ETV Bharat / state

ଫୁଟବଲ ମ୍ୟାଚ୍‌ ଦେଖିବାକୁ ଯାଇ ଫେରିଲାନି ପୁଅ, ବାଇକ ଦୁର୍ଘଟଣାରେ 2 ମୃତ

author img

By ETV Bharat Odisha Team

Published : Sep 21, 2023, 10:52 PM IST

ବାରକୋଟ ଥାନା ଅନ୍ତର୍ଗତ ମରଡଙ୍ଗ ଛକ ଠାରେ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଥିବା ଜଣାପଡିଛି । ଅଧିକ ପଢନ୍ତୁ

ଦୁଇ ବାଇକ୍ ମୁହାଁମୁହଁ ଧକ୍କା , ୨ ଯୁବକ ମୃତ ଜଣେ ଗୁରୁତର
ଦୁଇ ବାଇକ୍ ମୁହାଁମୁହଁ ଧକ୍କା , ୨ ଯୁବକ ମୃତ ଜଣେ ଗୁରୁତର

ଦେବଗଡ଼: ଦୁଇ ବାଇକ ମୁହାଁମୁହିଁ ଧକ୍କା । ଫଳରେ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ରହିଛନ୍ତି । ଆଜି ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ମରଡଙ୍ଗ ଛକଠାରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି । ମୃତକ ହେଲେ ବଲାଣି ଗ୍ରାମର ଚିନ୍ତାମଣି ସାହୁ (୨୨) ଅନ୍ୟ ଜଣକଙ୍କ ପରିଚୟ ମିଳିପାରି ନଥିବାବେଳେ ସନ୍ତୁ ପ୍ରଧାନ (୨୨) ଗୁରୁତର ଅଛନ୍ତି ।

ସୂଚନା ଅନୁଯାୟୀ, ଆଜି(ଗୁରୁବାର) ଅପରାହ୍ନ ୩ ଟା ସମୟରେ ବାରକୋଟ ବ୍ଲକ ବଲାଣି ଗ୍ରାମର କ୍ଷୀରୋଦ ସାହୁଙ୍କ ପୁଅ ଚିନ୍ତାମଣି ସାହୁ ଓ ଦୁଆରୀ ପ୍ରଧାନଙ୍କ ପୁଅ ସନ୍ତୁ ପ୍ରଧାନ ଉଭୟେ ତାଙ୍କ ଏକ ବାଇକ ଯୋଗେ ମରଡଙ୍ଗ ଗ୍ରାମକୁ ଫୁଟବଲ ମ୍ୟାଚ ଦେଖିବା ପାଇଁ ଆସୁଥିଲେ । ସେହି ସମୟରେ 23 ନମ୍ବର ରାଜପଥ ନିକଟ ମରଡଙ୍ଗ ଛକ ଠାରେ ବଣେଇ ପଟରୁ ବାରକୋଟ ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବିପରୀତ ଦିଗରୁ ଆସୁଥିବା ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଦୁଇଜଣ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବାରକୋଟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା ।

ଅଧିକ ପଢନ୍ତୁ...ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହରେ ରାସ୍ତାରୋକ

ସେଠାରେ ଚିନ୍ତାମଣି ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଗୁରୁତର ଥିବା ସନ୍ତୁ ପ୍ରଧାନଙ୍କୁ ଦେବଗଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ଯୁବକ ଜଣକ ଭୁବନେଶ୍ୱର ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତାଙ୍କର ସଠିକ ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରେ ବାରକୋଟ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ବାରକୋଟ ଥାନା ପୋଲିସ ଉଭୟ ମୃତ ଦେହକୁ ବ୍ୟବଚ୍ଛେହ ପାଇଁ ପଠାଇଥିବା ଜଣା ପଡିଛି । ପୋଲିସ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେଇ ତଦନ୍ତ ଆରମ୍ଭ କରିଛି । ବାରକୋଟ ଠାରୁ ରାଉରକେଲା ଅଭିମ୍ମୁଖେ ଯାଇଥିବା 23 ନମ୍ବର ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ଫଳରେ ଏଠାରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବା ଅଭିଯୋଗ ହେଉଛି । ସେପଟେ ଚିନ୍ତାମଣିଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି।

ଏହା ମଧ୍ୟ ପଢନ୍ତୁ....ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ, ପୋଖରୀରୁ ମୃତଦେହ ଉଦ୍ଧାର



ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.