ପୂଜା ମଣ୍ଡପରେ ଅସମ୍ଭାଳ ଭିଡ଼, ବିନା ମାସ୍କରେ ମା’ଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

author img

By

Published : Oct 15, 2021, 10:50 PM IST

କୋଭିଡ଼ କଟକଣାକୁ ଫୁ': ପୂଜା ମଣ୍ଡପରେ ଅସମ୍ଭାଳ ଭିଡ଼ ଜମାଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

କୋରୋନା କଟକଣାକୁ ଖୁଲମଖୁଲା ଉଲଙ୍ଘନ କଲେ ଶ୍ରଦ୍ଧାଳୁ । ପ୍ରଶାସନ ପକ୍ଷରୁ ମା'ଙ୍କ ଦର୍ଶନ ନେଇ ନିୟମକୁ କଡାକଡି କରାଯାଇଥିଲେ ସୁଦ୍ଧା ସବୁ କିଛି ଫେଲ୍ ମାରିବା ସହ ଭିଡ ଜମାଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

ନୟାଗଡ଼: କୋଭିଡ କଟକଣାକୁ ଫୁ' କରି ଚାଲିଛି ମା'ଙ୍କ ଦଶମୀ ପୂଜା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଅଧିନ ରାଜସୁନାଖଳା ପୂଜା ମଣ୍ଡପରେ । ନାଁ ଅଛି ମୁହଁରେ ମାସ୍କ ନାଁ ଅଛି ସାମାଜିକ ଦୂରତା । ପ୍ରଶାସନ ପକ୍ଷରୁ କୋଭିଡ କଟକଣା ଲଗାଯାଇଥିଲେ ମଧ୍ୟ ସେ ସବୁକୁ ଖାତିର ନ କରି ମା'ଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି ଭକ୍ତ ।

କୋଭିଡ଼ କଟକଣାକୁ ଫୁ': ପୂଜା ମଣ୍ଡପରେ ଅସମ୍ଭାଳ ଭିଡ଼ ଜମାଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ସେପଟେ ପୂଜା ମଣ୍ଡପରେ ଏଭଳି ଅସହ୍ୟ ଭିଡ଼କୁ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନାହିଁ । ତେବେ ଏହି ଘଟଣାରେ ଭକ୍ତଙ୍କୁ ବାରଣ କରିବା ପାଇଁ ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା କରାଯାଇ ନଥିବା ଦେଖିବାକୁ ମିଳିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.