ETV Bharat / state

ପାଣି ପାଇଁ ରାସ୍ତାରୋକ୍‌, ବାରିପଦା-ଉଦଳା ରାସ୍ତାରେ ଯାତାୟତ ଠପ୍‌

author img

By

Published : May 23, 2022, 2:52 PM IST

ଖୁଣ୍ଟା ବ୍ଲକ ନାଲୁଆ ଛକରେ ପାଣି ପାଇଁ ଗରା ବାଲ୍ଟି ଧରି ରାସ୍ତାରେ ଧାରଣା ଦେଲେ ଗ୍ରାମବାସୀ । ଫଳରେ ଦୀର୍ଘ ସମୟ ଧରି ରାସ୍ତା ବନ୍ଦ ଯୋଗୁ ବାରିପଦାରୁ ଉଦଳା, ଉଦଳାରୁ ବାରିପଦା ଆସୁଥିବା ଗାଡି ଗୁଡି଼କ ଶହ ଶହ ସଂଖ୍ୟାରେ ଅଟକି ରହିଛି । ଅଧିକ ପଢନ୍ତୁ

ପାଣି ପାଇଁ ଗରା ଆଉ ବାଲଟି ଧରି ରାସ୍ତା ରୋକ କଲେ ଗ୍ରାମବାସୀ
ପାଣି ପାଇଁ ଗରା ଆଉ ବାଲଟି ଧରି ରାସ୍ତା ରୋକ କଲେ ଗ୍ରାମବାସୀ

ବାରିପଦା: ପାଣି ପାଇଁ ଗ୍ରାମବାସୀଙ୍କ ଧାରଣା । ଖୁଣ୍ଟା ବ୍ଲକ ନାଲୁଆ ଛକରେ ପାଣି ପାଇଁ ଗରା, ବାଲ୍ଟି ଧରି ରାସ୍ତାରେ ଧାରଣା ଦେଲେ ଗ୍ରାମବାସୀ । ଫଳରେ ଦୀର୍ଘ ସମୟ ଧରି ରାସ୍ତା ବନ୍ଦ ଯୋଗୁଁ ବାରିପଦାରୁ ଉଦଳା, ଉଦଳାରୁ ବାରିପଦା ଆସୁଥିବା ଗାଡି ଗୁଡି଼କ ଶହ ଶହ ସଂଖ୍ୟାରେ ଅଟକି ରହିଛି । ତେବେ କରକଚିଆ ପଞ୍ଚାୟତର ୧ ନମ୍ବର ୱାର୍ଡରେ ପାଖାପାଖି ୫ ଶହରୁ ଅଧିକ ଆଦିବାସୀଲୋକେ ବସବାସ କରୁଥିବାବେଳେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି ।

ପାଣି ପାଇଁ ଗରା ଆଉ ବାଲଟି ଧରି ରାସ୍ତା ରୋକ କଲେ ଗ୍ରାମବାସୀ

ଚୁଆ ଉପରେ ନିର୍ଭର କରି ଗ୍ରାମବାସୀ ଶୋଷ ମେଣ୍ଟାନ୍ତି । ତେବେ ପାଣି ସମସ୍ୟା ନେଇ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଜଣାଥିଲେ ମଧ୍ୟ କେହି ସମସ୍ୟାର ସମାଧାନ ନକରିବାରୁ ଲୋକେ ଗରା ଆଉ ବାଲ୍ଟି ଧରି ଧରି ରାସ୍ତାରେ ଆଜି ଧାରଣା ଦେଇଛନ୍ତି । ପ୍ରଶାସନର ପ୍ରତିଶୃତି ମିଳିବା ପରେ ରାସ୍ତାରୁ ହଟିବା ନେଇ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଘଟଣା ସ୍ଥଳରେ BDO ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.