ETV Bharat / state

କୂଅରୁ ନାବାଳିକାର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

author img

By ETV Bharat Odisha Team

Published : Sep 2, 2023, 9:01 AM IST

Updated : Sep 2, 2023, 1:17 PM IST

କୂଅରୁ ନାବାଳିକାର ମୃତଦେହ ଉଦ୍ଧାର
କୂଅରୁ ନାବାଳିକାର ମୃତଦେହ ଉଦ୍ଧାର

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁସଲଡ଼ିହି ଗ୍ରାମର ଏକ ଚାଷ ଜମିରେ ଥିବା କୂଅରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

କୂଅରୁ ନାବାଳିକାର ମୃତଦେହ ଉଦ୍ଧାର

ନବରଙ୍ଗପୁର: କୂଅରୁ ନାବାଳିକାର ମୃତଦେହ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁସଲଡ଼ିହି ଗ୍ରାମର ଏକ ଚାଷ ଜମିରେ ଥିବା କୂଅରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ନାବାଳିକା ଜଣକ ଖୁଟୁଗାଁ ଗ୍ରାମର ଆଶାରାମ ଗଣ୍ଡଙ୍କ ଝିଅ ଝରଣା ଗଣ୍ଡ (୧୬) ବୋଲି ଜଣାପଡ଼ିଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗତ ଗୁରୁବାର ସନ୍ଧ୍ୟା ସମୟରୁ ଝରଣା ଘରୁ ବାହାରି କେଉଁଆଡ଼େ ଚାଲି ଯାଇଥିଲେ । ରାତିରେ ଘରେ ନ ଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ଏଣେତେଣେ ଖୋଜା ଖୋଜି କରିଥିଲେ । କିନ୍ତୁ ଝରଣାର କୌଣସି ଖବର ମିଳିନଥିଲା । ଅନ୍ୟପଟେ ଗତକାଲି (ଶୁକ୍ରବାର) ଖୁଟୁଗାଁ ନିକଟସ୍ଥ ଚାଷ ଜମି ମଧ୍ୟରେ ରହିଥିବା ଏକ କୂଅରେ ତାର ମୃତଦେହ ଭାସୁଥିବା କିଛି ଗ୍ରାମବାସୀ ଦେଖିଥିଲେ । ସେହି ମୃତଦେହଟି ଆଶାରାମ ଗଣ୍ଡଙ୍କ ଝିଅ ଝରଣା ବୋଲି ଜାଣିପାରି ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଏନେଇ ଝରଣାକୁ କିଏ ମାରି ଫୋପାଡି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଥାନା ଅଧିକାରୀ ରଘୁନାଥ ମାଝୀ ପହଞ୍ଚି କୂଅ ମଧ୍ୟରୁ ମୃତଦେହକୁ ଉଦ୍ଧାର କରିବାକୁ ସ୍ଥାନୀୟ ଅଗ୍ନିଶମ ବିଭାଗର ସହାୟତା ନିଆ ଯାଇଥିବା ବେଳେ ଖବର ପାଇ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ତଦନ୍ତ ପରେ ନାବାଳିକାର ମୃତ୍ୟୁର ରହସ୍ୟ ପଦାକୁ ଆସିବ ବୋଲି ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଗଡ଼ଗଡ଼ିଆ ଘାଟରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ, ତଦନ୍ତ ଆରମ୍ଭ

ପ୍ରକାଶ ଥାଉକି, ଗତ କିଛି ଦିନ ତଳେ କଟକ ଗଡ଼ଗଡିଆ ଘାଟ ନିକଟ ମହାନଦୀରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମଧ୍ୟାହ୍ନ ସମୟରେ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ କ୍ୟାଣ୍ଟନ୍‌ମେଣ୍ଟ୍‌ ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହାପରେ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପାଣି ଭିତରୁ ମହିଳା ଜଣଙ୍କର ମୃତଦେହ ଉଦ୍ଧାର କରିଥିଲେ । ମହିଳା ଜଣଙ୍କ ବିଡ଼ାନାସୀ ଥାନା ଅନ୍ତର୍ଗତ ମଧୁସୂଦନ ନଗର ଅଞ୍ଚଳର ପ୍ରମୋଦିନୀ ଶତପଥୀ ଓ ବୋଲି ପୋଲିସ ସୂଚନା ଦେଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

Last Updated :Sep 2, 2023, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.