ETV Bharat / state

ହିତାଧିକାରୀଙ୍କ ଅଜାଣତରେ ଆବାସ ଯୋଜନାରେ 1 ଲକ୍ଷ 30 ହଜାର ହରିଲୁଟ

author img

By

Published : Jan 18, 2022, 10:26 PM IST

lakhs of amount abasa corruption in bhapur block
ହିତାଧିକାରୀଙ୍କ ଅଜାଣତରେ ଆବାସ ଯୋଜନାରେ 1 ଲକ୍ଷ 30 ହଜାର ହରିଲୁଟ

ଦୁର୍ନୀତିର ଚରମ ସୀମାରେ ଭାପୁର ବ୍ଲକ। ହିତାଧିକାରୀଙ୍କ ଅଜାଣତରେ ପକ୍କାଘର ଯୋଜନା ନାଁରେ ହରିଲୁଟ । ପ୍ରାୟ 1ଲକ୍ଷ 30 ହଜାର ହଡ଼ପ ଅଭିଯୋଗ । ଅଧିକ ପଢନ୍ତୁ

ନୟାଗଡ: ଦୁର୍ନୀତିର ଚରମ ସୀମାରେ ଭାପୁର ବ୍ଲକ। ହିତାଧିକାରୀଙ୍କ ଅଜାଣତରେ ପକ୍କାଘର ଯୋଜନା ନାଁରେ ହରିଲୁଟ । ପ୍ରାୟ 1ଲକ୍ଷ 30 ହଜାର ହଡ଼ପ ଅଭିଯୋଗ ।

ହିତାଧିକାରୀଙ୍କ ଅଜାଣତରେ ଆବାସ ଯୋଜନାରେ 1 ଲକ୍ଷ 30 ହଜାର ହରିଲୁଟ

ଏମିତ ଏକ ଦୁର୍ନୀତି ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ନିମାଣି ପଞ୍ଚାୟତ ବାଦଭୂଇଁ ଗାଁର ସୁଦାମ ନାୟକ ନାଁରେ ଉଠିଛି ଆବାସ ଯୋଜନା ଟଙ୍କା l ହେଲେ ସୁଦାମ ଜାଣିନାହାନ୍ତି ତାଙ୍କ ନାଁରେ ହଡପ ହୋଇଛି ଆବାସ ଯୋଜନାରେ ଆସିଥିବା ଟଙ୍କା ।

ତେବେ ସେ ଭଙ୍ଗା ଛପର ଘରେ ରହୁଥିବାବେଳେ ଆବାସ ଯୋଜନାରେ 2018-19 ଆର୍ଥିକ ବର୍ଷରେ ବିଭିନ୍ନ ପର୍ଯ୍ୟାୟରେ 1ଲକ୍ଷ 30 ହଜାର ଟଙ୍କା ସହାୟତା ରାଶି ଆସିଥିବାରେ RTI ତଥ୍ୟରୁ ଜଣାପଡିଛି । ସୁଦାମଙ୍କ ଆବାସ ସହାୟତା ରାଶି INDIAN OVERSEAS BANK ଜରିଆରେ ପ୍ରଦାନ କରିଥିବା ନେଇ RTI ତଥ୍ୟରେ ଉଲ୍ଲେଖ ରହିଛି ।

ଅନ୍ୟପଟେ INDIAN OVERSEAS BANKରେ ସୁଦାମ ନାୟକଙ୍କର କୌଣସି ବ୍ୟାଙ୍କ ପାସବୁକ ନଥିବା ସେ କହିଛନ୍ତି । ସେହିଭଳି ସୁଦାମ ଆବାସ ଯୋଜନାରେ କୌଣସି ଘର ପାଇ ନାହାଁନ୍ତି । କେହି ଜାଲ ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟ କୌଣସି ଘରର ଜିଓ ଟ୍ୟାଗ ଦେଇ ସୁଦାମଙ୍କ ନାମରେ ହଡପ କରିଛନ୍ତି ଏହି ଆବାସ ଯୋଜନା ସହାୟତା ଟଙ୍କା ।

ସୁଦାମ ନାୟକଙ୍କ ଅଜାଣତରେ 12.02.2017ରେ 20ହଜାର, 24.01.2018ରେ 35ହଜାର, 07.04.2018ରେ 45ହଜାର ଓ 30.06.2018ରେ 30ହଜାର ଟଙ୍କାର ସହାୟତା ରାଶି ଏକ ଅଜଣା ବ୍ୟାଙ୍କ ଆକାଉଣ୍ଟକୁ TRANSFER ହୋଇଛି ।

ଏନେଇ ସୂଚନା ଅଧିକାର ଆଇନ ବଳରେ ସତ୍ୟାସତ୍ୟ ଜାଣିବା ପରେ ସ୍ଥାନୀୟ ବିଡିଓ, ଜିଲ୍ଲାପାଳ ଓ ଫତେଗଡ଼ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ସୁଦାମ । ଏପଟେ ଆଜି ଦଳିତ ଆଦିବାସୀ ବିଚାର ମଞ୍ଚର ସଦସ୍ୟ ଜିଲ୍ଲାପାଳଙ୍କୁ ଭେଟି ଏହାର ତଦନ୍ତ ଦାବି କରିଛନ୍ତି । ଦାବି ନ ପୂରଣ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.