ETV Bharat / state

ନବରଙ୍ଗପୁରରେ ଜଘନ୍ୟ ହତ୍ୟାକାଣ୍ଡ, ଯୁବତୀଙ୍କୁ ୩୧ ଖଣ୍ଡ କରି ପୋତିଲା ପ୍ରେମିକ !

author img

By ETV Bharat Odisha Team

Published : Nov 25, 2023, 6:45 PM IST

Raighar Police recovered chopped body of woman
Raighar Police recovered chopped body of woman

ନବରଙ୍ଗପୁରରେ ଛାତିଥରା ଘଟଣା। ମାଟି ତଳୁ ମିଳିଲା ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ଜଘନ୍ୟ ହତ୍ୟାକାଣ୍ଡ, ଯୁବତୀଙ୍କୁ ୩୧ ଖଣ୍ଡ କରି ପୋତିଲା ପ୍ରେମିକ !

ନବରଙ୍ଗପୁର: ପରକୀୟା ପ୍ରୀତି ନେଲା ଜୀବନ । ଅବୈଧ ସମ୍ପର୍କ ଲୋକଲୋଚନକୁ ଆସିବା ପରେ ଶେଷରେ ଯୁବତୀଙ୍କୁ ୩୧ ଖଣ୍ଡ କଲା ପ୍ରେମିକ । ଏଭଳି ଏକ ଛାତିଥରା ହତ୍ୟାକାଣ୍ଡ ଜିଲ୍ଲାର ରାଇଘର ଥାନା ଅଞ୍ଚଳରେ ଘଟିଛି । ଗୋନା ଗାଁ ନିକଟ ମରମଡିହି ଜଙ୍ଗଲରୁ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଏହି ହତ୍ୟାକାଣ୍ଡରେ ଯୁବତୀଙ୍କ ଅବୈଧ ସମ୍ପର୍କ ଥିବା ପୁରୁଷ ଓ ତାଙ୍କ ପତ୍ନୀ, ହତ୍ୟାକାରୀ ବୋଲି କୁହାଯାଉଥିବା ବେଳେ ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ମୃତଦେହ ନିକଟରେ ଥିବା ଗଛ ଓ ଜମିରେ ରକ୍ତଛିଟା ଥିବା ଯୋଗୁଁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରୁଛି । ସାଇଣ୍ଟଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଖୋଳି ଉଦ୍ଧାର କରିଥିବା ବେଳେ ରାଇଘର ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା ଅନୁସାରେ, ମୁରୁମଡିହି ଗାଁର ଜଣେ ବିବାହିତ ପୁରୁଷ ଚନ୍ଦ୍ର ରାଉତଙ୍କ ସହ ମୃତ ଯୁବତାଙ୍କ ଅବୈଧ ସମ୍ପର୍କ ଥିଲା । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପ୍ରେମିକ, ଯୁବତୀଙ୍କୁ ହତ୍ୟା କରିଛି ବୋଲି କୁହାଯାଉଛି ।

ଏହା ବି ପଢନ୍ତୁ- ବିବାହ ପାଇଁ ଜିଦ୍‌ ଧରିଲା ପ୍ରେମିକା, ଜୀବନରୁ ମାରି ୩୫ ଖଣ୍ଡ କରିଦେଲା ପ୍ରେମିକ

ପ୍ରେମିକ ଚନ୍ଦ୍ର ରାଉତ, ଯୁବତୀଙ୍କୁ ହତ୍ୟା କରିବା ପରେ ତାକୁ ୩୧ ଖଣ୍ଡ କରି ନିକଟ ଜଙ୍ଗଲରେ ପୋତି ଦେଇଥିଲା। ଏଥିରେ ହତ୍ୟାକାରୀ ଚନ୍ଦ୍ରକୁ ତାର ସ୍ତ୍ରୀ ସାହାଯ୍ୟ କରିଥିଲା । ଏହି ହତ୍ୟାକାଣ୍ଡର ପ୍ରାଥମିକ ପର୍ଯ୍ୟାୟରେ ରାଇଘର ଥାନା ପୋଲିସ ଅଭିଯୁକ୍ତ ପ୍ରେମିକ ଚନ୍ଦ୍ର ଓ ତାର ପତ୍ନୀକୁ ଅଟକ ରଖି ପଚରା ଉଚରା କରୁଛି । ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ପୋଲିସ ସବିଶେଷ ତଥ୍ୟ ଦେବ ବୋଲି କହିଛି ।

ଏହା ବି ପଢନ୍ତୁ- ପ୍ରେମିକାକୁ ମାରି ନଦୀରେ ମୁଣ୍ଡ ଫିଙ୍ଗିଲା ପ୍ରେମିକ: ଫ୍ରିଜରୁ ବାହାରିଲା କଟା ହାତ, ଗୋଡ

ସୂଚନା ଥାଉ କି, ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ବାହା ହେବା ପାଇଁ ଜିଦ କରିବାରୁ ସମ୍ପର୍କରେ ଲାଗିଥିଲା ରକ୍ତର ଛିଟା। ବାନ୍ଧବୀକୁ ହତ୍ୟା କରି ୩୫ ଖଣ୍ଡ କରିଥିଲା ନୃଶଂସ ପ୍ରେମିକ। ଏହାପରେ ଫ୍ରିଜରେ ୧୮ ଦିନ ସାଇତି ରଖିଥିଲା ଖଣ୍ଡ ଖଣ୍ଡ ମୃତଦେହ। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଅଫତାବ ପୁନଓ୍ବାଲାକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.