ETV Bharat / state

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ

author img

By

Published : Dec 30, 2019, 1:07 PM IST

Updated : Dec 30, 2019, 8:39 PM IST

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ରାଇଘର ବ୍ଲକର କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ଜେନାଙ୍କ ଘରେ ଚଢାଉ । ଅଧିକ ପଢନ୍ତୁ...

vigilance raid
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ଜେନା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିରଞ୍ଜନ ଜେନାଙ୍କ ରାଇଘର କାର୍ଯ୍ୟାଳୟରେ ଓ ନିଜ ପୈତୃକ ସ୍ଥାନ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଗ୍ରାମରେ ଚଢ଼ାଉ କରିବା ସହ ଭୁବନେଶ୍ବରର 2 ଗୋଟି ଓ ଉମରକୋଟ ସ୍ଥିତ ବାସଭବନ ଉପରେ ଭିଜିଲାନ୍ସ ରେଡ କରିଛି ।

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଏହି ଘଟଣାରେ ଭିଜିଲାନ୍ସ ଟିମ 4 ଭାଗରେ ବିଭକ୍ତ ହୋଇ ଏକକାଳୀନ ପାଞ୍ଚ ଗୋଟି ଜାଗାରେ ଚଢ଼ାଉ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମ୍ପତ୍ତିର ଆକଳନ କରାଯାଇ ନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
ଆୟର ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଇଘର ବ୍ଲକ ର କନିଷ୍ଟ ଯନ୍ତ୍ରୀ ନିରଞ୍ଜନ ଜେନା ଙ୍କ ଯାଜପୁର, ଭୁବନେଶ୍ୱର ଓ ଉମର କୋଟ ସ୍ଥିତ ବାସଭବନ ଉପରେ ଭୁବନେଶ୍ୱର ର ଭିଜିଲାନ୍ସ ର 4 ଜଣିଆ ଟିମ ଙ୍କ ଚଢ଼ାଉ ।ଚଢ଼ାଉ ଜାରି ରହିଥିବରୁ ବିଶେଷ ବିବରିଣୀ ଜଣା ପଡ଼ିପାରୁ ନାହିଁBody:Tapan Kumar Bissoyi Conclusion:NABARANGPUR
Last Updated : Dec 30, 2019, 8:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.