ନୂଆଁଖାଇରେ ମସ୍‌ଗୁଲ ନବରଙ୍ଗପୁରବାସୀ

author img

By

Published : Sep 2, 2022, 7:56 AM IST

ନୂଆଁଖାଇ ପର୍ବରେ ମସ୍‌ଗୁଲ ନବରଙ୍ଗପୁରବାସୀ

ଧୁମଧାମ୍‌ରେ ପାଳିତ ହେଉଛି କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ (Nuakhai festival 2022) । ସବୁଠି ଜମୁଛି ନାଚଗୀତର ଆସର । ପାରମ୍ପାରିକ ନାଚ ଗୀତରେ ଝୁମୁଛନ୍ତି ଲୋକେ । ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି କରିବା ପରେ ଆରମ୍ଭ ହୋଇ ଯାଇଛି ଜୁହାର ଭେଟ କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: ଚାଷୀ ପ୍ରଥମ କରି ଅମଳକ୍ଷମ ଧାନକୁ ଇଷ୍ଟ ଦେବୀଙ୍କ ଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ଓଡିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ନୂଆଁଖାଇ ପର୍ବ ହେଉଛି ସ୍ଵତନ୍ତ୍ର (Nuakhai festival 2022) । ବିଶେଷ କରି ପଶ୍ଚିମ ଓଡିଶାରେ ଏହି ପର୍ବକୁ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଇଥାଏ ।

ସେହିପରି ଦକ୍ଷିଣ ଓଡ଼ିଶାରେ ମଧ୍ୟ ନୂଆଁଖାଇର ଝଲକ ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ତାରାଗାଁ ଗ୍ରାମରେ ଗଣପର୍ବ ନୂଆଁଖାଇ ଆନନ୍ଦ ଉଲ୍ଳାସର ସହିତ ପାଳିତ ହୋଇଯାଇଛି (Nuakhai festival celebrate in Nabarangapur) । ନୂଆଁଖାଇ ପାଇଁ ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି । ଏହି ଅବସରରେ ଗ୍ରାମର ପୁରୁଷମାନେ ସକାଳୁ ସକାଳୁ ଗାଧୁଆ ସାରି ପାଣି ଘାଟରେ ଇଷ୍ଟଦେବୀ ଦେବତା ଏବଂ ପିତୃ ପୁରଷଙ୍କୁ ବିଧି ଅନୁସାରେ ପୂଜା ଅର୍ଚ୍ଚନା କରି ନବାନ୍ନ ଭୋଗ ଲାଗି କରନ୍ତି ।

ପରେ ପରିବାର ସମସ୍ତ ସଦସ୍ୟ ନୂଆ ପୋଷାକ ପରିଧାନ କରି ନିଜ ନିଜର ଘରେ ଥିବା ଇଷ୍ଟ ଦେବୀ ଦେବତାଙ୍କୁ ପରମ୍ପରା ଅନୁଯାଇ ପୂଜା ଅର୍ଚ୍ଚନା କରାଯାଇ ନୂଆ ଚାଉଳ, ନୂଆ ଚୁଡ଼ା, ଗୁଡ, କଦଳୀ, କ୍ଷୀରି ପିଠା ସହ ଠାକୁରଙ୍କ ପାଖରେ ନଅ ପ୍ରକାର ବ୍ୟଞ୍ଜନ ଲାଗି କରାଯାଇ ନବାନ୍ନ ଲାଗିଥିଲା। ଏହାପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରିଥିଲେ। ଖାଇସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରିଥିଲେ ।

ଏହି ସମୟରେ ଗ୍ରାମ ବା ସାହିର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ । ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଖାଇ ପର୍ବର ଏକ ବିଶେଷତା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.