ETV Bharat / state

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

author img

By ETV Bharat Odisha Team

Published : Sep 17, 2023, 1:11 PM IST

ସ୍ବାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀକୁ ହତ୍ୟା !
ସ୍ବାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀକୁ ହତ୍ୟା !

ସ୍ବାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀକୁ ହତ୍ୟା ଅଭିଯୋଗ । ଝିଅର ସନ୍ଦେହଜନକ ମୃତ୍ୟୁକୁ ନେଇ ଥାନାରେ ହତ୍ୟା ଅଭିଯୋଗ କଲେ ପରିବାର ଲୋକେ । ଅଧିକ ପଢନ୍ତୁ

married woman allegedly killed by husband

ନବରଙ୍ଗପୁର: ପୁଣି ସାମ୍ନାକୁ ଆସିଲା ବଧୂହତ୍ୟା ଅଭିଯୋଗ। ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତର ସାଗର ମୁଣ୍ଡା ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଗୀତାଞ୍ଜଳି ଗରଡା । ତାଙ୍କ ସ୍ବାମୀ ବାବୁଲି ବାଗଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିବାରୁ ଦୁଇ ଜଣଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା, ଏହି କାରଣରୁ ତାକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଏହା ମଧ୍ୟ ପଢନ୍ତୁ-ଯୌତୁକ ପାଇଁ ନର୍ସଙ୍କୁ ହତ୍ୟା ଅଭିଯୋଗ, ପରିବାର ଲୋକେ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ

ମିଳିଥିବା ସୂଚନା ଅନୁଯାୟୀ, ଗତ ୯ ବର୍ଷ ପୂର୍ବେ ତେନ୍ତୁଳିଖୁଣ୍ଟି ଗ୍ରାମର ଜିହୁଦା ଗରଡାଙ୍କ ଝିଅ ଗୀତାଞ୍ଜଳି ସାଗର ମୁଣ୍ଡା ଗ୍ରାମର ବାବୁଲି ବାଗଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିଲା । ସ୍ବାମୀ ଅନ୍ୟ ଝିଅ ସହ ସମ୍ପର୍କ ଥିବା ସନ୍ଦେହରେ କଳହ ନିତିଦିନିଆ କଥା ପାଲଟିଯାଇଥିଲା । ତେବେ ଶୁକ୍ରବାର ସନ୍ଧ୍ୟାରେ କୌଣସି କାରଣରୁ ଗୀତା ଗରଡାଙ୍କ ଦେହ ଅଚାନକ ଅସୁସ୍ଥ ହୋଇ ପଡିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ତାଙ୍କ ସ୍ବାମୀ । ସେଠାରେ ଡ଼ାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ସାତ ଜନ୍ମର ପ୍ରତିଶୃତି 3 ମାସ ବି ଚାଲିଲାନି: ସ୍ତ୍ରୀକୁ ହତ୍ୟା କରି ହାତ ଗୋଡ କାଟି ନଦୀକୁ ପିଙ୍ଗି ଦେଲା ସ୍ବାମୀ

ମୃତ ମହିଳାଙ୍କ ଭାଇ ସନ୍ଦୀପ ନାଗ କହିଛନ୍ତି,"ବାବୁଲା ଅନ୍ୟ ଝିଅ ସହ ସମ୍ପର୍କ ଥିବା ଯୋଗୁଁ ଦୁଇ ଜଣଙ୍କ ମଧ୍ୟରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା । ଯାହାଫଳରେ ଏହି ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥାଇପାରେ ଏବଂ ବାବୁଲା ସେହି ଝିଅ ସହ ଉଠାଇଥିବା ଫଟୋ ମୋ ପାଖରେ ରହିଛି।

ଏହା ମଧ୍ୟ ପଢନ୍ତୁ...ମାଟ୍ରିମୋନି ସାଇଟରୁ ବର ଖୋଜି ଝିଅକୁ ବିବାହ ଦେଇଥିଲେ, ଯୌତୁକ ପାଇଁ ଝିଅକୁ ହତ୍ୟା ଅଭିଯୋଗ

ମୃତ ମହିଳାଙ୍କ ସ୍ବାମୀ କହିଛନ୍ତି, ଗୀତାର ଶୁକ୍ରବାର ସନ୍ଧ୍ୟାରେ ବ୍ୟଥା ହେବାରୁ ତାକୁ ହସ୍ପିଟାଲ ଆଣିଥିଲି । ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ମୋର କୌଣସି ଝିଅ ସହ ସମ୍ପର୍କ ନାହିଁ । ଯେଉଁ ଫଟୋ ଭାଇରାଲ ହେଉଛି ହେଉ । କିନ୍ତୁ ମୋ ସ୍ତ୍ରୀକୁ ମୁଁ କେମିତି ଦେଖୁଥିଲି ମୋତେ ଜଣା ।

ଇଟିଭି ଭାରତ,ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.