ETV Bharat / state

ଗୁହାରି ପରେ ବି ଶୁଣିଲେନି ସରପଞ୍ଚ, କାଦୁଅ ପଚପଚ ରାସ୍ତାରେ ତଳି ରୋଇ ମହିଳାଙ୍କ ପ୍ରତିବାଦ

author img

By

Published : Jul 24, 2023, 11:55 AM IST

Updated : Jul 27, 2023, 3:29 PM IST

rely on muddy roads
rely on muddy roads

ବୌଦ୍ଧ ଜିଲ୍ଲା ସଦର ବ୍ଲକ ମୁଣ୍ଡାପଡା ପଞ୍ଚାୟତର ନିକଟବର୍ତ୍ତୀ ବଡ଼ମାଳ ଗ୍ରାମରେ ହଳିଆ ଗୀତ ଗାଇ ପ୍ରତିବାଦ କଲେ ମହିଳା । ଅଧିକ ପଢନ୍ତୁ

rely on muddy roads

ବୌଦ୍ଧ: ସରକାରଙ୍କ ମାଳମାଳ ଯୋଜନା ପ୍ରଣୟନ ହେଉଥିଲେ ବି ଅନେକ ଗାଁରେ ଗଡି ପାରିନି ବିକାଶର ରଥ । ରାସ୍ତା ଖଣ୍ଡେ ନଥିବାରୁ କାଦୁଅ ପଚପଚ ରାସ୍ତା ଉପରେ ନିର୍ଭରଶୀଳ ଗ୍ରାମବାସୀ । ରାସ୍ତାର ଦୂରାବସ୍ଥାକୁ ନେଇ ଅଭିନବ ଶୈଳୀରେ ହଳିଆ ଗୀତ ଗାଇ ପ୍ରତିବାଦ ଜଣାଇଲେ ମହିଳା । ବର୍ଷ ବର୍ଷ ଧରି ଏହି ଗ୍ରାମର ଅଧିବାସୀଙ୍କୁ କେବଳ ପ୍ରତିଶ୍ରୁତି ମିଳୁଥିବା ବେଳେ ମହିଳା ଓ ଶିଶୁ ଗାଁ ରାସ୍ତାରେ ଧାନତଳି ରୋଇ ଏଭଳି ପ୍ରତିବାଦ କରିଛନ୍ତି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ମୁଣ୍ଡାପଡା ପଞ୍ଚାୟତର ନିକଟବର୍ତ୍ତୀ ବଡ଼ମାଳ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ମୁଣ୍ଡାପଡା ପଞ୍ଚାୟତକୁ ସଂଯୋଗ କରୁଥିବା ଗାଁ ରାସ୍ତାରେ ଧାନତଳି ରୋଇ କଲେ ମହିଳା ଗୋଷ୍ଠୀ । ବାରମ୍ବାର ଗୁହାରି ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ପଞ୍ଚାୟତର ଅଧିବାସୀ । ରାସ୍ତାର ଏଭଳି ଅବ୍ୟବସ୍ଥା କୌଣସି ଉପାନ୍ତ କିମ୍ବା ଦୁର୍ଗମ ଅଞ୍ଚଳର ନୁହେଁ ବଡ଼ମାଳ ଗ୍ରାମର । ବଡ଼ମାଳ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ପଙ୍କ କାଦୁଅ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମକୁ ବର୍ଷା ଦିନରେ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥାଏ । ଗ୍ରାମର ବିଦ୍ୟାର୍ଥୀ ଏପରିକି କୁନିକୁନି ପିଲାମାନେ ଅଙ୍ଗନବାଡି କେନ୍ଦ୍ରକୁ ଠିକରେ ଯାଇପାରି ନଥାନ୍ତି । ବଡ଼ମାଳ ଗ୍ରାମର ରାସ୍ତାର ଦୂରାବସ୍ଥା ଯୋଗୁଁ ଅନ୍ୟ ଗ୍ରାମର ଅଧିବାସୀ ଏହି ଗ୍ରାମରେ ବୈବାହିକ ସମ୍ପର୍କ ସ୍ଥାପନ ପାଇଁ ଅନିଚ୍ଛା ପ୍ରକାଶ କରୁଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଶୁଣିଲେଣି ସରକାର, ପଥର ରାସ୍ତା କାଟି କେନାଲ ନିର୍ମାଣ କଲେ ଚାଷୀ

ଏ ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ସୂଚନା ମିଳିଛି । ଯାହାକୁ ନେଇ ଗତକାଲି ପ୍ରତିବାଦରେ ବଡ଼ମାଳ ଗ୍ରାମର ମହିଳା ଓ ଶିଶୁମାନେ ମୁଣ୍ଡାପଡା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ହଳିଆ ଗୀତ ଗାଇ ଧାନ ତଳି ପକାଇଥିଲେ । ବିଶେଷ ଭାବରେ ମହିଳାମାନେ ଗୀତ ମାଧ୍ୟମରେ ସ୍ଥାନୀୟ ସରପଞ୍ଚଙ୍କ ଅବହେଳା ଯୋଗୁଁ ରାସ୍ତାର ଏଭଳି ଅବସ୍ଥା ହୋଇଥିବା ତଥା ଏନେଇ ଦୃଷ୍ଟି ଦେବାକୁ ଗୁହାରି କରିଥିଲେ । ସେହିପରି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated :Jul 27, 2023, 3:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.