ETV Bharat / state

IDBI ବ୍ୟାଙ୍କରେ ଟଙ୍କା ହେରଫେର ଅଭିଯୋଗ, ବ୍ୟାଙ୍କ ମ୍ୟାନେଜର ଅଟକ

author img

By ETV Bharat Odisha Team

Published : Dec 19, 2023, 11:52 AM IST

IDBI ବ୍ୟାଙ୍କରେ ଟଙ୍କା ହେରଫେର ଅଭିଯୋଗ
IDBI ବ୍ୟାଙ୍କରେ ଟଙ୍କା ହେରଫେର ଅଭିଯୋଗ

Fraud in IDBI bank: ନବରଙ୍ଗପୁର ସହର ସ୍ଥିତ IDBI ବ୍ୟାଙ୍କରେ ଏକ କୋଟି ଟଙ୍କା ହେରଫେର । ଘଟଣାର ତଦନ୍ତ ପରେ ବ୍ୟାଙ୍କ୍‌ର ଆଞ୍ଚଳିକ ମୁଖ୍ୟ ସ୍ୱରୂପ ଦତ୍ତ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି । ଅଧିକ ପଢ଼ନ୍ତୁ

IDBI ବ୍ୟାଙ୍କରେ ଟଙ୍କା ହେରଫେର ଅଭିଯୋଗ

ନବରଙ୍ଗପୁର: IDBI ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ଆର୍ଥିକ ହେରଫେର ଅଭିଯୋଗ । ବ୍ୟାଙ୍କର ବ୍ରହ୍ମପୁର ଡିଭିଜନର ଆଞ୍ଚଳିକ ମୁଖ୍ୟ ତଥା DGM ସ୍ୱରୂପ ଦତ୍ତ ଏନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି । ପୋଲିସ ପ୍ରାଥମିକ ତଦନ୍ତ କରି ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ କୁମାର ଶତପଥୀଙ୍କୁ ଥାନାରେ ଆଣି ଅଟକ ରଖିବା ସହ ଅଧିକା ତଦନ୍ତ ଚଳାଇଛି । ଏଥିସହ ଅଭିଯୋଗକୁ ଭିତ୍ତି କରି ନବରଙ୍ଗପୁର ଥାନାରେ ଏକ ମାମଲା ରୁଜୁ କରିଛି ।

ଅଭିଯୋଗ ଅନୁଯାୟୀ, ନବରଙ୍ଗପୁର IDBI ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ କୁମାର ଶତପଥି ଚଳିତ ମାସ ୧ ଓ ୨ ତାରିଖ ଦିନ କାରବାର ହୋଇଥିବା ବ୍ୟାଙ୍କର ଭଲ୍ଟରୁ ଏକ କୋଟି ଟଙ୍କା ବ୍ୟାଙ୍କରୁ ନେଇ ଏସବିଆଇର କରେନ୍ସି ଚେଷ୍ଟରେ ଜମା କରିବି କହି ଜମା କରି ନ ଥିଲେ l ଏନେଇ ଗତ ୧୫ ତାରିଖ ଦିନ ବ୍ୟାଙ୍କରେ ଇନ୍ସପେକସନ ସମୟରେ ଏକ କୋଟି ଟଙ୍କାର ଶରଟେଜ ଥିବା ଜଣାପଡିଥିଲା l ଯାହାକୁ ନେଇ ଡିଜିଏମ ସ୍ୱରୂପ ଦତ୍ତଙ୍କୁ ବ୍ୟାଙ୍କ କର୍ମଚାରୀମାନେ ଜଣାଇଥିଲେ l

ଏନେଇ ଡିଜିଏମ ସ୍ୱରୂପ ଦତ୍ତ ନବରଙ୍ଗପୁର ସ୍ଥିତ ଆଡିବିଆଇ ବ୍ୟାଙ୍କକୁ ଆସି ତଦନ୍ତ କରିବା ପରେ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି l ଏତଲାକୁ ଭିତ୍ତି କରି ନବରଙ୍ଗପୁର ପୋଲିସ ଆଡିବିଆଇ ବ୍ୟାଙ୍କ କୁ ଯାଇ ତଦନ୍ତ କରିବା ସହ ବ୍ୟାଙ୍କ ମ୍ୟାନେଜର ଅଞ୍ଜନ କୁମାର ଶତପଥି ଙ୍କୁ ଅଟକ ରଖି ଅଧିକା ତଦନ୍ତ ଚଳାଇଛି l ଅନ୍ୟପଟେ ଏତେ ଗୁଡ଼ିଏ ଟଙ୍କା ହେରଫେରରେ କେବଳ ବ୍ୟାଙ୍କ ମ୍ୟାନେଜରର ହାତ ଅଛି ନା ଅନ୍ୟ କେଉଁ କର୍ମଚାରୀଙ୍କ ହାତ ରହିଛି ତାହାକୁ ତଦନ୍ତ କରୁଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ- ବ୍ୟାଙ୍କରେ ଅର୍ଥ ହେରଫେର ଘଟଣାରେ ଜିଲ୍ଲାପାଳଙ୍କୁ ଭେଟିଲେ ଜମାକାରୀ

ଏନେଇ ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତରା କହିଛନ୍ତି, "ବ୍ରହ୍ମପୁରରୁ ଡିଜିଏମ ମ୍ୟାନେଜର ସ୍ୱରୂପ ଦତ୍ତ ସେ ଅଭିଯୋଗ କରିଥିଲେ ଯେ ନବରଙ୍ଗପୁରରେ ଯେଉଁ IDBI ବ୍ରାଞ୍ଚ ଅଛି ସେହି ଭଲ୍ଟରୁ ଏକ କୋଟି ଟଙ୍କା କମ୍ ଅଛି । ଏନେଇ ସେ ବ୍ୟାଙ୍କ ମ୍ୟାନେଜର ଅଞ୍ଜନ କୁମାର ଶତପଥି ବିରୋଧରେ ଏକ ଏତଲା ଦେଇଥିଲେ । ଏନେଇ ଆମେ ଏକ ମାମଲା ରୁଜୁ କରିଥିଲୁ । ଏଥିସହ ମ୍ୟାନେଜରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛୁ । "

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.