ETV Bharat / state

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ; ପ୍ରେମିକାର ମୃତ୍ୟୁ

author img

By

Published : Feb 4, 2020, 2:13 AM IST

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ; ପ୍ରେମିକାର ମୃତ୍ୟୁ
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ; ପ୍ରେମିକାର ମୃତ୍ୟୁ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ନାକଟିସେମଡ଼ା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସାମାଜିକ ସ୍ବୀକୃତି ନ ପାଇବା ଭୟରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରେମୀ ଯୁଗଳ । ଅଧିକ ଖବର ପଢନ୍ତୁ...

ନବରଙ୍ଗପୁର: ଜିଲ୍ଲା ରାଇଘର ବ୍ଲକ ନାକଟିସେମଡ଼ା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସାମାଜିକ ସ୍ବୀକୃତି ନ ପାଇବା ଭୟରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରେମୀ ଯୁଗଳ । ଏଥିରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ରାଇଘର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଉଛି ।

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ; ପ୍ରେମିକାର ମୃତ୍ୟୁ

ସୂଚନା ଅନୁସାରେ ଗୋଟିଏ ଗାଁର ଏହି ପ୍ରେମୀଯୁଗଳଙ୍କ ମଧ୍ୟରେ ଦୁଇ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା । ତେବେ ସୋମବାର ଗାଁର ମଣ୍ଡେଇ (ଯାତ୍ରା) ଚାଲିଥିବା ବେଳେ ଦୁହେଁ ମିଶି ବୁଲିବାକୁ ଯାଇଥିଲେ ଏବଂ ସେଠାରେ କୀଟନାଶକ ପିଇ ଦେଇଥିଲେ ।

ମାତ୍ର କିଛି ସମୟ ପରେ କିଛି ନହେବାରୁ ଯୁବକ ହଲଦାସ ଗଣ୍ଡ ଦଉଡି ଲଗାଇ ଫାଶି ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କ ବଡଭାଇ ତାଙ୍କୁ ଉଦ୍ଧାର କରିଥିଲେ । ସେପଟେ ଯୁବତୀ ତୁଲାବତୀ ଗଣ୍ଡଙ୍କ ମୃତ୍ୟୁ ବିଷକ୍ରିୟାରୁ ହିଁ ତାଙ୍କ ଭଉଣୀଙ୍କ ମୃତ୍ୟୁ ବରଣ କରିଥିଲେ ।

ଘଟଣା ପରେ ରାଇଘର ପୋଲିସ ଯୁବତୀଙ୍କ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:Slug- ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମିକାଙ୍କ ମୃତ୍ୟୁ, ପ୍ରେମିକ ଗୁରୁତର
Anchor- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ନାକଟିସେମଡ଼ା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ପ୍ରେମୀ ଯୁଗଳ ସାମାଜିକ ସ୍ବୀକୃତି ନ ପାଇବା ଭୟରେ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, କିନ୍ତୁ ପ୍ରେମିକା ତୁଲାବତୀ ଗଣ୍ଡ ବୟସ ୨୩ ମୃତ୍ୟୁ ବରଣ କରିଥିବା ବେଳେ ଗୁରୁତର ଅବସ୍ଥା ରେ ହଲଦାସ ଗଣ୍ଡ ବୟସ୨୫ ରାଇଘର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସେହି ଗାଁରେ ପୁଅ ଓ ଝିଅର ଘର ଦୁହିଁଙ୍କ ଦୁଇ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା ଆଜି ଗ୍ରାମରେ ମଣ୍ଡେଇ (ଯାତ୍ରା) ଚାଲିଥିବା ବେଳେ ଦୁହେଁ ମିଶି ବୁଲିବାକୁ ଯାଇଥିଲେ ଏବଂ କୀଟନାଶକ ଔଷଧ ପିଇ ଦେଇଥିଲେ, ପୁଅ ହଲଦାସ ଗଣ୍ଡ ବିଷ ପିଇ ଗାଁ ରୁ ୧କିଲୋମିଟର ଦୂରରେ ଯାଇ ବେକରେ ଦଉଡି ଦେଇ ପାଶୀ ହେବାର ଉଦ୍ୟମ କରିଥିବା ବେଳେ ତାଙ୍କ ବଡ଼ ଭାଇ ଆସି ଉଦ୍ଧାର କରିଥିଲେ , ଯୁବତୀ ତୁଲାବତୀ ଗଣ୍ଡ ତାଙ୍କ ବଡ଼ ଭଉଣୀ ଦୟମତିଙ୍କ ଘରେ ଆସି ରାତି ୧୧ଟାରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା, ହଲଦାସ ଗଣ୍ଡ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟ ରେ ଭର୍ତି କରାଯାଇଛି। ରାଇଘର ପୋଲିସ ତୁଳାବାଇ ଗଣ୍ଡଙ୍କ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।Body:Tapan kumar bissoyi Conclusion:Nabarangpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.