ETV Bharat / state

ପାଣିଟାଙ୍କିରେ ପଡିଛି ଅଟୋ ଡ୍ରାଇଭରଙ୍କ ମୃତଦେହ, ହତ୍ୟା ସନ୍ଦେହ

author img

By

Published : Jan 16, 2022, 2:25 PM IST

ପାଣି ଟାଙ୍କିରୁ ଅଟୋ ଡ୍ରାଇଭରଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ପାଣି ଟାଙ୍କିରୁ ଅଟୋ ଡ୍ରାଇଭରଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନୟାଗଡ଼ରେ ନିର୍ମାଣାଧିନ ଘରର ପାଣିଟାଙ୍କିରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ନୟାଗଡ଼: ନୟାଗଡ଼ରେ ଅଟୋ ଡ୍ରାଇଭରଙ୍କୁ ହତ୍ୟା ଅଭିଯୋଗ । ଟାଉନ ଥାନା ରତନପୁର ଗାଁ ଏକ ନିର୍ମାଣାଧିନ ଘରର ପାଣିଟାଙ୍କିରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର । କେହି ହତ୍ଯାକରି ଫିଙ୍ଗିଦେଇଥିବା ଅଭିଯୋଗ ଅଣିଲେ ପରିବାର ଲୋକେ । ମୃତକ ଜଣକ ହେଉଛନ୍ତି ଲେଙ୍କୁଡିପଡା ଗାଁର ସରୋଜ ମହାନ୍ତି । ଏନେଇ ଟାଉନଥାନା ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରାଯାଇଛି ।

ପାଣି ଟାଙ୍କିରୁ ଅଟୋ ଡ୍ରାଇଭରଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ତେବେ ଯୁବକଙ୍କ ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ଜୁଆ ଖେଳକୁ କେନ୍ଦ୍ର କରି ସରୋଜଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏ ଘଟଣା ନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ଖୁବଶୀଘ୍ର ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ କହିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.