ଭାଲୁ ଆକ୍ରମଣରେ ଜଣେ ମୃତ, ସ୍ଥାନୀୟ ଲୋକେ ଭୟଭୀତ

author img

By

Published : Sep 11, 2021, 2:03 PM IST

ଭାଲୁ ଆକ୍ରମଣରେ ଜଣେ ମୃତ ; ଭୟଭିତ ସ୍ଥାନୀୟ ଲୋକେ

ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଭୟଭୀତ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ..

ନବରଙ୍ଗପୁର : ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲ ନବରଙ୍ଗପୁର ଟିପାଗୁଡା ଗାଁର ବନସିଂ ଗୌଡ଼ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ,ଟିପାଗୁଡାର ବନସିଂ ଗୌଡ଼ ଗାଁ ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଉଥିବା ସମୟରେ ଏକ ଭାଲୁ ହାବୁଡରେ ପଡି ଯାଇଥିଲେ । ଫଳରେ ଭାଲୁଟି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା ପରେ ବନସିଂ ଚିତ୍କାର ଶୁଣି ଆଖପାଖର ଲୋକେ ଦୌଡି ଆସିଥିଲେ ।

ଭାଲୁ ଆକ୍ରମଣରେ ଜଣେ ମୃତ ; ଭୟଭିତ ସ୍ଥାନୀୟ ଲୋକେ

ଭାଲୁଟି ଜଙ୍ଗଲରୁ ପଳାଇଥିଲା । ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ବୃଦ୍ଧଙ୍କୁ ଉଦ୍ଧାର କରି ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘଷଣା କରିଛନ୍ତି । ତେବେ ଭାଲୁ ଆକ୍ରମଣରେ ବନସିଂ ଗୌଡ଼ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣା ପଡ଼ିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.