300 ବର୍ଷର ପରମ୍ପରା: ରାଜବାଟୀକୁ ଆସିଛନ୍ତି ମା ବାଉରୀ, ଦେଖିବାକୁ ଲୋକଙ୍କ ଭିଡ଼

author img

By

Published : Oct 10, 2021, 8:34 PM IST

300 years tradition devi Maa Bauri come to the palace khandapada Garhjats

ନବରାତ୍ର ପୂଜା ଅବସରରେ ଖଣ୍ଡପଡାରେ 300 ବର୍ଷର ପୁରୁଣା ମା ବାଉରୀ ଠାକୁରାଣୀଙ୍କ ପବିତ୍ର 'ବାଉରୀସଜ' ଯାତ୍ରା ଖୁବ ଧୁମଧାମରେ ପାଳନ କରାଯାଉଛି । ଅଧିକ ପଢନ୍ତୁ...

ନୟାଗଡ: ଖଣ୍ଡପଡା ଗଡଜାତ ରାଜ୍ୟ ଭାବେ ବେଶ ପରିଚିତ ଥିଲା l ଏହାର ଇତିହାସ ଯେତିକି ପୁରୁଣା, କଳା ସଂସ୍କୃତି ମଧ୍ୟ ବେଶ ପୁରୁଣା l ଦଶହରା ସମୟରେ ରାଜବାଟିରେ ହୋଇଥାଏ ନିଆରା ଉତ୍ସବ l

300 ବର୍ଷର ପରମ୍ପରା : ରାଜବାଟୀକୁ ଆସିଛନ୍ତି ମା ବାଉରୀ, ଦେଖିବାକୁ ଲୋକଙ୍କ ଭିଡ଼

ଖଣ୍ଡପଡ଼ା ରାଜ୍ୟର ଆରାଧ୍ୟ ଦେବୀ ମା ବାଉରୀ ଠାକୁରାଣୀଙ୍କ ପବିତ୍ର 'ବାଉରୀସଜ' ଯାତ୍ରା ଖୁବ ଧୁମଧାମରେ ପାଳନ କରାଯାଇଥାଏ l ମା ନିଜ ସ୍ଥାନ ଛାଡ଼ି 16 ଦିନ ପର୍ଯ୍ୟନ୍ତ ଖଣ୍ଡପଡ଼ା ରାଜବାଟୀକୁ ଆସିଥାନ୍ତି l ଘଣ୍ଟ ହୁଳହୁଳିରେ ପ୍ରକମ୍ପିତ ହୁଏ ପୁରା ପରିବେଶ l ଏହାକୁ ହନୁମାନ କାଠି ଯାତ୍ରା ବୋଲି କୁହାଯାଇଥାଏ l ବର୍ଷକୁ ଥରେ ଦେଖିବାର ସୁଯୋଗ ମିଳୁଥିବାରୁ ଲୋକଙ୍କ ଭିଡ଼ ଜମିଥାଏ l 300 ବର୍ଷର ପୁରୁଣା ଏହି ପରମ୍ପରାକୁ ଲୋକେ ଦେଖିବାକୁ ଭିଡ଼ ଜମାଇଛନ୍ତି l

ଲୋକକଥା ଅନୁସାରେ, ଖଣ୍ଡପଡ଼ା ରାଜ୍ୟରେ ଜଣେ ଅସୁରୁଣୀ ଛୋଟ ପିଲାଙ୍କ ଜୀବନ ନେଇଯାଉଥିଲା l ପ୍ରଜାମାନେ ଯାଇ ରାଜାଙ୍କୁ ଏହି ଅଭିଯୋଗ କରିବାରୁ ରାଜା ସାଧୁସନ୍ଥଙ୍କ ଆଶ୍ରୟ ନେଇଥିଲେ l ସାଧୁସନ୍ଥ ପ୍ରଭୁ ହନୁମାନଙ୍କୁ ପୂଜା କରିବା ପାଇଁ ପରାମର୍ଶ ଦେଇଥିଲେ l ରାଜାଙ୍କ 12 ହାତର ଏକ ବର ଗଛ ଓହଳକୁ ଆଣି ସେଥିରେ ହନୁମାନଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଅସୁରୁଣୀର କୋପରୁ ସମସ୍ତେ ରକ୍ଷା ପାଇଥିଲେ l ସେବେଠାରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଛି l ଏହାକୁ ହନୁମାନ କାଠିଯାତ୍ରା ବୋଲି କୁହାଯାଇଥାଏ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.