ETV Bharat / state

ଓଡଗାଁରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକ ସାମିଲ

author img

By

Published : Nov 14, 2022, 2:26 PM IST

ଜନସମ୍ପର୍କ ପଦଯାତ୍ରା
ଜନସମ୍ପର୍କ ପଦଯାତ୍ରା

ଓଡଗାଁରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା । ୧୫ ହଜାର କର୍ମୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଲା ବିଜେଡି । ଅଧିକ ପଢନ୍ତୁ

ନୟାଗଡ: ସାରା ରାଜ୍ୟରେ ଜାରି ରହିଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସମସ୍ୟା ଶୁଣିବା ଓ ବିଜେଡି ସରକାରଙ୍କ ଯୋଜନା ଇତ୍ୟାଦିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ । ଏହି କ୍ରମରେ ନୟାଗଡ଼ ଜିଲ୍ଲା ଓଡଗାଁରେ ବିଜେଡ଼ିର ବିଶାଳ ଜନ ସମ୍ପର୍କ ପଦଯାତ୍ରା କରାଯାଇଛି । ପ୍ରାୟ ୧୫ ହଜାର କର୍ମୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଲା ବିଜେଡି ।

ଓଡଗାଁରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ନୟାଗଡ଼ ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକର ୧୮ଟି ପଞ୍ଚାୟତକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପଦଯାତ୍ରାରେ ନୟାଗଡ଼ ଜିଲ୍ଲାର ୩ ଜଣ ବିଧାୟକ ଯୋଗ ଦେଇଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦଯାତ୍ରାରେ ଖଣ୍ଡପଡ଼ା ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ ପଦଯାତ୍ରାରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଇଣ୍ଡୋନେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ, ଜି-20 ସମ୍ମିଳନୀରେ ଦେବେ ଯୋଗ

ଓଡ଼ଗାଁ ରଘୁନାଥ ମନ୍ଦିରଠାରୁ ପଦଯାତ୍ରା ବାହାରି ହାଇସ୍କୁଲ ଖେଳପଡ଼ିଆଠାରେ ପହଞ୍ଚି ଏକ ବିଶାଳ ସଭା ହୋଇଥିଲା । ପଦଯାତ୍ରା ମହିଳା ସଶକ୍ତିକରଣର ନାରା ଦେଇଛି । ବହୁ ସଂଖ୍ୟାରେ ମହିଳା ପଦଯାତ୍ରାରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାନ୍ତ, ସରଳ ଓ ନମ୍ର ପାଇଁ ୨୫ ବର୍ଷ ଧରି ଓଡିଶାବାସୀଙ୍କ ପାଖରେ ଲୋକପ୍ରିୟ ହୋଇ ରହିଛନ୍ତି ବୋଲି ଉପସ୍ଥିତ ନେତୃବୃନ୍ଦ କହିଥିଲେ । ସେହିଭଳି ଭାବେ ଦଶପଲ୍ଲା ବିଧାୟକ ରମେଶ ବେହେରା ଜନ ସମ୍ପର୍କ ପଦଯାତ୍ରା ଜନ ସମୁଦ୍ରରେ ପରିଣତ ହୋଇଛି ବୋଲି କହିଥିଲେ ।

ଏନେଇ ନୟାଗଡ ବିଧାୟକ କହିଛନ୍ତି, "ଓଡ଼ଗାଁ ବ୍ଲକର ୧୮ଟି ପଞ୍ଚାୟତକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ପଦଯାତ୍ରା କରାଯାଇଥିଲା । ଏଥିରେ ୧୦ ହାଜରରୁ ଉଦ୍ଧ୍ବ ମହିଳା ଯୋଗ ଦେଇଥିଲେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସ୍ଥାନୀୟ ବାସିନ୍ଦଙ୍କ ଗଭୀର ଆସ୍ଥା ଏବଂ ବିଶ୍ବାସ ରହିଛି । ଏହି ଧାରା ଆଗକୁ ମଧ୍ୟ ଜାରି ରହିବ । ବିକାଶ ଦିଗରେ ଆମେ ଆଗକୁ ମଧ୍ୟ କାମ କରିବୁ ।"

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.