ETV Bharat / state

ନବରଙ୍ଗପୁରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ ଧକ୍କାରେ ୨ ଯୁବକ ମୃତ

author img

By ETV Bharat Odisha Team

Published : Sep 22, 2023, 11:22 AM IST

Updated : Sep 22, 2023, 1:55 PM IST

ନବରଙ୍ଗପୁରରେ ମର୍ମନ୍ତୁଦ ଦୁର୍ଘଟଣା
ନବରଙ୍ଗପୁରରେ ମର୍ମନ୍ତୁଦ ଦୁର୍ଘଟଣା

ନବରଙ୍ଗପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ ସହ ଟ୍ରକ ଧକ୍କା ହେବାରୁ ଏଥିରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ନବରଙ୍ଗପୁରରେ ମର୍ମନ୍ତୁଦ ଦୁର୍ଘଟଣା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉପରକୋଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଇ ଘୋଷାଡି ନେଲା ଟ୍ରକ । ଘଟଣାସ୍ଥଳରେ ଚାଲିଗଲା ୨ ଯୁବକଙ୍କ ଜୀବନ । ଗୁରୁବାର ରାତିରେ ଉପରକୋଟ ସହରର ଆଦର୍ଶ ବିଦ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ଉମରକୋଟ ପୌରାଞ୍ଚଳ ଅନ୍ତର୍ଗତ ଚଢ଼େଇଗୁଡା ଗ୍ରାମର ମହେଶ ଗଣ୍ଡ ଓ ଅଜୟ ସୁନା । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ଟ୍ରକ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଚଢେଇଗୁଡା ଗ୍ରାମବାସୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉମରକୋଟ ଓ ଜୟପୁର ରାଜ୍ୟ ରାଜାପଥ ଅବରୋଧ କରି ରଖିଛନ୍ତି । ଉତ୍ୟକ୍ତ ଲୋକେ ରାସ୍ତାରେ ଟାୟାର ଜାଳିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ ଭଙ୍ଗାରୁଜା କରିଛନ୍ତି । ଉଚିତ କ୍ଷତିପୂରଣ ନ ମିଳିବା ଯାଏଁ ରାସ୍ତା ଅବରୋଧ ଜାରି ରହିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହାମଧ୍ୟ ପଢନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା 2 ଜୀବନ

ସୂଚନା ଅନୁଯାୟୀ, ଗତକାଲି ରାତିରେ ଚଢ଼େଇଗୁଡା ଗାଁର ମହେଶ ଓ ଅଜୟ ବାଇକ ଯୋଗେ ଉମରକୋଟ ସହର ଆଡ଼କୁ ଯାଉଥିଲେ । ଆଦର୍ଶ ବିଦ୍ୟାଳୟ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରକ ବାଇକକୁ ପ୍ରାୟ ୨୦୦ ମିଟର ଯାଏଁ ଘୋଷାଡି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଯୁବକ ପ୍ରାଣ ହରାଇଥିଲେ । ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର କୁଆଡେ ଫେରାର୍ ହୋଇଯାଇଥିଲା । ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଉମରକୋଟ ମେଡିକାଲକୁ ପଠାଇଛି । ସେପଟେ ଏବେ ବି ଉତ୍ୟକ୍ତ ଲୋକେ ଉମରକୋଟ ଓ ଜୟପୁର ରାଜ୍ୟ ରାଜାପଥକୁ ଅବରୋଧ କରି ରଖିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଫୁଟବଲ ମ୍ୟାଚ୍‌ ଦେଖିବାକୁ ଯାଇ ଫେରିଲାନି ପୁଅ, ବାଇକ ଦୁର୍ଘଟଣାରେ 2 ମୃତ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି କଳାହାଣ୍ଡି ସଦର ଥାନା ଅନ୍ତର୍ଗତ ଦେପୁର ଛକ ନିକଟରେ ଏହିଭଳି ଆଉ ଗୋଟିଏ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ୨ ଜଣଙ୍କ ଜୀବନ ଯାଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

Last Updated :Sep 22, 2023, 1:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.