ETV Bharat / state

ଝିମିଟି ଖେଳରୁ ମହାଭାରତ ! ସାମାନ୍ୟ ବଚସା ନେଇ ହତ୍ୟାକାଣ୍ଡ, ଜଣେ ମୃତ ,୨ ଗୁରୁତର

author img

By ETV Bharat Odisha Team

Published : Sep 22, 2023, 9:53 PM IST

ଝିମିଟି ଖେଳରୁ ମହାଭାରତ , ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ ଜଣେ ମୃତ ,୨ ଗୁରୁତର
ଝିମିଟି ଖେଳରୁ ମହାଭାରତ , ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ ଜଣେ ମୃତ ,୨ ଗୁରୁତର

ଲାଇଟ୍ ଅପର ଡିପର କରିବାକୁନେଇ ହତ୍ୟାକାଣ୍ଡ ଅଭିଯୁୁକ୍ତ ଫେରାର । ମୃତକଙ୍କ ଗାଁ ଲୋକେ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତର ଘରରେ ନିଆଁ ଲଗାଇ ଦେଲେ । ଅଧିକ ପଢନ୍ତୁ

ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ ଜଣେ ମୃତ ,୨ ଗୁରୁତର

ନବରଙ୍ଗପୁର: ଝିମିଟି ଖେଳରୁ ମହାଭାରତ । ଏଭଳି ଏକ ଘଟଣା ଘଟିଛି କୋଡିଙ୍ଗା ଥାନା ଅଞ୍ଚଳରେ ।ସାମାନ୍ୟ ବଚସାକୁ ହତ୍ୟାକାଣ୍ଡ ଘଟିଛି । ବାଇକ ଲାଇଟ୍ ଅପର ଡିପର କରିବାକୁ ନେଇ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଛି । ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ,୨ ଗୁରୁତର ଥିବାଜଣାପଡିଛି । ମୃତକଙ୍କ ଗାଁ ଲୋକେ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତର ଘରକୁ ନିଆଁ ଲଗାଇ ଦେଇଥିବାବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପିରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି । ଗାଁରେ ବର୍ତ୍ତମାନ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଗତ କାଲି (ଗୁରୁବାର) ସନ୍ଧ୍ୟା ୮ ଘଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଅନ୍ତର୍ଗତ ତେନ୍ତୁଳିଗୁଡା ଗ୍ରାମର ମହାଦେବ ଭତ୍ରା , ସୋମନାଥ ଭତ୍ରା ଓ ନାରାୟଣ ଭତ୍ରା ପାଖ ଗାଁକୁ ଗଣେଶ ମୂର୍ତ୍ତି ଦେଖିବାକୁ ଯାଇଥିଲେ , ଏହି ସମୟରେ ବିପରୀତ ଦିଗରୁ ଏକ ବାଇକରେ ଆସୁଥିବା ପୂର୍ଣ୍ଣ ହରିଜନ ଲାଇଟ୍ ଅପର ଡିପର କରିବାକୁନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ସମୟକ୍ରମେ ଏହା ଉଗ୍ରରୁପ ନେଇଥିଲା ।

ଏହାମଧ୍ୟ ପଢନ୍ତୁ...ଯୌତୁକ ପାଇଁ ଗର୍ଭବତୀଙ୍କୁ ନିର୍ଯାତନା, ଶ୍ବଶୁର ଓ ସ୍ବାମୀ ଥାନାରୁ ଚମ୍ପଟ

କିଛି ସମୟ ପରେ ପୂର୍ଣ୍ଣ ଗୋଟିଏ ଧାରୁଆ ଛୁରୀ ସାହାଯ୍ୟରେ ମହାଦେବ,ସୋମନାଥ ଓ ନାରାୟଣଙ୍କୁ ଆକ୍ରମଣ କରିଥିଲା , ଘଟଣା ସ୍ଥଳରେ ମହାଦେବଙ୍କ ମୃତ୍ୟୁ ହୋଇଥିବାବେଳେ ନାରାୟଣ ଅନ୍ୟମାନେ ଗୁରୁତର ହୋଇଥିଲେ । ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଆହତ ୨ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ନାରାୟଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ଯୋଗୁଁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା ।

ଏହି ଘଟଣାରେ ପୋଲିସ ପହଞ୍ଚି ୨ ଜଣକୁ ସନ୍ଦେହରେ ଅଟକ ରଖିଥିବାବେଳେ ଅଭିଯୁକ୍ତମାନେ ଫେରାଥିାବା ଜଣାପଡିଛି । ମୃତକଙ୍କ ଗାଁ ଲୋକ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତର ଘରକୁ ନିଆଁ ଲଗାଇ ଦେଇଥିଲେ । ଘଟଣା ସ୍ଥଳରେ ପାପଡାହାଣ୍ଡି SDPO ଆଦିତ୍ୟ ସେନ , ପାପଡାହାଣ୍ଡି ଥାନା ଅଧିକାରୀ ଦିପକ ଜେନା ଓ ନବରଙ୍ଗପୁର ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଲ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପିରିସ୍ଥିତିକୁ ନିଯନ୍ତ୍ରଣକୁ ଆଣିଛି । ଗାଁରେ ବର୍ତ୍ତମାନ 1 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.