ETV Bharat / state

ସାହାର୍ଯ୍ୟ ଆଳରେ ମୋବାଇଲ ଲୁଟ, ସିସିଟିଭିରେ କଏଦ ହେଲା ଦୃଶ୍ୟ

author img

By

Published : Feb 6, 2020, 4:05 AM IST

mobile-loot-in-nabarangpur-medical
mobile-loot-in-nabarangpur-medical

ଠକାମୀର ଶିକାର ହୋଇଛନ୍ତି ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁରକ୍ଷା କର୍ମୀ । ନିଜକୁ ରୋଗୀ ସମ୍ପର୍କୀୟ ବୋଲି ପରିଚୟ ଦେଇ ମୋବାଇଲ ମାଗି ଟମ୍ପଟ ମାରିଲେ ଦୁର୍ବୁତ୍ତ । ଆଗକୁ ପଢନ୍ତୁ...

ନବରଙ୍ଗପୁର: ସାବଧାନ ଲୋକଙ୍କୁ ସାହର୍ଯ୍ୟ କରିବାକୁ ଯାଇ ଠକାମିରେ ପଡିପାରନ୍ତି ! ଏମିତି ଠକାମୀର ଶିକାର ହୋଇଛନ୍ତି ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁରକ୍ଷା କର୍ମୀ । ନିଜକୁ ରୋଗୀ ସମ୍ପର୍କୀୟ ବୋଲି ପରିଚୟ ଦେଇ କଥା ହେବା ପାଇଁ ମୋବାଇଲ ମାଗିଲେ ସୁଯୋଗ ଉଣ୍ଡି ମୋବାଇଲ ନେଇ ପଳାଇଲେ।

ସାହାର୍ଯ୍ୟ ଆଳରେ ମୋବାଇଲ ଲୁଟ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ସୂଚନା ଅନୁଯାୟୀ ଗତ ରାତ୍ର ପ୍ରାୟ ୧୦ ଘଟିକା ସମୟରେ ଜଣେ ଲୋକ ଆସି ସୁରକ୍ଷାକର୍ମୀ ପଙ୍କଜ ଦୁର୍ଗାଙ୍କୁ ରୋଗୀ ସମ୍ପର୍କୀୟ କହି ପରିଚୟ ଦେଇଥିଲେ । ଏହାପରେ ସେହି ଲୋକ ସୁରକ୍ଷାକର୍ମୀଙ୍କୁ ଫୋନ କରିବାର ଅଛି ବୋଲି କହିଥିଲେ, ସୁରକ୍ଷାକର୍ମୀ ଜଣକ ତାଙ୍କୁ ଫୋନ ମଧ୍ୟ ଦେଇଥିଲେ ଏହାପରେ ସେହି ଅଜଣା ଲୋକଟି ଫୋନ ଟିକୁ ଧରି ସେ ସେଠାରୁ ଚମ୍ପଟ ମାରିଥିଲେ ।

ଯାହାର ସବୁ ଦୃଶ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଗି ଥିବା cctv କଏଦ ହୋଇଛି । ମୋବାଇଲ ଚୋର ଜଣକ ମାସ୍କ ପିନ୍ଧିଥିବା ଯୋଗୁଁ ଚିହ୍ନଟ କରିବାରେ ଅସୁବିଧା ହୋଇଛି। ସ୍ବସ୍ଥ୍ୟ କେନ୍ଦ୍ରରେ ଚାରିଆଡେ cctv ଲାଗି ଯଦି ଖୋଦ ସୁରକ୍ଷା କର୍ମୀଙ୍କ ଠାରୁ ଦୁର୍ବୁର୍ତ୍ତ ସାହାଯ୍ୟ ଆଳ ଦେଖାଇ ଚମ୍ପଟ ମାରୁଛି ତେବେ ଏଠି ପ୍ରଶ୍ନ ଉଠୁଛି ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ଓ ସମ୍ପର୍କୀୟ କେତେ ସୁରକ୍ଷିତ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।


ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Slug-କଥା ହେବା ଆଳରେ ସୁରକ୍ଷା କର୍ମୀ ଙ୍କ ମୋବାଇଲ ନେଇ ଛୁ,CCTV ରେ କଏଦ ହେଲା ସବୁ ଦୃଶ୍ୟ
Report-ତପନ କୁମାର ବିଷୟି ନବରଙ୍ଗପୁର
Anchor- ସାବଧାନ ଲୋକ ଙ୍କୁ ସାହାଯ୍ୟ କରିବାକୁ ଯାଇ ଠକାମି ରେ ପଡିପାରନ୍ତି,ଏମିତି ଠକାମୀ ର ଶିକାର ହୋଇଛନ୍ତି ଉମରକୋଟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ସୁରକ୍ଷା କର୍ମୀ,ନିଜକୁ ରୋଗୀ ସଂପ୍ରକିୟ ବୋଲି ପରିଚୟ ଦେଇ କଥା ହେବା ପାଇଁ ମୋବାଇଲ ମାଗିଲେ ସୁଯୋଗ ଉଣ୍ଡି ମୋବାଇଲ ନେଇ ପଳାଇଲେ।
ସୂଚନାଅନୁଯାୟୀ ଗତ ରାତ୍ର ପ୍ରାୟ ୧୦ ଘଂଟିକା ସମୟରେ ଏକ ଲୋକ ଆସି ସୁରକ୍ଷାକର୍ମୀ ପଙ୍କଜ ଦୁର୍ଗା ଙ୍କୁ ରୋଗୀ ସମ୍ପର୍କୀୟ କହି ପରିଚୟ ଦେଇଥିଲେ ,ଏହାପରେ ସେହି ଲୋକ ସୁରକ୍ଷାକର୍ମୀ ଙ୍କୁ ଫୋନ କରିବାର ଅଛି ବୋଲି କହିଥିଲେ ସୁରକ୍ଷାକର୍ମୀ ଜଣକ ତାଙ୍କୁ ଫୋନ ଦେଇଥିଲେ ଏହାପରେ ସେହି ଅଜଣା ଲୋକ ଟି ଫୋନ ଟିକୁ ଧରି ସେ ସେଠାରୁ ଚମ୍ପଟ ମାରିଥିଲେ ଏବଂ ଏହାର ସବୁ ଦୃଶ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଲାଗି ଥିବା cctv କାଏଦ ହୋଇଛି, ମୋବାଇଲ ଚୋର ଜଣକ ମାସ୍କ୍ ପିନ୍ଧିଥିବା ଯୋଗୁଁ ଚିହ୍ନଟ କରିବାରେ ଅସୁବିଧା ହୋଇଛି। ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚାରିଆଡେ cctv ଲାଗି ଯଦି ଖୁଦ ସୁରକ୍ଷା କର୍ମୀ ଙ୍କ ଠାରୁ ଦୁର୍ବୁର୍ତ୍ତ ସାହାଯ୍ୟ ମାଗି ଫୋନ ଟିକୁ ଧରି ଚମ୍ପଟ ମାରୁଛି ତେବେ ଏଠି ପ୍ରଶ୍ନ ଉଠୁଛି ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ଓ ସମ୍ପର୍କୀୟ କେତେ ସୁରକ୍ଷିତ ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି।
ତପନ କୁମାର ବିଷୟି, ନବରଙ୍ଗପୁର Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.