ETV Bharat / state

ଚାଲିଥିଲା ପାଠପଢ଼ା, ସ୍କୁଲକୁ ପଶି ଆସିଲା ଭାଲୁ

author img

By

Published : Jul 13, 2022, 9:07 AM IST

ପାଠପଢ଼ା ଚାଲିଥିବା ସମୟରେ ସ୍କୁଲରେ ପଶିଲା ଭାଲୁ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଦହଣା ପଞ୍ଚାୟତ ମେରନାଶ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

bear entered to the school in nabarangpur
ଚାଲିଥିଲା ପାଠପଢ଼ା, ସ୍କୁଲରେ ପଶିଲା ଭାଲୁ

ନବରଙ୍ଗପୁର: ପାଠପଢ଼ା ଚାଲିଥିବା ସମୟରେ ସ୍କୁଲରେ ପଶିଲା ଭାଲୁ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଦହଣା ପଞ୍ଚାୟତ ମେରନାଶ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଯେଉଁଠି ଖାଦ୍ୟ ଅନ୍ୱେଷଣରେ ଭାଲୁଟି ସ୍କୁଲ ଭିତରକୁ ଚାଲିଆସିଥିବା କୁହାଯାଉଛି ।

ସ୍କୁଲରେ ପଶିଲା ଭାଲୁ

ସ୍କୁଲ ପରିସରରେ ଭାଲୁକୁ ଦେଖି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ କିଛି ଘଣ୍ଟା ରହିବା ପରେ ଭାଲୁଟି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା । ସ୍କୁଲରେ ଭାଲୁ ପଶିବା କୈଣସି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ ଥର ଭାଲୁ ସ୍କୁଲକୁ ଆସୁଥିବା ଗ୍ରାମବାସୀ କହିଛନ୍ତି । ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କୌଣସି ଅଧିକାରୀ ଶୁଣୁନଥିବା ଲୋକେ ଅଭିଯୋଗ କରିଛନ୍ତି ।

ନୂତନ ଭାବେ ତିଆରି ହୋଇଥିବା ସ୍କୁଲରେ ପାଚେରୀ ନଥିବାରୁ ବନ୍ୟଜନ୍ତୁ ମାନେ ସ୍କୁଲ ଭିତରେ ପଶୁଥିବା କୁହାଯାଇଛି । ବନ ବିଭାଗ ପାଖରେ ଖବର ଥାଏ ଭାଲୁକୁ ଧରିବାରେ ସଫଳ ହୋଇନାହାନ୍ତି । ଯଦି ଛୋଟପିଲା ଭାଲୁ ଆକ୍ରମଣର ଶିକାର ହୁଅନ୍ତି ତେବେ କିଏ ଦାୟୀ ରହିବେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ଏବଂ ସ୍କୁଲ ପାଚେରୀ ଶୀଘ୍ର ନିର୍ମାଣ କରିବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.