ETV Bharat / state

ଗଛରେ ଚଢିଛି ଭାଲୁ, ଆତଙ୍କିତ ଅଞ୍ଚଳବାସୀ

author img

By

Published : Jan 23, 2022, 7:37 PM IST

ଜନ ବସତିରେ ଭାଲୁ, ଆତଙ୍କିତ ଅଞ୍ଚଳବାସୀ
ଜନ ବସତିରେ ଭାଲୁ, ଆତଙ୍କିତ ଅଞ୍ଚଳବାସୀ

ନବରଙ୍ଗପୁର ଜିଲ୍ଲା ଉମରକୋଟ ନାୟକଗୁଡ଼ା ୟୁଭି ୧୧ ବଙ୍ଗୀୟ ଗ୍ରାମରେ ଭାଲୁ ଆତଙ୍କ । ଭାଲୁକୁ ଗଛରେ ଚଢିଥିବା ଦେଖି ତଳେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ନବରଙ୍ଗପୁର: ଗଛରେ ଚଢିଛି ଭାଲୁ । ତଳେ ଆତଙ୍କିତ ଅବସ୍ଥାରେ ଲୋକେ । ଭାଲୁକୁ ଘଉଡାଇବା ପାଇଁ ବନ ବିଭାଗ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ଭାଲୁ କିନ୍ତୁ ତଳକୁ ଆସିବାର ନାଁ ଧରୁନି । ରାତି ହେଲେ ଭାଲୁ ତଳକୁ ଆସିବ ବୋଲି ବନବିଭାଗ କହିଛି । ଫଳରେ ଅଧିକ ଆତଙ୍କିତ ହୋଇପଡିଛନ୍ତି ଲୋକେ ।

ଜନ ବସତିରେ ଭାଲୁ, ଆତଙ୍କିତ ଅଞ୍ଚଳବାସୀ


ଏପରି ଏକ ଘଟଣା ଦେଖିବାକୁ ମିଳିଛି, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତ ନାୟକଗୁଡ଼ା ୟୁଭି ୧୧ ବଙ୍ଗୀୟ ଗ୍ରାମରେ । ଗତକାଲି(ଶନିବାର) ରାତିରେ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପସି ଆସିଥିଲା ଭାଲୁ । ଜଙ୍ଗଲକୁ ଫେରି ନ ପାରି ଗଛ ଉପରେ ଚଢି ଯାଇଛି ଭାଲୁ । ସେପଟେ ଭାଲୁକୁ ଦେଖିବା ପାଇଁ ଗଛ ତଳେ ଗ୍ରାମବାସୀଙ୍କ ଭିଡ଼ ଜମିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବିଗତ କିଛି ଦିନ ହେବ ତିନି ଚାରୋଟି ଭାଲୁ ନିୟମିତ ସନ୍ଧ୍ୟା ହେଲେ ଗ୍ରାମ ନିକଟରେ ଥିବା ଫସଲ ନିକଟକୁ ଆସୁଛନ୍ତି ।

ଏଥିସହ ଗ୍ରାମ ମଧ୍ୟରେ ପ୍ରବେଶ କରୁଛନ୍ତି । ଫସଲ ଯେତିକି ଖାଉଛନ୍ତି ତାହା ଠାରୁ ଅଧିକ ଦଳି ଚକଟି ନଷ୍ଟ କରୁଛନ୍ତି । ଏଣୁ ଭାଲୁଗୁଡିକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେଇ ଯିବାକୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ଉମରକୋଟ ବନ ବିଭାଗ ପହଞ୍ଚି ଭାଲୁକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିବା ସହ ଡାକବାଜି ଯନ୍ତ୍ର ଦ୍ଵାରା ଲୋକଙ୍କୁ ସତର୍କ କରୁଛନ୍ତି । ଭାଲୁକୁ ଉଦ୍ଧାର କରିବା ପରେ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି କହିଛନ୍ତି ଉମରକୋଟ ବନଖଣ୍ଡ ଅଧିକାରୀ ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.