ଧରାଳୀ ନ ହୋଇ ଧରିଛନ୍ତି ୮୦୦ରୁ ଊର୍ଦ୍ଧ୍ବ ସାପ, ଚର୍ଚ୍ଚାରେ ରାଜୁ ମେକାନିକ

author img

By

Published : Oct 16, 2021, 3:26 PM IST

ପେଶାରେ ମୋଟର ସାଇକେଲ ମେକାନିକ, ହେଲେ ନିଶା ସାପ ଧରିବା

ପେଶାରେ ମୋଟର ସାଇକେଲ ମେକାନିକ, ନିଶା କିନ୍ତୁ ଅଲଗା। ବଡ ବଡ ବିଷଧର ସାପ ଧରିବାରେ ସେ ସିଦ୍ଧହସ୍ତ। ସାପ ଧରି ସାଧାରଣ ଲୋକଙ୍କ ଜନ ଜୀବନ ରକ୍ଷା କରି ବେଶ ଲୋକପ୍ରିୟ ପାଲଟିଛନ୍ତି ନବରଙ୍ଗପୁର ସହରର ରାଜୁ ମେକାନିକ ଓରଫ ୱାଇ ରାଜେଶ୍ବର ରାଓ। ଅଧିକ ପଢନ୍ତୁ...

ନବରଙ୍ଗପୁର: ପେଶାରେ ମୋଟର ସାଇକେଲ ମେକାନିକ, ନିଶା କିନ୍ତୁ ଅଲଗା। ବଡ ବଡ ବିଷଧର ସାପ ଧରିବାରେ ସେ ସିଦ୍ଧହସ୍ତ। ସାପ ଧରି ସାଧାରଣ ଲୋକଙ୍କ ଜୀବନ ରକ୍ଷା କରି ବେଶ ଲୋକପ୍ରିୟ ହୋଇଛନ୍ତି ନବରଙ୍ଗପୁର ସହରର ରାଜୁ ମେକାନିକ ଓରଫ ୱାଇ ରାଜେଶ୍ବର ରାଓ। ସାପ ଧରିବା ତାଙ୍କ ପାଇଁ ସମାଜସେବାର ଏକ ମାଧ୍ୟମ । ଜୀବନ ଥିବା ପର୍ଯ୍ୟନ୍ତ ସାପ ଧରିବା କାର୍ଯ୍ୟ ଜାରି ରଖିବାକୁ ସଦାସର୍ବଦା ଚେଷ୍ଟା ଜାରି ରହିବ ବୋଲି କୁହନ୍ତି ରାଜୁ ।

ଧରାଳୀ ନ ହୋଇ ଧରିଛନ୍ତି ୮୦୦ରୁ ଊର୍ଦ୍ଧ୍ବ ସାପ, ଚର୍ଚ୍ଚାରେ ରାଜୁ ମେକାନିକ

ସାପ କହିଲେ କିଏ ବା ନଡ଼ରେ। ସାପକୁ ଦେଖିଲେ ହିଁ ମନରେ ଛନକା ପଶେ। ତେବେ ବିଷଧର ସାପଗୁଡିକୁ କିପରି ଅତି ସହଜରେ ଧରୁଛନ୍ତି ରାଜୁ ମେକାନିକ। ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯେତେବେଳେ ଯେଉଁ ସ୍ଥାନରେ ହେଉ ସାପ ଦେଖିଲେ ଖୋଜା ପଡନ୍ତି ଏହି ରାଜୁ ମେକାନିକ। ଧନୀ ହେଉ ଅବା ଗରିବ ଯାହା ଘରେ ସାପ ବାହାରିଲେ ରାଜୁ ପହଞ୍ଚି ଯାଆନ୍ତି । ଆଉ ସାପଟିକୁ ଧରି ଜଙ୍ଗଲରେ ଛାଡି ଦିଅନ୍ତି। ସାପ ଧରିବା ତାଙ୍କ ପେଶା ନହୋଇ ଥିଲେ ବି ସାପ ଧରାଳୀ ମାନଙ୍କଠାରୁ ବି କମ ନୁହନ୍ତି ରାଜୁ। ଖୁବ କମ ବୟସରେ ରାଜୁ ପ୍ରାୟ 800ରୁ ଅଧିକ ସାପ ଧରି ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ସବୁଠୁ ବଡ଼ କଥା ହେଲା ମେକାନିକ କାମ କରି ପରିବାର ପ୍ରତିପୋଷଣ କରୁଥିବା ରାଜୁ ସାପ ଧରିବା ପାଇଁ କାହାକୁ କେବେ ଟଙ୍କାଟେ ବି ମାଗି ନଥାନ୍ତି। ଏହାକୁ କେବଳ ଜନସେବା ପାଇଁ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଛନ୍ତି ରାଜୁ ।

ରାଜୁ ମେକାନିକଙ୍କ ସାପ ଧରିବାରେ କୌଶଳ ଟିକେ ଅଲଗା। ମାତ୍ର ଗୋଟିଏ ବାଡ଼ି ଓ ପ୍ଲାଷ୍ଟିକ ଡବା ଦେଲେ କାମ ସରିଲା। ଯେତେ ବଡ ସାପ ହେଲେବି, ତାଙ୍କରି ହାତର ଯାଦୁରେ ବୋଲ ମାନିଥାନ୍ତି। ଆଉ ଚଟାପଟ ଧରା ଦିଅନ୍ତି ସାପ। ନାଗ, ଧଣ୍ଡ, ଢମଣା, ଚିତି, କଲାଟି ଭଳି ବିଷଧର ସାପକୁ ଅତି ସହଜରେ ଧରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦେଇଥାନ୍ତି।

ନିଜ ଜୀବନକୁ ବାଜି ଲଗେଇ ଅନ୍ୟ ଲୋକଙ୍କ ଜୀବନ ବଞ୍ଚାଇ ପାଇଁ ରାଜୁଙ୍କ ଏପରି ମହତ ଉଦ୍ଦେଶ୍ୟକୁ ସତରେ ହୃଦୟରୁ ସଲାମ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.