ଇନ୍ଦ୍ରାବତୀ ବିସ୍ଥାପିତ ବୁଡିଅଞ୍ଚଳ ଗଣ ପରିଷଦ ସହ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆଲୋଚନା

author img

By

Published : Sep 30, 2021, 9:31 AM IST

ଇନ୍ଦ୍ରାବତୀ ବିସ୍ଥାପିତ ବୁଡିଅଞ୍ଚଳ ଗଣ ପରିଷଦ ସହ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆଲୋଚନା

ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନିକ ଭବନ ଠାରେ ବୁଡି ଅଞ୍ଚଳ ଗଣପରିଷଦ ସହ ଆଲୋଚନା କଲେ ଉଭୟ ନବରଙ୍ଗପୁର ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ର ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଦାସ ପାରମାର । ଅଧିକ ପଢନ୍ତୁ...

ନବରଙ୍ଗପୁର: ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନିକ ଭବନଠାରେ ବୁଡି ଅଞ୍ଚଳ ଗଣପରିଷଦ ସହ ଆଲୋଚନା କଲେ ଉଭୟ ନବରଙ୍ଗପୁର ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ର ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଦାସ ପାରମାର । ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହୋଇଥିବା 6133 ପରିବାରଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ, 5ଟି ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କ ଅବଗତି ନିମନ୍ତେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ ପୁନଃବସତି ଏବଂ ଥଇଥାନ ଅଧିକାରୀଙ୍କୁ ଏକ 14 ଦଫା ଦାବି ପତ୍ର ପ୍ରଦାନ କରିଛି ବୁଡି ଅଞ୍ଚଳ ଗଣ ପରିଷଦ।

ଇନ୍ଦ୍ରାବତୀ ବିସ୍ଥାପିତ ବୁଡିଅଞ୍ଚଳ ଗଣ ପରିଷଦ ସହ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆଲୋଚନା

2008 ମସିହାରେ ନିର୍ଦ୍ଧାରିତ ଅର୍ଥରାଶିକୁ ତୁରନ୍ତ ସମସ୍ତ ବିସ୍ଥାପିତଙ୍କୁ ପ୍ରଦାନ କରିବା ତଥା ବିସ୍ଥାପିତଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ କରିବାକୁ ଦାବି ହୋଇଛି । ରାସ୍ତା, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା,ବିଦ୍ୟୁତ ସେବା ଇତ୍ୟାଦି ପାଇଁ ପ୍ରତିଶୃତି ମିଳିଥିବା ବେଳେ ପ୍ରକଳ୍ପ ପ୍ରଶାସନ ସେସବୁ ବନ୍ଦ କରିଦେଇଛି । ତୁରନ୍ତ ସେସବୁ ସେବା ଯୋଗାଇବା, ବିସ୍ଥାପିତଙ୍କୁ ଆବାସ ଯୋଗାଇଦେବା, 2008 ମସିହାରେ ଉଠା ଜଳସେଚନ ପାଇଁ 96ଟି ବୋରୱେଲ ଖୋଳିବା ପାଇଁ ନିର୍ଦେଶ ଦିଆଯାଇଥିଲା ।

ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇନଥିବାରୁ ତାହା ତୁରନ୍ତ କରିବା, ବିସ୍ତାପିତଙ୍କ ଅନୁଦାନ ଟଙ୍କା ଉଠାଇବା ବ୍ୟବସ୍ଥା କରିବା, ସମସ୍ତ ବିସ୍ଥାପିତଙ୍କୁ ସମାନ ଅନୁଦାନ ପ୍ରଦାନ, 2019ରେ ଉଚ୍ଚ ସ୍ତରୀୟ ବୈଠକରେ ମିଳିଥିବା ପ୍ରତିଶୃତି ପାଳନ କରିବା, ବିସ୍ଥାପିତ ପରିବାର ବସବାସ କରୁଥିବା ଗ୍ରାମଗୁଡିକରେ ଉଭୟ ଜିଲ୍ଲା ପ୍ରଶାସନ ଏବଂ ପ୍ରକଳ୍ପ ପ୍ରଶାସନ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ କରିବା, ଆରଏସି ପଲିସି ଅନୁଯାଇ ବିସ୍ଥାପିତଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ତଥା ବିଦ୍ୟୁତ ସଂଯୋଗ ପାଇଁ 1994ମସିହାରେ ସରକାର 106.66 ଲକ୍ଷ ଟଙ୍କା ପ୍ରଦାନ କରିଥିଲେ କିନ୍ତୁ ବିସ୍ଥାପିତଙ୍କ ଠାରୁ ପୁନଶ୍ଚ 6000 ଟଙ୍କା ବିଦ୍ୟୁତ ସଂଯୋଗ ପାଇଁ ଆଦାୟ କରାଯାଇଛି । ସେନେଇ ଉପଯୁକ୍ତ ବ୍ୟବସ୍ଥା କରିବା ଆଦି 14 ଦଫା ଦାବି ପ୍ରଦାନ କରିଛନ୍ତି ବୁଡି ଅଞ୍ଚଳବାସୀ । ଏହି ଆଲୋଚନା ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ବିଭୁ ଚରଣ ମିଶ୍ର, ଅତିରିକ୍ତ ପ୍ରକଳ୍ପ ପ୍ରଶାସକ ଲମ୍ବୋଦର ପୁହାଣ ମଧ୍ୟ ଉପସ୍ଥିତ ଥିଲେ ।

ଏପଟେ ଜିଲ୍ଳାପାଳ ଏହି ସମସ୍ତ ଦାବିକୁ ଗୁରୁତର ସହ ନେବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ସେହିଭଳି ଆରକ୍ଷୀ ଅଧିକ୍ଷକ ମଧ୍ୟ ସମସ୍ତ ଅଞ୍ଚଳବାସୀଙ୍କ ପାଇଁ ତାଙ୍କ ଦ୍ବାର ସବୁବେଳେ ଖୋଲାଥିବା କହିବା ସହ ପୋଲିସ ସମସ୍ତଙ୍କ ବନ୍ଧୁ ବୋଲି କହି ଲୋକଙ୍କୁ ଉତ୍ସାହିତ କରିଥିଲେ । ଉଭୟ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆସିବା ପାଇଁ ଅନୁରୋଧ ସତ୍ତ୍ବେ ଆସିନଥିବାରୁ ବୁଡ଼ିଅଞ୍ଚଳ ଗଣ ପରିଷଦ ସମ୍ପାଦକ ସୁଧୀର ସୁନା ଦୁଃଖ ପ୍ରକାଶ କରିଥିଲେ ।

ତେବେ ତୁରନ୍ତ ସମସ୍ତ ବିସ୍ଥାପିତଙ୍କୁ ପଟ୍ଟା ପ୍ରଦାନ କରାନଗଲେ ଇଣ୍ଟେକ ଗେଟ ସମ୍ମୁଖରେ 6133 ପରିବାର ଆତ୍ମାହୁତି ଦେବେ । ଏଥିପାଇଁ ପ୍ରକଳ୍ପ ପ୍ରଶାସନ ଏବଂ ଉଭୟ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାପାଳ ଦାୟୀ ରହିବେ ବୋଲି କହିଛି ବୁଡି ଅଞ୍ଚଳ ଗଣପରିଷଦ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.