପୁ ସାହୁଙ୍କ ସହ କଟକରେ ଦହିବରା ବେପାର କରୁଥିଲେ । ତେବେ ଏହି ଦହିବରା ବେପାର ବେଳେ ସୁନିତାଙ୍କର କଟକର LIC ଏଜେଣ୍ଟ ଭାବେ କାମ କରୁଥିବା ଶୈଳେନ୍ଦ୍ର ଜେନାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିବା ଆଲୋଚନା ହେଉଛି । ଯାହାକୁ ନେଇ ପୂର୍ବରୁ ଶୈଳେନ୍ଦ୍ର ଓ ଦୀପୁଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିଲା । ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ତୁଟାଇବା ପାଇଁ ୭ ମାସ ତଳେ ଦୀପୁ ସପରିବାରେ କଟକ ଛାଡି ନିଜ ଘର ନୟାଗଡ ନୂଆଗାଁ ଚାଲିଯାଇଥିଲେ । ତଥାପି ଶୈଳେନ୍ଦ୍ର ମଝିରେ ମଝିରେ ବାନ୍ଧବୀଙ୍କୁ ଦେଖା କରିବା ପାଇଁ ନୂଆଗାଁ ଯାଉଥିଲେ ।

ତେବେ ଗତ ୨ ତାରିଖରେ ଶୈଳେନ୍ଦ୍ର କାମରେ ଯାଇ ଆଉ ଘରକୁ ଫେରି ନଥିଲେ । ଏନେଇ ଶୈଳେନ୍ଦ୍ରଙ୍କ ସ୍ତ୍ରୀ ଲାଲବାଗ ଥାନାରେ ଏତଲା ଦେଇଥିଲେ । ଲାଲବାଗ ଥାନା କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ଶୈଳେନ୍ଦ୍ରଙ୍କ ମୋବାଇଲ ଟ୍ରାକିଂ କରିବା ପରେ ମୋବାଇଲ ଲୋକେସନ ନୟାଗଡ଼ ଦେଖାଇଥିଲା । ଶୈଳେନ୍ଦ୍ରଙ୍କ ପରିବାର ଓ ପାଖ ପଡୋଶୀଙ୍କୁ ପଚରାଉଚରା କରିବା ପରେ ନୟାଗଡରେ ତାଙ୍କର ଜଣେ ବାନ୍ଧବୀ ଥିବା କଥା ପୋଲିସ ସୂଚନା ପାଇଥିଲା । ସୂଚନା ଆଧାରରେ ଲାଲବାଗ ଥାନା ପୋଲିସ ନୟାଗଡ଼ର ନୂଆଗାଁ ପାଟୁଳି ସାହି ଯାଇ ତଦନ୍ତ କରିଥିଲା । ତଦନ୍ତ ସମୟରେ କିନ୍ତୁ ବାନ୍ଧବୀ ଜଣକ ଶୈଳେନ୍ଦ୍ର ସେଠାକୁ ଆସିଥିବା କଥାକୁ ଅସ୍ବୀକାର କରିଥିଲେ ।

ଏବେ ଶୈଳେନ୍ଦ୍ରଙ୍କ ମୋବାଇଲ ବନ୍ଦ ଥିବା ବେଳେ ନୟାଗଡ଼ ଶେଷ ଲୋକେସନ ଦେଖାଉଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଲାଲବାଗ ଥାନା ଅଧିକାରୀ । ସେପଟେ ଶୈଳେନ୍ଦ୍ର ରହୁଥିବା କାଫଲା ଅଞ୍ଚଳରେ ଲୋକମାନେ ତାଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି । ଶୈଳେନ୍ଦ୍ରଙ୍କୁ ତାଙ୍କ ବାନ୍ଧବୀଙ୍କ ସ୍ବାମୀ ଦୀପୁ ଫୋନ କରି ନୟାଗଡ଼ ଡାକିଥିଲେ ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଶୈଳେନ୍ଦ୍ର ନୟାଗଡରେ ପହଞ୍ଚିବା ପରେ ତାଙ୍କୁ ଅପହରଣ କରିନେଇ ହତ୍ୟା କରାଯାଇଥିବା କାଫଲା ମହାନ୍ତିପଡାରେ ତାଙ୍କର ପଡୋଶୀମାନେ ସନ୍ଦେହ କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ଶୈଳେନ୍ଦ୍ରଙ୍କ ମୃତଦେହ ମିଳିନଥିବାରୁ ହତ୍ୟା ସମ୍ପର୍କରେ ପୋଲିସ ସ୍ପଷ୍ଟ ସୂଚନା ପାଇ ପାରୁନାହିଁ । ସେପଟେ ଶୈଳେନ୍ଦ୍ରଙ୍କ ପତ୍ନୀ ଦୀପୁ ଓ ତାଙ୍କ ପତ୍ନୀଙ୍କ ନାମରେ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଘଟଣାସ୍ଥଳରେ କଟକ ଓ ନୟାଗଡ଼ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.