କାଳ ସାଜିଲା ପ୍ଲାଷ୍ଟିକ ଟବ, ୯ ମାସର ଶିଶୁ ମୃତ

author img

By

Published : Oct 4, 2021, 11:00 PM IST

9 month old boy drowned in a plastic tub

ଅଭାବନୀୟ ଘଟଣା ପ୍ଲାଷ୍ଟିକ ଟବରେ ବୁଡି ଚାଲିଗଲା ୯ ମାସ ଶିଶୁର ଜୀବନ । ଅଧିକ ପଢନ୍ତୁ...

ନବରଙ୍ଗପୁର: ପ୍ଲାଷ୍ଟିକ ପାଣି ଟବରେ ବୁଡି ଚାଲିଗଲା ୯ ମାସ ଶିଶୁର ଜୀବନ । ଘରେ ପ୍ଲାଷ୍ଟିକ ପାଣି ଟବ ଅଛି ତେବେ ହୋଇଯାଆନ୍ତୁ ସାବଧାନ। ପାଣି ଟବ ନେଇ ପାରେ ଛୋଟ ପିଲାଙ୍କ ଜୀବନ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ବଡ ଦାଇଭଟ୍ଟା ଗାଁରେ ।

କାଳ ହେଲା ପ୍ଲାଷ୍ଟିକ ଟବ, ଚାଲିଗଲା ୯ ମାସ ଶିଶୁର ମୃତ

ପାଣି ଟବରେ ବୁଡି ମୃତ୍ୟୁ ବରଣ କରିଛି ୯ ମାସର ନିଷ୍ପାପ ଶିଶୁ ପୁତ୍ର । ସ୍ବାମୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି । ଘରେ ସ୍ତ୍ରୀ ସୁକଦେଇ ଏବଂ ୬ ବର୍ଷର ବଡ଼ ଝିଅ ଏବଂ ପୁଅ ବାବୁଲା। ଦୁଃଖ କଷ୍ଟରେ ଦିନ କଟି ଯାଉଥିଲା ଏମାନଙ୍କର , ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଦୁଇ ଛୁଆଙ୍କୁ ଘରେ ଛାଡ଼ି ଶୌଚ ପାଇଁ ଯାଇଥିଲେ। ଆଉ ଘରକୁ ଫେରିଲା ବେଳକୁ ପ୍ଲାଷ୍ଟିକ ଟବରେ ନିଜ ପୁଅ ପଡିଥିବାର ଦେଖି ଚିତ୍କାର କରିଥିଲେ। ପାଖ ପଡ଼ୋଶୀଙ୍କ ସହାୟତାରେ ବାବୁଲାକୁ ଧରି ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ପରିବାର ହେଲେ ସେତେବେଳକୁ ବାବୁଲା ଆଖି ବୁଜି ସାରିଥିଲା ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଏପଟେ ଖେଳୁ ଖେଳୁ ବାଳୁତ ଅଜ୍ଞାନୀ ବାବୁଲା ଟବ ଭିତରେ ପଶିଯାଇଥିବା ସ୍ଥାନୀୟ ବାସିନ୍ଦା ଅନୁମାନ କରୁଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.