ଜାତିଆଣ ମନ୍ତବ୍ୟକୁ ନେଇ ବିବାଦ, ସରପଞ୍ଚଙ୍କ ନାଁରେ ଏତଲା

author img

By

Published : Sep 4, 2022, 12:22 PM IST

ଜାତିଆଣ ମନ୍ତବ୍ୟକୁ ନେଇ ବିବାଦ, ସରପଞ୍ଚଙ୍କ ନାଁରେ ଏତଲା

ନବରଙ୍ଗପୁରରେ ଜାତିଆଣ ମନ୍ତବ୍ୟକୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଆକ୍ରମଣ ଅଭିଯୋଗରେ ଗାଁ ସରପଞ୍ଚଙ୍କ ନାଁରେ ଥାନାରେ ଏତଲା । ଅଧିକ ପଢନ୍ତୁ

ନବରଙ୍ଗପୁର: ଜାତିଆଣ ଆକ୍ଷେପକୁ(Casteist Remark) ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା । ନୀଚ୍ଚ ଜାତିରେ ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଲେ ଉଚ୍ଚ ଜାତିର ଲୋକେ । ନବରଙ୍ଗପୁର ଜିଲ୍ଲା ଆମ୍ବାଦୋଳା ଗ୍ରାମରୁ ଏହି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ପୀଡିତମାନେ ଗାଁ ସରପଞ୍ଚଙ୍କ ସମେତ ଅନ୍ୟ କିଛି ଜଣଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ନୂଆଖାଇ ଉପଲକ୍ଷେ ଗାଁ ଠାକୁରାଣୀଙ୍କ ନିକଟରେ ନବାନ୍ନ ପୂଜାକୁ ଭିତ୍ତି କରି ଆମ୍ବାଦୋଳା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଏହି ବିବାଦ ଦେଖାଦେଇଥିବା ଜଣାପଡିଛି l

ଜାତିଆଣ ମନ୍ତବ୍ୟକୁ ନେଇ ବିବାଦ, ସରପଞ୍ଚଙ୍କ ନାଁରେ ଏତଲା

ସୂଚନା ମୁତାବକ, ନବରଙ୍ଗପୁର ଆମ୍ବାଦୋଳା ଗ୍ରାମରେ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରତ୍ୟେକ ଘରୁ ଚାନ୍ଦା ଆଦାୟ ହୋଇଥିଲା । ହେଲେ ଏବେ ଆମ୍ବାଦୋଳା, କଡରିଗୁଡା ଓ ଦୁଡରିଗୁଡାର କିଛି ଲୋକ ଏହି ମନ୍ଦିର ଜାଗାକୁ ବିରୋଧ କରିବା ସହ ଜାତିଆଣ ଆକ୍ଷେପ କରି ମନ୍ଦିର ତୋଳିଥିବା ଗୋଷ୍ଠୀ ସହ ଝଗଡା କରିବାରେ ଲାଗିଛନ୍ତି l ଶୁକ୍ରବାର ସନ୍ଧ୍ୟା ସମୟରେ ୩୦ ରୁ ୪୦ ଜଣ ଲୋକ ମିଶି ବିନା କାରଣରେ ଚନ୍ଦ୍ରସେନ ଚଲାଣ, ଭଗବତୀ ଗୌଡ଼ ଓ ଜଗନ୍ନାଥ ଗୌଡ଼ଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗାଳି ଗୁଲଜ କରିଥିଲେ । ଏପରିକି ଜୀବନରେ ମାରିଦେବାର ଧମକ ଦେବା ସଙ୍ଗେ ସଙ୍ଗେ ଘରେ ଘରେ ନିଆଁ ଲଗାଇଦେବୁ ବୋଲି ଧମକ ଦେଇଥିଲେ l ତତ୍‌ସହିତ ରାସ୍ତାଘାଟ ନଳକୂପ ଯିବା ପାଇଁ ମଧ୍ୟ ବାରଣ କରିଥିଲେ । ଯାହାଫଳରେ ଭୟରେ ଘରୁ ବାହାରକୁ ବାହାରି ପାରୁନଥିବାର ଅଭିଯୋଗ କରିଛନ୍ତି ଅମ୍ବାଡୋଳା ଗ୍ରାମବାସୀ l

ଏହାମଧ୍ୟ ପଢନ୍ତୁ: କଳାହାଣ୍ଡିରେ ଗଡିଲା ଅହିଂସା ରଥ, ସ୍ବାଧୀନତାର ସନ୍ଦେଶ ପାଇଲେ ଜିଲ୍ଲାବାସୀ

ସେମାନଙ୍କ ଅଭିଯୋଗ ଯେ, ଅଗ୍ନିପୁର ସରପଞ୍ଚ ଦିବାକର ପୂଜାରୀ କିଛି ଲୋକଙ୍କ ସହ ମିଶି ଗାଁରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ସରପଞ୍ଚ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରି ଗଣ୍ଡଗୋଳ କରାଉଥିବା ଯୋଗୁଁ ତୀବ୍ର ଅସନ୍ତୋଷ ଦେଖାଦେଇଛି l ଘଟଣାର ତଦନ୍ତ ପାଇଁ ନବରଙ୍ଗପୁର ପୋଲିସ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ l ତେଣୁ ଘଟଣାର ବିଧିବଦ୍ଧ ତଦନ୍ତ କରି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମ୍ବାଦୋଳା ଗାଁର ଶତାଧିକ ପୁରୁଷ ମହିଳା ଅଗ୍ନିପୁର ସରପଞ୍ଚ ଦିବାକର ପୂଜାରୀଙ୍କ ସମେତ ଅନ୍ୟ କିଛି ଜଣଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.