ବ୍ଲକସ୍ତରୀୟ ମଣ୍ଡେଇ ମହୋତ୍ସବର ଶୁଭ ଉଦଘାଟନ

author img

By

Published : Nov 29, 2022, 9:10 PM IST

ଆରମ୍ଭ ହେଲା ବ୍ଲକସ୍ତରୀୟ ମଣ୍ଡେଇ ମହୋତ୍ସବର ଶୁଭ ଉଦଘାଟନ

ବ୍ଲକସ୍ତରୀୟ ମଣ୍ଡେଇ ମହୋତ୍ସବର ଶୁଭ ଉଦଘାଟନ । ନବରଙ୍ଗପୁର ଜିଲ୍ଲାରେ ଆଜିଠୁ ଆରମ୍ଭ ହେଲା ବ୍ଲକସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ । ବେତାଳ ଗ୍ରାମର ମାଆ ଭଣ୍ଡାର ଘରଣୀଙ୍କ ପୀଠରେ ଘଟ ପୂଜା ହୋଇଥିଲା । ଏହାପରେ ଆଜ୍ଞାମାଳ ସ୍ୱରୂପ ମଶାଲକୁ ପାରମ୍ପାରିକ ଶୋଭାଯାତ୍ରାରେ ଅଣାଯାଇ ମଣ୍ଡେଇ ମହୋତ୍ସବର ଶୁଭାରମ୍ଭ ହୋଇଥିଲା । ଅଧିକ ପଢ଼ନ୍ତୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ବ୍ଲକସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇର ଶୁଭ ଉଦଘାଟନ ହୋଇଛି । ନବରଙ୍ଗପୁର ବେତାଳ ଗ୍ରାମର ମାଆ ଭଣ୍ଡାର ଘରଣୀଙ୍କ ପୀଠରେ ଘଟ ପୂଜା ହୋଇଥିଲା । ଏହାପରେ ଆଜ୍ଞାମାଳ ସ୍ୱରୂପ ମଶାଲକୁ ପାରମ୍ପାରିକ ଶୋଭାଯାତ୍ରାରେ ଅଣାଯାଇ ମଣ୍ଡେଇ ମହୋତ୍ସବର ଶୁଭାରମ୍ଭ ହୋଇଥିଲା । ଗତ ଦୁଇବର୍ଷ ଧରି କୋରୋନା କଟକଣା ଯୋଗୁଁ ଏହି ଉତ୍ସବ ବନ୍ଦ ରହିଥିଲା । ହେଲେ ଚଳିତ ବର୍ଷ କଟକଣା ନଥିବାରୁ ବେତାଳ ଗାଁରେ ପାଳିତ ହେବାକୁ ଯାଉଛି ବ୍ଲକସ୍ତରୀୟ ମଣ୍ଡେଇ ମହୋତ୍ସବ ।

ଏହି ଉଦଘାଟନ ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲାପାଳ ଡ଼କ୍ଟର କମଳଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ସମସ୍ତ ଜିଲ୍ଲା ସଭ୍ୟ ସଭ୍ୟା ପ୍ରମୁଖ ଯୋଗଦେଇଥିଲେ । ଆସନ୍ତା ଡିସେମ୍ବର ମାସର ୧୦ ତାରିଖରୁ ଜିଲ୍ଲାସ୍ତରୀୟ ମଣ୍ଡେଇ ମହୋତ୍ସବ ପାଳନ କରାଯିବ ।

ଅଧ୍ୟାପକ ଡ଼କ୍ଟର ବିଜୟ କୁମାର ମିଶ୍ର କହିଛନ୍ତି, ''ମଣ୍ଡେଇ ମହୋତ୍ସବ ନବରଙ୍ଗପୁର ବାସୀଙ୍କ ପାଇଁ ଅନେକ ତାତ୍ପର୍ଯ୍ୟ ରଖିଛି । କାରଣ ନବରଙ୍ଗପୁର ଜିଲ୍ଲା ଗଠନର ୩୦ ବର୍ଷ ଏବଂ ନବରଙ୍ଗପୁର ମଣ୍ଡେଇ ହେବାର ୨୦ ବର୍ଷ ପୁରିଛି । ଏହା ହେଉଛି ଆମ ଜିଲ୍ଲାର ଲୋକ ଉତ୍ସବ । ଏହାସହ ଜିଲ୍ଲାର ସଂସ୍କୃତି, ଭାଇଚାରା,ପରମ୍ପରା ଓ ସାମ୍ୟତାର ପ୍ରତୀକ ଦେଖାଯାଉଛି । ତେବେ କୋରନା ନିମନ୍ତେ ୨ବର୍ଷ ବନ୍ଦ ରହିଥିଲା । ଚଳିତ ବର୍ଷ ଡିସେମ୍ବର ୧୦ ତାରିଖରୁ ୧୪ ତାରିଖ ଯାଏଁ ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହେବ । ଲୁକାୟିତ ପ୍ରତିଭାର ଅନ୍ବେଷଣ ଏବଂ ସାଂସ୍କୃତିକ ବୈଭବର ମହାମିଳନ ହେଉଛି ମଣ୍ଡେଇ ।''

ସେହିପରି ଜିଲ୍ଲାପାଳ କମଳଲୋଚନ ମିଶ୍ର କହିଛନ୍ତି, ''ଦୀର୍ଘ ଦୁଇ ବର୍ଷ ପରେ ଡିସେମ୍ବର ମାସ ୧୦ ତାରିଖରେ ଆମେ ମଣ୍ଡେଇ ଉତ୍ସବ ପାଳନ କରିବାକୁ ଯାଉଛୁ । ଏହି ଗଣପର୍ବର ଉତ୍ସାହର ସହ ପରିଚାଳନା ନିମନ୍ତେ ଆଜି ନବରଙ୍ଗପୁର ବ୍ଲକର ବେତାଳ ଗାଁ ସ୍ଥିତ ମାଆ ଭଣ୍ଡାର ଘରଣୀ ପୀଠରେ ଏଠାରେ ଘଟପୂଜା ଅନୁଷ୍ଠିତ ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ''

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.