ବାଲ୍ୟ ବିବାହରେ ରୋକ୍‌ ଲଗାଇବ 'ଅନ୍ଵେଷା ଅଭିଯାନ'

author img

By

Published : Oct 7, 2021, 7:00 PM IST

ବାଲ୍ୟ ବିବାହରେ ରୋକ୍‌ ଲଗାଇବ 'ଅନ୍ଵେଷା ଅଭିଯାନ'

ବାଲ୍ୟ ବିବାହରେ ରୋକ୍‌ ଲଗାଇବା ପାଇଁ ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେଲା ଅନ୍ଵେଷା ଅଭିଯାନ । କମ୍‌ ବୟସରେ ପିଲାଙ୍କୁ ବିବାହ ବନ୍ଧନରେ ନବାନ୍ଧିବା ପାଇଁ ବାପାମାଆଙ୍କ ମଧ୍ୟରେ ସଚତନତା ଆଣିବା ଅନ୍ଵେଷା ଅଭିଯାନର ମୂଳ ଉଦ୍ଦେଶ୍ୟ । ଅଧିକ ପଢ଼ନ୍ତୁ...

ନବରଙ୍ଗପୁର: ବାଲ୍ୟ ବିବାହରେ ରୋକ୍‌ ଲଗାଇବା ପାଇଁ ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେଲା ଅନ୍ଵେଷା ଅଭିଯାନ । କମ୍‌ ବୟସରେ ପିଲାଙ୍କୁ ବିବାହ ବନ୍ଧନରେ ନବାନ୍ଧିବା ପାଇଁ ବାପାମାଆଙ୍କ ମଧ୍ୟରେ ସଚତନତା ଆଣିବା ଅନ୍ଵେଷା ଅଭିଯାନର ମୂଳ ଉଦ୍ଦେଶ୍ୟ । ଏହି ଅଭିଯାନ ମାଧ୍ୟମରେ ହେଉଥିବା କାର୍ଯ୍ୟକ୍ରମରେ ଆଉ ପାଦେ ଆଗକୁ ବଢ଼ିଛି ଜିଲ୍ଲା ପ୍ରଶାସନ । ନାବାଳକ ଓ ନାବାଳିକାଙ୍କୁ ସଶକ୍ତ କରାଇବା ସହିତ ବାଲ୍ୟ ବିବାହକୁ ରୋକିବା ଦିଗରେ ଆଜି ମିଶନଶକ୍ତି ସଭାଗୃହରେ ବାଳିକାମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଗଠିତ ହୋଇଛି ।

ଜିଲ୍ଲାର ୧୦ଟି ବ୍ଲକରେ ବାଳିକା ମଣ୍ଡଳୀର ୫୦ ଜଣ ସଖୀ ଓ ସେହେଲିମାନଙ୍କୁ ନେଇ ଗଠିତ ଏହି ଜିଲ୍ଲାସ୍ତରୀୟ ମଞ୍ଚକୁ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଆନୁଷ୍ଟାନିକ ଭାବେ ସ୍ଵୀକୃତି ପ୍ରଦାନ କରିଛନ୍ତି । ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ସୂଚନା ଦିଆଯାଇଛି ।

ଏହି ସ୍ବତନ୍ତ୍ର ସଭାରେ ଜିଲ୍ଲା ସମାଜ କଲ୍ଯାଣ ବିଭାଗ, ୟୁନିସେଫ ଓ ଆକ୍ସନଏଡ ଭାଗ ନେଇଥିଲା । ଏହି ସଂଗଠନର ମିଳିତ ପ୍ରୟାସରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି ଅବସରରେ ବର୍ତ୍ତମାନ ଜିଲ୍ଲାରେ ୨୦୨ ଟି ବାଲ୍ୟ ବିବାହ ରୋକାଯାଇଥିବାବେଳେ ୫୯୫ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇଥିବା ସୂଚନା ଦିଆଯାଇଛି । ଏହାସହ ଆକ୍ସନଏଡ ପକ୍ଷରୁ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ ଉପସ୍ଥାପନ କରିଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ, କ୍ସନଏଡର ଜିଲ୍ଲା ପରାମର୍ଶ ଦାତା ଫକୀର ଚରଣ ରାଉତ, ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ , ଉପ ଜିଲ୍ଲାପାଳ ଅକ୍ଷୟ ସୁନୀଲି ଅଗ୍ରୱାଲ, DSP ଜୟକୃଷ୍ଣ ବେହେରା ପ୍ରମୁଖ ଯୋଗ ଦେଇଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.