ETV Bharat / state

ବାଇକ ଦୁର୍ଘଟଣାରେ ଯୁବକ ମୃତ

author img

By

Published : Nov 29, 2020, 10:57 PM IST

a young man was killed in a bike accident
ବାଇକ ଦୁର୍ଘଟଣାରେ ଯୁବକ ମୃତ

ଡାବୁଗାଁ- ବୋରିଗାଁ ମୁଖ୍ୟ ରାସ୍ତାରେ ଏକ ବାଇକ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅନ୍ୟପଟେ ୧୦୮ ଆମ୍ବୁଲାନ୍ସ ଆସିବାର ବିଳମ୍ବ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ଅଧିକ ପଢନ୍ତୁ...

ନବରଙ୍ଗପୁର: ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ । ସୂଚନାଯୋଗ୍ୟ ଡାବୁଗାଁ- ବୋରିଗାଁ ମୁଖ୍ୟ ରାସ୍ତାରେ ମାଝିଗୁଡା ଗ୍ରାମ ଛକ ନିକଟରେ କାମତା ଗ୍ରାମରୁ ସପନ ଭତ୍ରା (୨୦) ଏକ ମୋଟରସାଇକେଲ ରେ ଡାବୁଗାଁ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାର ଡାହାଣ କଡକୁ ଓଲଟି ପଡି ଗୁରୁତର ଆହତ ହୋଇଥିଲେ। ପରେ ଗ୍ରାମବାସୀ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଫୋନ କରି ୧ ଘଣ୍ଟା ସମୟ ଅପେକ୍ଷା କରିଥିଲେ। ହେଲେ ଆମ୍ବୁଲାନ୍ସ ନ ଆସିବାରୁ ଲୋକେ ଅନ୍ୟ ଏକ ମୋଟର ସାଇକେଲରେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବାଇକ ଦୁର୍ଘଟଣାରେ ଯୁବକ ମୃତ

ତେବେ ୧୦୮ ଆମ୍ବୁଲାନ୍ସ ଆସିବାର ବିଳମ୍ବ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ମୃତ ଯୁବକ ଜଣଙ୍କ ଝରିଗାଁ ବ୍ଲକ ଅଧୀନ ଆମ୍ଳିଯୋଡି ଗ୍ରାମର ବୋଲି ଜଣାପଡିଛି। ଏପଟେ ଦୁର୍ଘଟଣାର ୨ ଘଣ୍ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନଥିଲା। ପରେ ଗଣମାଧ୍ୟମ ପ୍ରତିନିଧି ପୋଲିସକୁ ଖବର ଦେବାପରେ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରୁଛି।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.