ବନ୍ଧୁକ ମରାମତି କରିବା ସମୟରେ ଫୁଟିଲା ଗୁଳି, 5 ଆହତ

author img

By

Published : Dec 1, 2022, 6:57 AM IST

ବନ୍ଧୁକ ମରାମତି କରିବା ସମୟରେ ଫୁଟିଲା ଗୁଳି, 5 ଆହତ

ଦେଶୀ ବନ୍ଧୁକ ମରାମତି କରିବା ସମୟରେ ଫୁଟିଲା ଗୁଳି । ଏହି ଘଟଣାରେ 5 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମଇଦଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: ଦେଶୀ ବନ୍ଧୁକ ମରାମତି କରିବା ସମୟରେ ଫୁଟିଲା ଗୁଳି । ଏହି ଘଟଣାରେ 5 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମଇଦଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମଇଦଲପୁର ହାଟପଦାରେ । ସୂଚନା ଅନୁସାରେ ପୂଜାରୀଗୁଡାର ବୁଦୁ ପୂଜାରୀଙ୍କ ବନ୍ଧୁକ ଦୀର୍ଘ 10 ବର୍ଷ ହେବ ମଇଦଲପୁର ଫରେଷ୍ଟରେ ଜବତ ହୋଇଥିଲା ।

ବନ୍ଧୁକ ମରାମତି କରିବା ସମୟରେ ଫୁଟିଲା ଗୁଳି, 5 ଆହତ

ରିଲିଫ ଅର୍ଡର ଆସିବାପରେ ସେ ବନ୍ଧୁକ ନେଇ ମଇଦଲପୁର ହାଟପଦା ଠାରେ ଏକ ଓଲଡିଂ ଦୋକାନରେ ମରାମତି କରିବା ସମୟରେ ବନ୍ଧୁକରୁ ଗୁଳି ଫୁଟିଥିଲା । ଫଳରେ 5 ଜଣ ଆହତ ହୋଇଥିଲେ । ଘଟଣାସ୍ଥଳରେ ମଇଦଲପୁର ପୋଲିସ ପହଞ୍ଚି ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଆହତମାନଙ୍କ ମଧ୍ୟରୁ ବନ୍ଧୁକ ମାଲିକ ବୁଦୁ ପୂଜାରୀଙ୍କ ଗୋଡ଼ରେ ଆଘାତ ଲାଗିଥିବା ସୂଚନା ମିଳିଛି । ଅନ୍ୟ ଆଉ ଚାରି ଜଣ ମହିଳାଙ୍କୁ ମଧ୍ୟ ଆଘାତ ଲାଗିଛି । ସମସ୍ତ ଆହତମାନେ ସୁସ୍ଥ ଥିବା ମଇଦଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କହିଛନ୍ତି । ଖବରପାଇ ଫାଣ୍ଡି ଅଧିକାରୀ ବନ୍ଧୁକ ମାଲିକଙ୍କୁ ଥାନାରେ ଆଣି ଅଟକ ରଖିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.