ETV Bharat / state

ଅଭିନବ ପ୍ରତିବାଦ, ରାସ୍ତାରେ ଧାନ ତଳି ରୋଇଲେ ଗ୍ରାମବାସୀ

author img

By

Published : Jul 26, 2023, 2:11 PM IST

no proper road facility to the village
no proper road facility to the village

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ମାଣିକ ସାହି ଓ କୋଟିଦରା ଗ୍ରାମରେ ଗ୍ରାମବାସୀଙ୍କ ପ୍ରତିବାଦ । ଗ୍ରାମକୁ ରାସ୍ତା ନ ଥିବାରୁ ରାସ୍ତା ଉପରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

no proper road facility to the village

ନବରଙ୍ଗପୁର: କାଦୁଅ ପଚ ପଚ ରାସ୍ତା । ଗାଡି ମଟର ଦୂର କଥା ପାଦରେ ଚାଲି ଯିବା ମଧ୍ୟ ସମ୍ଭବ ନୁହେଁ । କିନ୍ତୁ ଭଲ ରାସ୍ତାଟିଏ ନ ଥିବାରୁ ବାଧ୍ୟ ହୋଇ ଆଣ୍ଠୁଏ କାଦୁଅ ମଧ୍ୟରେ ଯାତାୟତ କରୁଛନ୍ତି ଲୋକେ । ଏହାକୁ ନେଇ ବାରମ୍ବାର ଅଭିଯୋଗ ପରେ ବି ରାସ୍ତା ନ ହେବାରୁ ଶେଷରେ ବାଧ୍ୟ ହୋଇ ଧାନ ତଳି ଲଗାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ମାଣିକ ସାହି ଓ କୋଟିଦରା ଗ୍ରାମର ମହିଳାମାନେ କାଦୁଅ ପଚପଚ ରାସ୍ତାରେ ଧାନ ତଳି ରୋଇ ଅଭିନୟ ଉପାୟରେ ପ୍ରତିବାଦ କରିଛନ୍ତି ।

ସରକାରଙ୍କ ମାଳମାଳ ଯୋଜନା ପ୍ରଣୟନ ହେଉଥିଲେ ବି ଅନେକ ଗାଁରେ ଗଡି ପାରିନି ବିକାଶର ରଥ । ରାସ୍ତା ଖଣ୍ଡେ ନଥିବାରୁ କାଦୁଅ ପଚପଚ ରାସ୍ତା ଉପରେ ନିର୍ଭରଶୀଳ ଗ୍ରାମବାସୀ । ମାଣିକ ସାହି ଓ କୋଟିଦରା ଗାଁରେ ପ୍ରାୟ 80 ପରିବାର ରହୁଥିବା ବେଳେ ଲୋକ ସଂଖ୍ୟା 400ରୁ ଊର୍ଦ୍ଧ୍ବ । ଗାଁ ଲୋକଙ୍କ ଯାତାୟାତ ପାଇଁ ମେହେର ସାହି ମୁଖ୍ୟ ରାସ୍ତା ଛକରୁ ପ୍ରାୟ ଦେଢ କିଲୋମିଟର ରାସ୍ତା କୋଟିଦରା ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ବେଳେ କୋଟିଦରାରୁ ଚିକିଲି ପର୍ଯ୍ୟନ୍ତ ଗୋଟିଏ କିଲୋମିଟର ରାସ୍ତା ରହିଛି । କିନ୍ତୁ ମାଟି ରାସ୍ତା ଥିବା ଯୋଗୁଁ ଖରା ଦିନ ମାନଙ୍କରେ ଯାହା ଯେମିତି ଚଳି ଯାଉଛି । ହେଲେ ଅଳ୍ପ ବର୍ଷା ହେଲେ ରାସ୍ତାରେ କାଦୁଅ ଭର୍ତ୍ତି ହୋଇ ଯାତାୟାତ ଠପ ହୋଇ ଯାଇଥାଏ ।

ବର୍ଷାଦିନ ଯୋଗୁଁ ଏହି ରାସ୍ତା ଦେଇ ଯିବା ସମ୍ଭବ ନ ଥିବା ବେଳେ କୌଣସି କାମରେ ଲୋକେ ବାହାରିଲେ ନାକେଦମ୍ ହେବା ସହ ଦୁର୍ଘଟଣା ମଧ୍ୟ ଘଟୁଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମକୁ ବର୍ଷା ଦିନରେ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥାଏ । ଗ୍ରାମର ବିଦ୍ୟାର୍ଥୀ ଏପରିକି କୁନିକୁନି ପିଲାମାନେ ଅଙ୍ଗନବାଡି କେନ୍ଦ୍ରକୁ ଠିକରେ ଯାଇପାରି ନଥାନ୍ତି ।

ଏହା ମଧ୍ୟ ପଢନ୍ତୁ- ଗୁହାରି ପରେ ବି ଶୁଣିଲେନି ସରପଞ୍ଚ, କାଦୁଅ ପଚପଚ ରାସ୍ତାରେ ତଳି ରୋଇ ମହିଳାଙ୍କ ପ୍ରତିବାଦ

ଏନେଇ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଯୋଗୁଁ ଗାଁର ଲୋକେ ଏକତ୍ରିତ ହୋଇ କାଦୁଅ ଭର୍ତ୍ତି ରାସ୍ତାରେ ଧାନ ଓ ମାଣ୍ଡିଆ ତଳି ଲଗାଇ ପ୍ରତିବାଦ କରିଛନ୍ତି । ଅନ୍ୟପଟେ ଗ୍ରାମର ମହିଳା ମାନେ କହିଛନ୍ତି, ନିର୍ବାଚନ ଆସିଲେ ନେତା-ମନ୍ତ୍ରୀ ମାନେ ଆସି ରାସ୍ତା ନିର୍ମାଣ କରିବା ପାଇଁ ମାଳ ମାଳ ପ୍ରତିଶୃତି ଦେଇ ଚାଲିଯାଆନ୍ତି । ହେଲେ ନିର୍ବାଚନ ସରିଗଲେ କାହାରି ଦେଖାମିଳୁନି । ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାମ ନିର୍ମାଣ ନ କଲେ ଆଗାମୀ ସାଧାରଣ ନିର୍ବାଚନରେ ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.