ସଫଳ ଚାଷୀ ରାମ ପ୍ରସାଦ, କଲରା ଚାଷ କରି ଅନ୍ୟକୁ ଦେଉଛନ୍ତି ରୋଜଗାର

author img

By

Published : Jul 18, 2022, 4:03 PM IST

ସଫଳ ଚାଷୀ ରାମ ପ୍ରସାଦ, କଲରା ଚାଷ କରି ଅନ୍ୟକୁ ଦେଉଛନ୍ତି ରୋଜଗାର ସୁଯୋଗ

ଡ୍ରିପ ଇରିଗେଶନ (Drip irrigation) ପ୍ରଣାଳୀରେ ନୂତନ ଜ୍ଞାନ କୌଶଳ ବ୍ୟବହାର କରି 32 ଏକର ଜମିରେ କରାଯାଇଛି କଲରା ଚାଷ l ଯେଉଁ ଜମି ଦିନେ ପଡିଆ ପଡିଥିଲା ଆଜି ସେଇ ଜମିରେ ଫଳିଛି କଲରା । । ଅଧିକ ପଢନ୍ତୁ

ନବରଙ୍ଗପୁର: କଲରା ଖାଇଲେ ପାଟିକୁ ପିତା କିନ୍ତୁ ଜୀବିକାରେ ଭରିଦେଇଛି ଅମୃତ । ଉନ୍ନତ ପ୍ରଣାଳୀରେ କଲରା ଚାଷ ଏବେ ଲୋକଙ୍କୁ ଦେଖାଇଛି ରୋଜଗାର । 32 ଏକର ଜମିରେ କଲରା ଚାଷ କରି ନିଜେ ସ୍ୱାବଲମ୍ବୀ ହେବାସହ ଅନେକ ପରିବାରକୁ ମଧ୍ୟ ରୋଜଗାର ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ନବରଙ୍ଗପୁର ଜିଲ୍ଲାର ଚାଷୀ ରାମ ପ୍ରସାଦ ପାଢ଼ୀ ।

ସଫଳ ଚାଷୀ ରାମ ପ୍ରସାଦ, କଲରା ଚାଷ କରି ଅନ୍ୟକୁ ଦେଉଛନ୍ତି ରୋଜଗାର ସୁଯୋଗ

ଡ୍ରିପ ଇରିଗେଶନ (Drip irrigation) ପ୍ରଣାଳୀରେ ନୂତନ ଜ୍ଞାନ କୌଶଳ ବ୍ୟବହାର କରି 32 ଏକର ଜମିରେ କରାଯାଇଛି କଲରା ଚାଷ l ଯେଉଁ ଜମି ଦିନେ ପଡିଆ ପଡିଥିଲା ଆଜି ସେଇ ଜମିରେ ଫଳିଛି କଲରା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ବିଜରାଗୁଡା ଦେଖିବାକୁ ମିଳିଛି ଏହି କଲରା ଚାଷ l

ପଡିଆ ପଡ଼ିଥିବା ଜମିକୁ ଚାଷପଯୋଗୀ କରାଯାଇ ଲଗାଯାଇଛି 4 ପ୍ରକାରର କଲରା ଗଛ । ଏହି କ୍ଷେତରେ ପ୍ରତିଦିନ କାମ କରୁଛନ୍ତି 80 ରୁ 100 ଜଣ ଶ୍ରମିକ । ପ୍ରତିଦିନ ଏହି ଶ୍ରମିକ ମାନେ ସକାଳ 9ରେ ଆସି ସନ୍ଧ୍ୟା 5 ଟା ବେଳେ ଘରକୁ ଫେରନ୍ତି । କ୍ଷେତରେ କଲରା ଗଛ ଡଙ୍କକୁ ସଜାଡ଼ିବା ସହ ଘାସ ସଫେଇ ଏବଂ କଲରା ବାହାର କରିଥାନ୍ତି ।

ତେବେ ଜଣେ ଚାଷୀଙ୍କ ମତରେ, "ଜିଲ୍ଲାରେ ଶ୍ରମିକଙ୍କ ପାଇଁ ଋତୁ ଅନୁସାରେ କାମ ମିଳୁଥିବା ବେଳେ ଅନେକ କାମ ଅଭାବରୁ ବାହାର ରାଜ୍ୟକୁ ଯାଇ ହଇରାଣ ହୋଇଥାନ୍ତି, ହେଲେ ଏହି କଲରା ଫାର୍ମ ଚାଷ ଦ୍ୱାରା ଆଖପାଖ ଅଞ୍ଚଳର ମହିଳା ଓ ପୁରୁଷ ଶ୍ରମିକ ଘର ପାଖରେ କାମ ପାଇ ବେଶ ଖୁସି ।"



କଲରା ଗଛରେ ପାଣି ଓ ସାର ଦେବା ପାଇଁ କରା ଯାଇଛି ସ୍ୱତନ୍ତ୍ର ଗୃହର ବ୍ୟବସ୍ଥା । ଯେଉଁଥିରେକି ବୋରୱେଲରୁ ପାଣିକୁ ଉଠାଯାଇ ଟାଙ୍କିରେ ରଖା ଯାଉଛି, ପରେ ଅନ୍ୟ ଏକ ଟାଙ୍କିରେ ସାର ଖତର ମିଶ୍ରଣ କରାଯାଇ ଜମିକୁ ପଠାଯାଏ l ପଡୋଶୀ ଛତିଶଗଡର ଚାଷୀ ହସମୂତ ଲାଲ ଚାୱଡାଙ୍କ ତତ୍ତ୍ୱାବଧାନରେ ସଫଳ ହୋଇଛି କଲରା ଚାଷ l ଉନ୍ନତମାନର ବିହନ ଲାଗି ପ୍ରତିଦିନ ଅମଳ ହେଉଛି 80 ରୁ 90 କ୍ୱିଣ୍ଟାଲ କଲରା । ଅମଳ କଲରାକୁ ନିକଟସ୍ଥ ବଜା ରେ ବିକ୍ରି କରିବା ସହ ପଡୋଶୀ ଜିଲ୍ଲା ତଥା ପଡୋଶୀ ରାଜ୍ୟ କୁ ମଧ୍ୟ ପଠାଯାଉଛି । ଏକର ପିଛା 50 ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଲାଭ ମଧ୍ୟ ବେଶ ଭଲ ହେଉଥିବା କହିଛନ୍ତି ଚାଷୀ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.