ETV Bharat / bharat

ଇଣ୍ଡୋନେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ, ଜି-20 ସମ୍ମିଳନୀରେ ଦେବେ ଯୋଗ

author img

By

Published : Nov 14, 2022, 8:08 AM IST

Updated : Nov 14, 2022, 12:58 PM IST

ଆଜିଠୁ ଇଣ୍ଡୋନେସିଆର ବାଲି ଦ୍ବୀପରେ 17ତମ ଜି-20 ସମ୍ମିଳନୀ ଅନୁଷ୍ଠିତ ହେବ । ଏନେଇ ଇଣ୍ଡୋନେସିଆ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଆଜି ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ
ଆଜି ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ

ନୂଆଦିଲ୍ଲୀ: ଆଜିଠୁ ଇଣ୍ଡୋନେସିଆର ବାଲି ଦ୍ବୀପରେ ତିନିଦିନିଆ 17ତମ ଜି-20 ସମ୍ମିଳନୀ ଅନୁଷ୍ଠିତ ହେବ । ଏନେଇ ଇଣ୍ଡୋନେସିଆ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାବର୍ଷ ଜି-20 ସମ୍ମିଳନୀ ଭାରତରେ ଆୟୋଜିତ ହେବ । ଏଥିରେ ଅଧ୍ୟକ୍ଷତା କରିବ ଭାରତ । ଏବେ ଏହାର ଅଧ୍ୟକ୍ଷତା କରୁଛି ଇଣ୍ଡୋନେସିଆ । ଭାରତ ବିଧିବଦ୍ଧ ଭାବେ ଇଣ୍ଡେନେସିଆଠୁ ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିବ । ଏହି ପ୍ରରିପେକ୍ଷୀରେ ପ୍ରଧାନମନ୍ତ୍ରୀ ବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଜି-20 ସମ୍ମିଳନୀରେ ସାମିଲ ହେବେ । ଏହି ସମ୍ମିଳନୀରେ 17 ବିଶ୍ବନେତା ସାମିଲ ହେବ ।

ଏହି ଜି-20 ସମ୍ମିଳନୀ ଭାରତ ପାଇଁ ସ୍ବତନ୍ତ୍ର । ଶିଖର ସମ୍ମିଳନୀରେ ଭାରତ, ଚୀନ ଏବଂ ଆମେରିକା ସମେତ ଅନ୍ୟ ଦେଶର ରାଷ୍ଟ୍ର ପ୍ରମୁଖ ସାମିଲ ହେବେ । ଏହି ସମ୍ମିଳନୀରେ ଋଷ-ୟୁକ୍ରେନ ଯୁଦ୍ଧ ଏବଂ ଏହା ପ୍ରଭାବ ସମେତ ବୈଶ୍ବିକ ଆହ୍ବାନ ଉପରେ ବ୍ୟାପକ ବିଚାର ବିମର୍ଷ ହେବା ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆରେ 45 ଘଣ୍ଟା ରହିବେ । ସେଠାରେ ପାଖାପାଖି 20ଟି କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଥିରେ ଜି-20 ଶିଖର ସମ୍ମିଳନୀ ବି ସାମିଲ ରହିଛି। ତେବେ ସେଠାରେ ସେ ପାଖାପାଖି 10 ବିଶ୍ବ ନେତାଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ । ଇଣ୍ଡୋନେସିଆରେ ଡାୟସ୍ପୋରାରେ ଭାରତୀୟ ପ୍ରବାସୀଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।

ଏହା ବି ପଢନ୍ତୁ...Jharkhand Foundation Day: ସାମିଲ ହେବେନି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ

2023 ବର୍ଷ ପାଇଁ ଏହି ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରିବ । ଏହି ସମ୍ମିଳନୀ ପାଇଁ ଭାରତ ପକ୍ଷରୁ 'ବସୁଧୈବ କୁଟୁମ୍ବୁକମ' ପରିକଳ୍ପନାର ସ୍ଲୋଗାନ ଦିଆଯାଇଛି । ବର୍ତ୍ତମାନ ୟୁକ୍ରେନ-ଋଷ ଯୁଦ୍ଧ ସମେତ ଚୀନ-ତାଇୱାନ ବିବାଦ, ଉତ୍ତର କୋରିଆ ସମସ୍ୟା ଭଳି ବିଭିନ୍ନ କାରଣକୁ ସମସ୍ୟା ରହିଛି । ଏହି ସବୁ ପ୍ରସଙ୍ଗରେ ଆଲୋଚନା ହେବ । ନିକଟରେ ନଭେମ୍ବର 8 ତାରିଖରେ ଜି-20 ସମ୍ମିଳନୀ ପାଇଁ ଲୋଗୋ ଓ ଥିମ ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ଥରର ବିଷୟବସ୍ତୁ (ଥିମ) ରଖାଯାଇଛି ଏକ ବିଶ୍ବ, ଏକ ପରିବାର, ଏକ ଭବିଷ୍ୟତ (One earth, one family, one future) । ସେହିପରି ଲୋଗୋରେ ହିନ୍ଦୀରେ ‘ବସୁଧୈବ କୁଟୁମ୍ବକମ୍’ ବୋଲି ମଧ୍ୟ ଲେଖାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ପ୍ରତିପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିବେ । ଜି-20 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଜର୍ମାନୀ ଚାନ୍ସସେଲର ଓଲାଫ ସଚୋଲଜ ଏବଂ ଅନ୍ୟ ନେତା ସାମିଲ ହେବେ ।

Last Updated : Nov 14, 2022, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.