ETV Bharat / state

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ପିଛା ଛାଡୁନି ବିବାଦ, ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣାର ହେଲା ବୟାନ ରେକର୍ଡ

author img

By

Published : Feb 4, 2022, 9:25 PM IST

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ପିଛା ଛାଡ଼ୁନି ବିବାଦ: ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣାର ହେଲା ବୟାନ ରେକର୍ଡ
କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ପିଛା ଛାଡ଼ୁନି ବିବାଦ: ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣାର ହେଲା ବୟାନ ରେକର୍ଡ

କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ବାରିପଦା ସ୍ଥିତ ଜେଏମଏଫସିଙ୍କ କୋର୍ଟରେ ମାଡ ଖାଇଥିବା ବ୍ୟକ୍ତିଙ୍କର ବୟାନ ରେକର୍ଡ କରାଯାଇଛି। ଅଧିକ ପଢନ୍ତୁ

ବାରିପଦା : କେନ୍ଦ୍ରମନ୍ତ୍ରୀ ତଥା ମୟୁରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣାକୁ ନେଇ ବିବାଦ ପିଛା ଛାଡୁନି। ଏ ଘଟଣାକୁ ନେଇ ଆଜି(ଶୁକ୍ରବାର) ବାରିପଦା ସ୍ଥିତ ଜେଏମଏଫସିଙ୍କ କୋର୍ଟରେ ଧାରା ୧୬୪ ଅନୁଯାୟୀ ମାଡ ଖାଇଥିବା ବ୍ୟକ୍ତିଙ୍କ ବୟାନ ରେକର୍ଡ କରାଯାଇଛି। ଗତ ଜାନୁଆରୀ ୨୧ ତାରିଖ ଦିନ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ତାଙ୍କ ବାରିପଦାର ତକତପୁର ସ୍ଥିତ କାର୍ଯ୍ୟାଳୟରେ ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ନେଇ ଅଭିଯୋଗ ହୋଇଥିଲା।

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ପିଛା ଛାଡ଼ୁନି ବିବାଦ: ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣାର ହେଲା ବୟାନ ରେକର୍ଡ

ସେହି ଅଭିଯୋଗ କ୍ରମେ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା। ଏହି ଘଟଣାରେ ଟାଉନ ଥାନା ପୋଲିସ ଶୁକ୍ରବାର ବାରିପଦା ସ୍ଥିତ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଉପ ନିର୍ଦ୍ଦେଶକ ଅଶ୍ୱନି ମଲ୍ଲିକକୁ ନେଇ କୋର୍ଟରେ ହାଜର କରାଯାଇ ବୟାନ ରେକର୍ଡ ହୋଇଥିଲା । ଏହା ସହିତ ପୋଲିସ ପକ୍ଷରୁ ମଧ୍ୟ ନିଜର ବୟାନ କୋର୍ଟରେ ଦାଖଲ କରାଯାଇଛି।

ଏହାବି ପଢନ୍ତୁ : JNU କୁଳପତି ପ୍ରଫେସର ଏମ ଜଗଦିଶ କୁମାର ହେବେ UGC ଚେୟାରମ୍ୟାନ

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ସେହି ଘଟଣାରେ ସମ୍ପୃକ୍ତ ନାହାଁନ୍ତି । ଏହା ଏକ ମିଥ୍ୟା ଘଟଣା ବୋଲି ଖଣ୍ଡନ କରିସାରିଥିବା ବେଳେ ନିଜର ଅଗ୍ରୀମ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି।

ଅନ୍ୟପଟେ ବାରିପଦା ଟାଉନ ଥାନା ପୋଲିସ ଘଟଣାର ସବିଶେଷ୍ୟ ତଥ୍ୟକୁ ନେଇ ଲୋକସଭା ବାଚସ୍ପତିଙ୍କୁ ମଧ୍ୟ ଜଣାଇଥିବାର କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ନାମରେ ଏହିପରି ଅଭିଯୋଗ ଆସିବା ପରେ ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗି ରହିଛି। ବର୍ତ୍ତମାନ ସମୟରେ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଏହି ଘଟଣାକୁ ନେଇ ରାଜନୈତିକ ହଟଚମଟ ମଧ୍ୟ ଜାରି ରହିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.